KiiT-IS, KEM & KISS-Delhi Students Excel In CBSE Class X-XII Exams : Ommtv

KiiT-IS, KEM & KISS-Delhi Students Excel In CBSE Class X-XII Exams

KiiT-IS, KEM & KISS-Delhi Students Excel In CBSE Class X-XII Exams : Ommtv
ସିବିଏସ ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ : Ommtv
କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍, କେଇଏମ୍ ଓ କିସ୍-ଦିଲ୍ଲୀ ଛାତ୍ରଛାତ୍ରୀଙ୍କ ରେକର୍ଡ ସଫଳତା
ଭୁବନେଶ୍ୱର,୧୩।୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ଭୁବନେଶ୍ୱରସ୍ଥିତ କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍, କଲରାବାଙ୍କ ସ୍ମାର୍ଟ ଭିଲେଜସ୍ଥିତ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲ୍ (କେଇଏମ୍) ଓ ସହରାଞ୍ଚଳ ଗରିବ ପିଲାଙ୍କ ପାଇଁ ଦିଲ୍ଲୀରେ ପ୍ରତିଷ୍ଠିତ କିସ୍-ଦିଲ୍ଳୀର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସମସ୍ତ ବିଦ୍ୟାଳୟରେ ଶତପ୍ରତିଶତ ସଫଳତା ହୋଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ସ୍ନେହା ନାୟକ କଳାରେ ୯୮.୪ ପ୍ରତିଶତ ନମ୍ବର ରଖି ଓଡ଼ିଶା ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି। ଆଜି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ପରିଦର୍ଶନ କରି ଏଠାରେ ସଫଳ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ ଓ ଉତ୍ସାହିତ କରିବା ସହ ମିଠା ବଣ୍ଟନ କରିଥିଲେ।
ସ୍କୁଲ୍ର ଏହି ସଫଳତାରେ କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍, କେଇଏମ୍ ଓ କିସ୍-ଦିଲ୍ଲୀ ଭଳି ତିନୋଟି ସିବିଏସ୍ଇ ସ୍କୁଲ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରି କହିଛନ୍ତି ଯେ, କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ବାସ୍ତବ ଅର୍ଥରେ ଏକ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ଏବଂ ଏହା ସମଗ୍ର ଭାରତରେ ସର୍ବୋତ୍କୃଷ୍ଟ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ମଧ୍ୟରେ ଅନ୍ୟତମ। ଏହି ସ୍କୁଲ୍ ପ୍ରତିଷ୍ଠା ହେବା ଦିନଠାରୁ ଏହାର ଛାତ୍ରଛାତ୍ରୀମାନେ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଆସୁଛନ୍ତି।
ଶ୍ରୀ ସାମନ୍ତଙ୍କ ଦ୍ୱାରା କଟକ ଜିଲ୍ଲା ଗ୍ରାମାଞ୍ଚଳ ପିଲାଙ୍କ ପାଇଁ କଲରାବାଙ୍କ ସ୍ମାର୍ଟ ଭିଲେଜଠାରେ ପ୍ରତିଷ୍ଠିତ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲର ଛାତ୍ରଛାତ୍ରୀମାନେ ମଧ୍ୟ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଶତପ୍ରତିଶତ ସଫଳତା ହାସଲ୍ କରିଛନ୍ତି। ଏଠାରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ଏହା ଗ୍ରାମାଞ୍ଚଳରେ ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ ସହରାଞ୍ଚଳ ଇଂରାଜୀ ମାଧ୍ୟମ ବିଦ୍ୟାଳୟଠାରୁ କୌଣସି ଗୁଣରେ କମ୍ ନୁହେଁ ବୋଲି ଶ୍ରୀ ସାମନ୍ତ କହିଛନ୍ତି।
ସହରାଞ୍ଚଳ ଗରିବ ପିଲାଙ୍କ ପାଇଁ ଦିଲ୍ଲୀରେ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ କିସ୍-ଦିଲ୍ଳୀର ଛାତ୍ରଛାତ୍ରୀମାନେ ମଧ୍ୟ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଶତପ୍ରତିଶତ ସଫଳତା ହାସଲ୍ କରିଛନ୍ତି। ଲଗାତାର ୩ୟ ବର୍ଷ ପାଇଁ ଏହି ସ୍କୁଲ୍ର ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପିଲାମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ଏଥିରେ ଶ୍ରୀ ସାମନ୍ତ ଆନନ୍ଦ ପ୍ରକାଶ କରି ତିନୋଟିଯାକ ସିବିଏସ୍ଇ ସ୍କୁଲ୍ର ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତ ବିଦ୍ୟାଳୟର ଅଧ୍ୟକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶୁଭେଛା ଜଣାଇଥିଲେ.

KiiT-IS, KEM & KISS-Delhi Students Excel In CBSE Class X-XII Exams : Ommtv
Bhubaneswar, May 13: All the three schools under the KIIT Group of Institutions have posted excellent results in the Class X and Class XII CBSE board examinations, the results of which were declared on Friday. The schools are KiiT International School (KiiT-IS), Bhubaneswar, Kalinga English Medium School in Kalarabanka, and Delhi branch of KISS, KISS-Delhi.
KiiT-IS student Sneha Nayak emerged as the Odisha topper in humanities with 98.4 per cent marks. The school has been breaking its own records every year and posting outstanding results.
The Founder of KIIT and KISS Dr Achyuta Samanta on Saturday visited the school and congratulated the students for the good results. He also distributed sweets among the students and teachers.
Kalinga English Medium School in Kalarabanka, which caters to students from remote rural areas, has consistently posted cent per cent results, with a major chunk getting first division this year as well.
KISS-Delhi, which helps underprivileged urban poor students from Delhi and NCR, has continued its streak of solid performances in its third year with a cent per cent result too. Dr. Samanta congratulated the students, staff, and the leadership of the schools for the success.
Expressing his satisfaction over the results, Dr. Achyuta Samanta said, "These three CBSE schools cater to students from different categories of society and I am proud of the overall performance in the examinations."
The schools have been providing quality education to students from diverse backgrounds, and their outstanding results reflect the hard work put in by the students, teachers, and staff