ଲାଚାର ଭୁବନେଶ୍ବର ପୁଲିସ୍ – ବେବସ୍ ପ୍ରଶାସନ : Ommtv

ଲାଚାର ଭୁବନେଶ୍ବର ପୁଲିସ୍ – ବେବସ୍ ପ୍ରଶାସନ : Ommtv

ଲାଚାର ଭୁବନେଶ୍ବର ପୁଲିସ୍ – ବେବସ୍ ପ୍ରଶାସନ : Ommtv

ଲାଚାର ଭୁବନେଶ୍ବର ପୁଲିସ୍ – ବେବସ୍ ପ୍ରଶାସନ : Ommtv

ଭୁବନେଶ୍ବର, ୨୮/୧୧ (ଓମ): ଇଛା ଥାଇ ମଧ୍ୟ କିଛି କରିପାରୁ ନାହାଁନ୍ତି। ଚେଷ୍ଟା କରି ମଧ୍ୟ କୌଣସି ଉପାୟ ବାହାର କରିବା କଷ୍ଟ ହେଉଛି। ପରିଶ୍ରମ ବୃଥା ହେଉଛି। ଫଳ ଶୂନ୍ୟ ମିଳୁଛି। ଏମିତି ସ୍ଥିତିରେ ଏବେ ଭୁବନେଶ୍ବର ପୁଲିସ୍। କାରଣ ପ୍ରତିଦିନ ସଂଧ୍ୟାହେଲେ ଟ୍ରାଫିକ୍ ସମସ୍ୟାକୁ ସମାଧାନ କରିବା ହୋଇଛି ଏବ ବଡ଼ ଚ୍ୟାଲେଞ୍ଜ। ଯେଉଁ ଚ୍ୟାଲେଞ୍ଜକୁ ଏଡ଼ାଇବା ଏବେ ଭୁବନେଶ୍ବର ପୁଲିସ୍ ପାଇଁ କରବା ମର ସ୍ଥିତି ଆଣିଦେଇଛି। ଯାନବାହାନ ସଂଖ୍ୟା ହୁହୁହୋଇ ବଢ଼ିବା। ଏବଂ ଉନ୍ନତି କରଣପାଇଁ ରାସ୍ତା ଘାଟ ବ୍ଲକ୍ କରାଯାଇ ନିର୍ମାଣ କାର୍ଯ୍ୟ ଚାଲିବା ଏବେ ବରିଷ୍ଠ ଠାରୁ କନିଷ୍ଠ ପର୍ଯ୍ୟନ୍ତ ସବୁ ପୁଲିସଙ୍କର ମୁଣ୍ଡବ୍ୟଥାର କାରଣପାଲଟିଛି। ଏଥିରେ କିଛିଟା ଭୁଲମଧ୍ୟରହିଛି। ଯାହାକୁ ପ୍ରଶାସନ ଅ‌‌ଣଦେଖା କରୁଥିବାରୁ ସମସ୍ୟା ଅସମ୍ଭାଳ ହେଉଛିବୋଲି ମାନିହେବ।

