ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା , କିସ୍’ରେ ସର୍ବାଧିକ ୩୨୨୯ ଛାତ୍ରଛାତ୍ରୀ ପରୀକ୍ଷା ଦେଲେ : ଓମଟିଭି

ଆଜି କିସ୍ ଭୁବନେଶ୍ବର କେନ୍ଦ୍ର‌ରେ ‌ସର୍ବାଧିକ ମୋଟ ୩୨୨୯ ଜଣ ଛାତ୍ରଛାତ୍ରୀ ସମ୍ବାଦ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ବ‌ାର୍ଷିକ ପ୍ରତିଯୋଗିତା ଚିତ୍ରାଙ୍କନ, ‌ହସ୍ତାକ୍ଷର ଓ ଭାଷାଜ୍ଞାନ ପରୀକ୍ଷାରେ ଯୋଗେଦେଇ ଏକ ରେର୍କଡ଼ ସୃଷ୍ଟିକରିଛନ୍ତି। ଏହି କେନ୍ଦ୍ରରେ ପର୍ଯ୍ୟାୟକ୍ରମ‌େ ଚିତ୍ରାଙ୍କନରେ ୧୦୩୦, ହସ୍ତାକ୍ଷର ୧୦୮୦ ଏବଂ ଭାଷା ଜ୍ଞାନରେ ୧୧୧୯ ଜଣ ପରୀକ୍ଷାର୍ଥୀ ଯୋଗଦେଇଥିଲେ। ସେହିଭଳି ରାଜ୍ୟପାଳଙ୍କ ‘ସ୍ବାଧୀନତାର ଅମୃତ ମହୋତ୍ସବ’

ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା , କିସ୍’ରେ ସର୍ବାଧିକ ୩୨୨୯ ଛାତ୍ରଛାତ୍ରୀ ପରୀକ୍ଷା ଦେଲେ : ଓମଟିଭି

ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା , କିସ୍’ରେ ସର୍ବାଧିକ ୩୨୨୯ ଛାତ୍ରଛାତ୍ରୀ ପରୀକ୍ଷା ଦେଲେ : ଓମଟିଭି

