ପୁଲିସ୍ ଗୋଡ଼ାଇବାରୁ ... ରେଳଧାରଣା ଆଗରେ ଠିଆହୋଇ ଖଣ୍ଡଖଣ୍ଡ ହୋଇଗଲେ ଯୁବକ : Ommtv Round The Clock

ପୁଲିସ୍ ଗୋଡ଼ାଇବାରୁ ... ରେଳଧାରଣା ଆଗରେ ଠିଆହୋଇ ଖଣ୍ଡଖଣ୍ଡ ହୋଇଗଲେ ଯୁବକ : Ommtv Round The Clock

ପୁଲିସ୍ ଗୋଡ଼ାଇବାରୁ ... ରେଳଧାରଣା ଆଗରେ ଠିଆହୋଇ ଖଣ୍ଡଖଣ୍ଡ ହୋଇଗଲେ ଯୁବକ : Ommtv Round The Clock

ପୁଲିସ୍ ଗୋଡ଼ାଇବାରୁ ... ରେଳଧାରଣା ଆଗରେ ଠିଆହୋଇ ଖଣ୍ଡଖଣ୍ଡ ହୋଇଗଲେ ଯୁବକ : Ommtv Round The Clock

BBSR: ଆଜି ମଧ୍ୟାହ୍ନରେ ପଟିଆ ରେଳ ‌‌‌ଷ୍ଟେସନ୍ ଫାଟକ ନିକଟରେ ଜଣେ ଯୁବକଙ୍କର ମୃତ ଦେହକୁ ଉଦ୍ଧାରକରିଛି ମଞ୍ଚେଶ୍ବର ଜିଆରପି ପୁଲିସ୍। ମୃତ ଯୁବକ ଜଣଙ୍କ ଘର ସ୍ଥାନୀୟ ପଦ୍ମକେଶରପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ତାଙ୍କ ନାମ କ‌ହ୍ନେଇ ଦାସ(୨୦)। ସେ ମଧ୍ୟାହ୍ନରେ ରେଳଧାରଣା ଉପରେ ଦୌଡ଼ୁଥିଲା ବେଳେ ମଞ୍ଚେଶ୍ବର ଦିଗରୁ ଦୃତଗତିରେ ଆସୁଥିବା ଏକ ଟ୍ରେନ୍ ସହ ଧକ୍କାହୋଇଯାଇଥିଲେ। ଫଳରେ ଟ୍ରେନ୍ ଇଞ୍ଜିନ୍ ସହ ପିଟି ହୋଇ ଖଣ୍ଡବିଖଣ୍ଡିତ ହୋଇଯାଇଥିଲେ। ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହେବା ଦେଖି ସ୍ଥାନୀୟଲୋକ ଜିଆରପି ଥାନାକୁ ସୂଚନାଦେଇଥିଲେ। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସ୍ଥାନୀୟ ଦେଖଣାହାରିଙ୍କ ସୂଚନା ଅନୁଯାୟୀ ଏହି ଘଟିଘଟଣାର ରୋଚକ କଥା ହେଉଛି ମୃତ ଯୁବକ କ‌ହ୍ନେଇକୁ କିଛି ପୁଲିସ୍ ଧରିବାପାଇଁ ଗୋଡ଼ାଉଥିଲା ବେଳେ ସେ ଦୌଡ଼ି ରେଳଧାଣା ଦିଗକୁ ଚାଲିଯାଇଥିଲା। ପରେ ଟ୍ରେନ୍ ସହ ପିଟିହୋଇ ଯାଇଥିଲା। ଘଟଣାଅନୁଯାୟୀ କ‌ହ୍ନେଇ ଗତ ୩ ବର୍ଷ ହେବ ବିବାହ କରିଛି। ତା’ର ଗୋଟିଏ ଦେଢ଼ ବ‌ର୍ଷର ପୁଅ ଅଛି। ମାତ୍ର ସ୍ବାମୀ ସ୍ତ୍ରୀ ମଧ୍ୟରେ ଗତ କିଛି ଦିନ ହେବ କୌଣସି କଥାକୁ ନେଇ ବାରମ୍ବାର ବଚସା ଓ ଝଗଡ଼ା ‌ହେଉଥିଲା। ଯେଉଁ କାରଣରୁ ସ୍ତ୍ରୀ ନିର୍ଯ୍ୟାତନାର ଶିକାରହୋଇ ସ୍ଥାନୀୟ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲା। ପୁଲିସ୍ ଗତକାଲି କ‌ହ୍ନେଇକୁ ଥାନାକୁ ନେଇ ତାଗିଦକରି ଛାଡ଼ିଥିଲା। ମାତ୍ର ଆଜି ପୁଣି ଥରେ ସେମାନଙ୍କ ମଧ୍ୟରେ ଝଗଡ଼ା ହେବାରୁ ପିସିଆର ବସ୍ତିକୁ ଆସି କ‌ହ୍ନେଇକୁ ଖୋଜାଖୋଜି କରିଥିଲେ। ଏହାପରେ ତା’କୁ ଏକ ସ୍ଥାନରେ ଲୁଚିଥିବା ଦେଖି ଧରିବାପାଇଁ ଗୋଡ଼ାଇଥିଲା। ପୁଲିସ୍ କବଳରୁ ବର୍ତିବାପାଇଁ ରେଳଧରଣା ଦିଗକୁ କ‌ହ୍ନେଇ ଦୌଡ଼ୁଥିଲା ବେଳେ ଟ୍ରେନ୍ ସହ ପିଟି ହୋଇଯାଇଥିଲା। ଅନ୍ୟ ପକ୍ଷରେ କୁହାଯାଏ ସେ ନିଜ ପାରିବାରିକ ସମସ୍ୟାନେଇ ଅତିଷ୍ଠ ଥିବାରୁ ଟ୍ରେନ୍ ଆଗରେ ଛିଡ଼ାହୋଇ ଆତ୍ମହତ୍ୟା କରିଛି। ଏନେଇ ମଞ୍ଚେଶ୍ବର ଥାନା ଆଇଆଇସି ମାନସ୍ ସ୍ବାଇଁଙ୍କୁ ଯୋଗାଯୋଗ କରିବାରୁ କୌଣସି ଉତ୍ତର ମିଳିପାରିନାହିଁ। ତେବେ ଜିଆରପି ପ୍ରାଥମିକ ତଦନ୍ତକରି କେବଳ ଏକ ଅପମୃତ୍ୟୁ ମାମଲା କରିଛି ବ‌ୋଲି କହିଛି।