ଓମ ମହାକାଳୀ ଦଣ୍ଡନୃତ୍ଯ ପରିଷଦର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ : Ommtv

ଓମ ମହାକାଳୀ ଦଣ୍ଡନୃତ୍ଯ ପରିଷଦର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ

ଓମ ମହାକାଳୀ ଦଣ୍ଡନୃତ୍ଯ ପରିଷଦର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ : Ommtv

ଓମ ମହାକାଳୀ ଦଣ୍ଡନୃତ୍ଯ ପରିଷଦର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ : Ommtv

(ଢେଙ୍କାନାଳ ଶଶିକାନ୍ତ ଗଡନାୟକ)ହିନ୍ଦୋଳ ର ଓମ ମହାକାଳୀ ଦଣ୍ଡନୃତ୍ଯ ପରିଷଦର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ମହା ସମାରୋହରେ ଦୁଦୁରକୋଟ ଗ୍ରାମରେ ପାଳିତ ହୋଇଯାଇଛି। ସଭାପତି ଅଭୟ ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଶୁକ୍ରୁ ସ୍ଵାଇଁ, ମୁଖ୍ୟ ବକ୍ତାଭାବେ ଜିଲ୍ଲା ସଂସ୍କୃତି ପରିଷଦ ଉପାଧ୍ୟକ୍ଷ ଅବନୀ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ମନୋଜ ବେହେରା ଓ ସ୍ଵେଚ୍ଛାସେବୀ ଶରତ କୁମାର ସାହୁ ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ପଡା ଗାୟତ୍ରୀ ପରିବାର ପକ୍ଷରୁ ପ୍ରଥମେ ସ୍ଵାଗତ ସଙ୍ଗୀତ ପରିବେଷଣ ହୋଇଥିଲା। ସମାଜସେବୀ ରତିକାନ୍ତ ଗଡନାୟକ ସଂଯୋଜନା ସହ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉଦଘାଟନ ପରେ ଯୋଗ ଦେଇଥିବା ଦଣ୍ଡ କଳାକାର ମାନଙ୍କୁ ନେଇ ପ୍ରତିଯୋଗୀତା ରାତି ସାରା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ବିଚାରକ ଭାବେ ରମା ରଞ୍ଜନ ଗଡନାୟକ ଯୋଗ ଦେଇ ଅନ୍ୟ ଚାରିଜଣ ବିଚାରକ ସହ ମୂଲ୍ୟାୟନ କରିଥିଲେ। ଏହି ପ୍ରତିଯୋଗୀତାରେ ଚଳିତ ବର୍ଷର ଚାମ୍ପିଅନ୍ ଭାବେ ପାଇକ ପୁରୁଣାକୋଟ୍ ର ବିଶ୍ଵନାଥ ନାଏକ, ପ୍ରଥମ ଅଭୟ ନାଏକ, ଦିତୀୟ ପ୍ରଶାନ୍ତ ବେହେରା, ଦୁଦୁରକୋଟ,ତୃତୀୟ ସ୍ଥାନ ଶାନ୍ତନୁ ବେହେରା ପୁରୁଣାକୋଟ ଗ୍ରାମର ମନୋନୀତ ହୋଇ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଶିକ୍ଷାବିତ୍ ଡକ୍ଟର ପ୍ରମୋଦ ମିଶ୍ର ଙ୍କ ଠାରୁ ସିଲ କପ୍ ସହ ମାନପତ୍ର ଗ୍ରହଣ କରିଥିଲେ। ସମ୍ପାଦକ ପ୍ରମୋଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମରୁ ଶହ ଶହ ଦର୍ଶକ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। #Odishaculture #Dhenkanal #Ommtv #Omtv #dandanrutya #Kalingacinearts #NBPC

କଳିଙ୍ଗ ସ‌ିନେ ଆର୍ଟସ୍ ସେବା ସମ୍ମାନ ପାଇଥିବା ବ୍ୟକ୍ତିତ୍ବଙ୍କ ଝଲକ (ଓମଟିଭି)