ଆଜି କିସ୍ ଭୁବନେଶ୍ବର କେନ୍ଦ୍ର‌ରେ ‌ସର୍ବାଧିକ ମୋଟ ୩୨୨୯ ଜଣ ଛାତ୍ରଛାତ୍ରୀ ସମ୍ବାଦ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ବ‌ାର୍ଷିକ ପ୍ରତିଯୋଗିତା ଚିତ୍ରାଙ୍କନ, ‌ହସ୍ତାକ୍ଷର ଓ ଭାଷାଜ୍ଞାନ ପରୀକ୍ଷାରେ ଯୋଗେଦେଇ ଏକ ରେର୍କଡ଼ ସୃଷ୍ଟିକରିଛନ୍ତି। ଏହି କେନ୍ଦ୍ରରେ ପର୍ଯ୍ୟାୟକ୍ରମ‌େ ଚିତ୍ରାଙ୍କନରେ ୧୦୩୦, ହସ୍ତାକ୍ଷର ୧୦୮୦ ଏବଂ ଭାଷା ଜ୍ଞାନରେ ୧୧୧୯ ଜଣ ପରୀକ୍ଷାର୍ଥୀ ଯୋଗଦେଇଥିଲେ। ସେହିଭଳି ରାଜ୍ୟପାଳଙ୍କ ‘ସ୍ବାଧୀନତାର ଅମୃତ ମହୋତ୍ସବ’ ପ୍ରବନ୍ଧ କାର୍ଯ୍ୟକ୍ରମରେ କେବଳ ନବମ ଓ ଦଶମ ଶ୍ରେଣୀର ୧୧୧୯ ଜଣ ଛାତ୍ରଛାତ୍ରୀ ଯୋ‌ଗଦେଇଥିଲେ। ‌ଉକ୍ତ କେନ୍ଦ୍ରରେ ‌ମୋଟ ୩୨୨୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲା ବେଳେ ଆଖପାଖ ଅଞ୍ଚଳର ମୋଟ ୬ଟି ସ୍କୁଲର ଛାତ୍ରଛାତ୍ରୀମାନେ କିସ୍ ’ ପରୀକ୍ଷା କେନ୍ଦ୍ରକୁ ଆସି ପରୀକ୍ଷାରେ ଯୋଗଦେଇଥିଲେ। ନିର୍ଧାରିତ ସମୟ ପୂର୍ବରୁ ଶତାଧିକ ଛାତ୍ରଛାତ୍ରୀ କେନ୍ଦ୍ରର ‌ଏକାଡ଼େମୀ ବିଲଡ଼ିଂରେ ପ୍ରବେଶକରି ଠିକ ୧୦ ଟାରେ ପରୀକ୍ଷା ଦେଇଥିଲେ। ଯେଉଁ ପରୀକ୍ଷାକୁ କିସ୍ ସ୍କୁଲର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସ୍ବାଇଁ ଓ ବରିଷ୍ଠ ଶିକ୍ଷକ ପ୍ରକାଶ କୁମାର ବେହେରାଙ୍କ ସହିତ ସ୍କୁଲର ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନେ ଯୋଗଦେଇ ପରୀକ୍ଷା ନିୟନ୍ତ୍ରଣ କରିଥିଲେ। ସମ୍ବାଦର ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ବାରିକ କେନ୍ଦ୍ର ପରିଚାଳନା ଦାୟୀତ୍ବ ତୁଲାଇଥିଲାବେଳେ ସମ୍ବାଦ କାର୍ଯ୍ୟାଳୟର କିଛି ସହଯୋଗୀ ପରୀକ୍ଷା କାର୍ଯ୍ୟରେ ସହଯୋଗ କରିଥିଲେ। ବିଚାରକମାନଙ୍କ ନିଷ୍ପତିକ୍ରମ‌େ ଚିତ୍ରାଙ୍କନ ପ୍ରତିଯୋଗିତାରେ ୫ମ ଶ୍ରେଣୀ ଛାତ୍ରୀ ଶିବାନୀ ଚାତାର ପ୍ରଥମ, ୪ର୍ଥ ଶ୍ରେଣୀ ଛାତ୍ରୀ ଫୁଲମଣି ହାଁସଦା ଦ୍ବିତୀୟ ଓ ୨ୟ ଶ୍ରେଣୀ ଛାତ୍ର ବିକାଶଗୁରୁ ତେଲି ତୃତୀୟ ହୋଇଥିଲେ। ସେହିଭଳି ହସ୍ତାକ୍ଷର ପ୍ରତିଯୋଗିତାରେ ୮ମ ଶ୍ରେଣୀ ଛାତ୍ରୀ ସବିତା ପୂର୍ତୀ  ପ୍ରଥମ, ନୂତନ ମିଞ୍ଜା ଦ୍ବିତୀୟ ଏବଂ ଲକ୍ଷ୍ମୀ ତିର୍କିୀ ତୃତୀୟ ହୋଇଥିଲେ। ଭାଷାଜ୍ଞାନ ପ୍ରତିଯୋଗିତାରେ ଦଶମ ଶ୍ରେଣୀର ଛାତ୍ରୀ ସୁଜାତା ବାରୁଆ ପ୍ରଥମ, ଛାତ୍ର ମାଗୁ ସୋରେନ ଦ୍ବିତୀୟ ଏବଂ ଛାତ୍ରୀ ରଶ୍ମି ମାହାଲି ତୃତୀୟ ହୋଇଥିଲେ।  ସ୍ବାଧୀନତାର ଅମୃତ ମହୋତ୍ସବ’ ପ୍ରବନ୍ଧ କାର୍ଯ୍ୟକ୍ରମରେ ବେଷ୍ଟ ପାଞ୍ଚଜଣଙ୍କ ମଧ୍ୟରେ କିସ୍’ ସ୍କୁଲ ନବମ ଶ୍ରେଣୀର ଜଗଦୀଶ ମୁଣ୍ଡା , ପାର୍ବତୀ ଟୁଡ଼ୁ , ଗୀତାଞ୍ଜଳୀ ଟୁଡ଼ୁ  ଏବଂ ଦଶମ ଶ୍ରେଣୀର ପ୍ରଜ୍ଞା ପ୍ରିୟଦର୍ଶନୀ ନାୟକ ଏବଂ ପଦ୍ମନାଭ ପୋଣ୍ଠିଆ ଚୟନ ହୋଇଛନ୍ତି। ଉପସ୍ଥିତ ସମ୍ବାଦ ପରିବାର ସଭ୍ୟ, ବିଚାରକ ଓ କିସ୍ ସ୍କୁଲ୍ ପ୍ରଧାନ ଶିକ୍ଷକଙ୍କ ଠାରୁ ବିଜୟୀ ପ୍ରତିଯୋଗୀ ଛାତ୍ରଛାତ୍ରୀମାନେ ପୁରସ୍କାର ଓ ପ୍ରମାଣପତ୍ର ଗ୍ରହଣ କରିଥିଲେ।