ପାଣିପାଗ: ଆଗାମୀ ୭ଦିନ ପାଗ ସୁଖଦ, ମେଘୁଆ ସହ ୨୦ରେ କାଁଭାଁ ବର୍ଷା
ପାଣିପାଗ: ଆଗାମୀ ୭ଦିନ ପାଗ ସୁଖଦ, ମେଘୁଆ ସହ ୨୦ରେ କାଁଭାଁ ବର୍ଷା
ପାଣିପାଗ: ଆଗାମୀ ୭ଦିନ ପାଗ ସୁଖଦ, ମେଘୁଆ ସହ ୨୦ରେ କାଁଭାଁ ବର୍ଷା
ଭୁବନେଶ୍ବର: ପୂଜା ପରିବେଶ ଭିଜିବ ବୋଲି ଆଶଙ୍କା କରାଯାଉଥିଲା। କିନ୍ତୁ ପାର୍ବଣରେ ପାଣିପାଗର ସ୍ଥିତି ବଦଳିଯାଇଛି। ଭକ୍ତ ଓ ପୂଜାମଣ୍ଡପ ଦେଖଣାହାରୀଙ୍କୁ ଆଶ୍ବସ୍ତି ଦେବା ଭଳି ପାଗ ସୃଷ୍ଟି ହୋଇଛି। ଆଜି (ସୋମବାର) ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ପୂର୍ବାନୁମାନ ଅନୁଯାୟୀ ଆଗାମୀ ୭ ଦିନ ଓଡ଼ିଶା ବିଶେଷତଃ କଟକ ଓ ଭୁବନେଶ୍ବରର ପାଗ ମେଘୁଆ ଓ ସୁଖଦ ରହିବ। ସୂଚନାନୁସାରେ, କଟକ ଜିଲ୍ଲାରେ ଆଜି କେତେକ ସ୍ଥାନରେ ସ୍ପଳ୍ପରୁ ସାମାନ୍ୟ ବର୍ଷା ହୋଇପାରେ। ପରବର୍ତୀ ୭ ଦିନ ପାଗ ଶୁଖିଲା ରହିବ ଓ ମେଘୁଆ ରହିବ। ଦିନର ସର୍ବାଧିକ ତାପମାତ୍ର ୩୩ ଡିଗ୍ରି ରହିବ ଓ ସର୍ବନିମ୍ନ ତାପମାତ୍ର ୨୩ ଡିଗ୍ରି ରହିବ। ସେହିଭଳି ଖୋର୍ଦ୍ଧା ଜିଲ୍ଲାବିଶେଷତଃ ଭୁବନେଶ୍ବରରେ ଆଜି କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି। କିନ୍ତୁ ଆସନ୍ତା ୭ ଦିନ ପାଗ ବିଶେଷତଃ ମେଘୁଆ ରହିବ। ଦିନର ସର୍ବାଧିକ ଉତ୍ତାପ ୩୩ଡିଗ୍ରି ଓ ସର୍ବନିମ୍ନ ୨୩ଡିଗ୍ରି ରହିବ ବୋଲି ଅନୁମାନ କରାଯାଉଛି।୨୦ ତାରିଖରେ ମାଲକାନଗିରି କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୨୧ ତାରିଖରେ ରାୟଗଡ଼ା, ଗଜପତି, ଗଞ୍ଜାମରେ ମଧ୍ୟ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ଅନୁମାନ କରାଯାଉଛି।

