ଗୃହରକ୍ଷୀଙ୍କୁ ମାଡ଼, ଚନ୍ଦକା ଥାନାଧିକାରୀ ବିରୋଧରେ ମାନବାଧିକାର କମିସନରେ ଅଭିଯୋଗ, ଡିସିପିଙ୍କ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ବର: ଗୃହରକ୍ଷୀ ଅଜୟ ଦାସଙ୍କୁ ଚନ୍ଦକା ଥାନା ପୁଲିସ ମାଡ଼ ମାରିବା ଘଟଣାରେ ଜାତୀୟ ମାନବାଧିକାର ଆୟୋଗ(ଏନ୍‌ଏଚ୍‌ଆର୍‌ସି)ରେ ଅଭିଯୋଗ ହୋଇଛି। ଅପରପକ୍ଷରେ, ଭୁବନେଶ୍ବର ଡିସିପି ଡା. ସର୍ବଣା ବିବେକ୍ ଏମ୍ ଏ ସଂକ୍ରାନ୍ତରେ ତଦନ୍ତ ପାଇଁ ଅତିରିକ୍ତ ଡିସିପି ଆରତି ଗିରିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଆଜି (ସୋମବାର) ଡିସିପି ଆରତି ଗିରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି। ପୀଡ଼ିତ ହୋମଗାର୍ଡ଼ ଓ ଥାନା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଛନ୍ତି।ମଳିଥିବା ସୂଚନାନୁସାରେ, ମାନବାଧିକାର କର୍ମୀ ଭଜମାନ ବିଶ୍ବାଳ ଚନ୍ଦକା ଥାନାଧିକାରୀ ସମିତା ମିଶ୍ର ଓ ଏସ୍‌ଆଇ ଆର୍ତ୍ତବଲ୍ଲଭ କରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।  ଏହି ଆବେଦନପତ୍ରରେ, ଉଭୟଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ ଅନୁରୋଧ କରିଛନ୍ତି। ଏହା ସହିତ ଗୃହରକ୍ଷୀ ଅଜୟ ଦାସଙ୍କୁ ୨୦ଲକ୍ଷ ଟଙ୍କା ଓ ତାଙ୍କ ଭାଇକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ନିବେଦନ କରିଛନ୍ତି। ଏନେଇ ମାନବାଧିକାରକର୍ମୀ ଶ୍ରୀ ବିଶ୍ବାଳ କହିଛନ୍ତି, କମିସନରେଟ ପୁଲିସରେ କାର୍ଯ୍ୟରତ ଗୃହରକ୍ଷୀ ଅଜୟ ଦାସ ନିଜ ଭାଇଙ୍କ ଦୋକାନ ନିକଟରେ ଠିଆ ହୋଇଥିବା ବେଳେ ଥାନାଧିକାରୀ ଓ ଏସ୍‌ଆଇ କୌଣସି କାରଣକୁ ନେଇ ସର୍ବସମ୍ମୁଖରେ ତାଙ୍କୁ ମାଡ଼ ମାରିଥିଲେ। ଫଳରେ ସେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ଏହାକୁ ଲୁଚାଇବା ପାଇଁ ଥାନା ପକ୍ଷରୁ ଅଜୟ ମଦ୍ୟପାନ କରିଥିବାର ମିଥ୍ୟା ଅଭିଯୋଗ କରାଯାଇଥିଲା ଏବଂ ଚାକିରିରୁ ବହିଷ୍କାର କରିଦେବାର ଧମକ ଦିଆଯାଇଥିଲା ବୋଲି ସେ ପିଟିସନରେ ଉଲ୍ଲେଖ କରିଛନ୍ତି।