  • ରାତି ଦଶ ନବାଜୁଣୁ ଭାରିଯାନ ଗୁଡ଼ିକ ପୁଲିସଙ୍କୁ ହାତ ଗୁଞ୍ଜାଦେଇ ସହର ଭିତରେ ପ୍ରବେଶ କରୁଥିବାରୁ ଟ୍ରାଫିକ୍ ସମସ୍ୟା ବଢ଼ୁଛି।
  • ନିର୍ମାଣକାର୍ଯ୍ୟ ଆଳରେ ମାଟି, ବାଲି, ପଥର, ମହୋରମ ଆଦି କଞ୍ଚାମାଲ ବଡ଼ ମାଲବୋଝେଇ ଗାଡ଼ି ଟ୍ରାଫିକ୍ ସମସ୍ୟାକୁ ଆହୁରି ଅଧିକ ସମସ୍ୟାରେ ପକାଉଛି।
  • ଭିଭିଆଇପିଙ୍କ ସୁରକ୍ଷାପାଇଁ ନିର୍ଧାରିତ ସମୟପୂର୍ବରୁ ବ୍ଲକେଜ୍ କରି ରାସ୍ତାକୁ ଆହୁରି ଜନଗହଳି କରିଦିଆଯାଉଛି।
  • ଏନଏଚ ହେଉ କିମ୍ବା କିଛି ସହର ମୂଖ୍ୟ ରାସ୍ତା କଡ଼ରେ ଥିବା ଥାନା ଗୁଡ଼ିକର ପୁଲିସ୍ ବାବୁମାନେ ଗୋଡ଼ ଉପରେ‌ ଗୋଡ଼ ପକେଇ ବିଶ୍ରାମ ନେବା ଅପେକ୍ଷା ନିଜ ଅଞ୍ଚଳକୁ ଟ୍ରାଫିକ୍ ମୁକ୍ତ କରିବା ପାଇଁ ଅହରହ ଚେଷ୍ଟାକଲେ ସମସ୍ୟାର ସମାଧାନ ହେବ।
  • ଅଜଥାରେ ହେଲମେଟ୍ ଚେକିଂ କରିବା ଅପେକ୍ଷା ରଙ୍ଗରୁଟ୍ ଉପରେ ବେସି ଗୁରୁତ୍ବଦେବା ଏବଂ ଚାଲଣ କାଟିବାହେଲେ ସମସ୍ୟାର ଅଧା କଷ୍ଟ ଦୂରହୋଇଯିବ।
  • ଅବଶ୍ୟକ ନଥିବା କଟ୍ ଗୁଡ଼ିକୁ ବନ୍ଦକରିଦେଲେ ଭଲ।
  • ପାରାଲାଲ ଡ଼୍ରାଇଭ ଏବଂ ବାମ ପାଖ ରାସ୍ତା ଛାଡ଼ି ଟ୍ରାଫିକ୍ ଛକରେ ଗାଡ଼ି ରଖିଲେ ସମସ୍ୟା ସମାଧାନ ହେବ।
  • ରାସ୍ତା କଡ଼ରେ ବେଆଇନ୍ ପାର୍କିଂ କଲେ ମୋଟା ଅଙ୍କର ତଣ୍ଡ ଆଦାୟ କରି ତାଗିଦକରିବା ଦରକାର।
  • ବରଯାତ୍ରୀ ଓ ଶୋଭାଯାତ୍ରାରେ କଡ଼ା କଟକଣା ରହିବା ଦରକାର।
  • ଓଭରଟେକ୍ କଲେ ତଣ୍ଡ ଓ ଦଣ୍ଡ ଉଭୟ ମିଳିବା ଆବଶ୍ୟକ ରହିଛି।
  • ସପିଂମଲ , କଲ୍ୟାଣମଣ୍ଡପ, ବିବାହସ୍ଥଳି, ‌ବାର, ହୋଟେଲ ବ୍ୟବସାୟୀଙ୍କ ପାର୍କିଂ ସ୍ଥାନ ନ‌ିହାତି ରହିବା ଦରକାର।
  • ସରକାରୀ ରାସ୍ତାକୁ ପାର୍କିଂରେ ବ୍ୟବହାରକଲେ ଦଣ୍ଡ ଆଦୟ ହେବା ଦରକାର।
  • ଯାନବାହାର ନିୟମ ଅନୁଯାୟୀ ଚଳାଚଳକଲେ ‌କୌଣସି ଟ୍ରାଫିକ୍ ଜାମ ହେବନାହିଁ।
  • ସକାଳରୁ ସଂଧ୍ୟା ପର୍ଯ୍ୟନ୍ତ ରାସ୍ତା ଉପରେ ଚାଲୁଥିବା ନିର୍ମାଣକାର୍ଯ୍ୟ ବନ୍ଦହେବାଦରକାର।
  • ସ୍କୁଲ, କଲେଜ ଏବଂ ଯାତ୍ରୀବାହି ବସ୍ ନିଜ ନିୟମଅନୁଯାୟୀ ଚଉଡ଼ା ରାସ୍ତାରେ ଯାତାୟତ କରିବା ଦରକାର।
  • ଅମାନିଆ, ବୟସ ହୋଇନଥିବା ଚାଳକ, ‌ଷ୍ଟଣ୍ଡଣ୍ଟ ବାଇକରଙ୍କୁ ଚିହ୍ନଟକରି ସେମାନଙ୍କ ଲାଇସେନସ୍ ଓ ଗାଡ଼ି ଜବତକରିବା ଦରକାର।
  • ଏସବୁ ନିୟମ ପାଳନ କରାଯାଉଥିଲା ବେଳେ ଦାୟୀତ୍ବରେ ଥିବା ପୁଲିସ୍ ଚାପରେ କିମ୍ବା ଲାଞ୍ଚ ଆଳରେ ନପଡ଼ି ନିଜର କର୍ତ୍ତବ୍ୟ କଲେ ଭୁବନେଶ୍ବର ସହରରେ କୌଣସି ଟ୍ରାଫିକ୍ ସମସ୍ୟା ହେବ ନାହିଁ ବୋଲି ଆଶା ପ୍ରକଟ କରୁଛୁ।