ବ୍ରହ୍ମପୁର ମହିମା ଧର୍ମ ପୀଠରେ ସଫେଇ କାର୍ଯ୍ୟକ୍ରମ ; OMmtv

ବ୍ରହ୍ମପୁର ମହିମା ଧର୍ମ ପୀଠରେ ସଫେଇ କାର୍ଯ୍ୟକ୍ରମ

ବ୍ରହ୍ମପୁର ମହିମା ଧର୍ମ ପୀଠରେ ସଫେଇ କାର୍ଯ୍ୟକ୍ରମ ; OMmtv

ବ୍ରହ୍ମପୁର ମହିମା ଧର୍ମ ପୀଠରେ ସଫେଇ କାର୍ଯ୍ୟକ୍ରମ ; OMmtv

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟାସ୍ଥିତ ହିନ୍ଦୋଳ ମହାବିଦ୍ୟାଳୟ ଓ ହିନ୍ଦୋଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ନୂଆ ଓଡ଼ିଶା, ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ 15 ତାରିଖ ଦିନ ଗିରିଧର ପ୍ରସାଦ ଅଧିନସ୍ଥ ବ୍ରହ୍ମପୁର ଅଲେଖ ମହିମା ମଠରେ ସଫେଇ କାର୍ଯ୍ୟ କରାଯାଇଛି l ଏହି ଉପଲକ୍ଷେ ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ଶତାଧିକ +2 ଓ +3 ର ଛାତ୍ର ଛାତ୍ରୀ ସକାଳ 8 ଟାରେ ମହିମା ପୀଠରେ ପହଞ୍ଚି ମଠ ପରିସର ସମେତ ଧୂନୀ ମନ୍ଦିର, ଶୂନ୍ୟ ମନ୍ଦିର ସଫା ସୁତରା କରିଥିଲେ l ଛାତ୍ର ଛାତ୍ରୀ ମାନେ ଅଲେଖ ଭଜନ, ଜଣାଣ ଗାଇ ମହିମା ଗୁରୁ ଅଲେଖ ଧ୍ୱନୀରେ ମଠ ପରିସର ପ୍ରକମ୍ପିତ କରି ମହିମା ସ୍ୱାମୀଙ୍କ ଆଶ୍ରିତ ହୋଇଥଲେ l ପରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ସାହୁଙ୍କ ପୌରହିତ୍ୟରେ ଏକ ଆଧ୍ୟାତ୍ମିକ ସଭାର ଆୟୋଜନ କରାଯାଇଥିଲା l ଏଥିରେ ଗିରିଧରପ୍ରସାଦ ଗ୍ରାମ ପଞ୍ଚାୟତ ସରପଞ୍ଚ ସୁମିତ୍ରା ସେଠୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କର ସେବାମୂଳକ କାର୍ଯ୍ୟକୁ ପ୍ରଶଂଶା କରିଥିଲେ l ସମ୍ମାନିତ ଅତିଥି ଭାବେ ମଠର ମହନ୍ତ ଦୋଳଗୋବିନ୍ଦ ଦାସ ଅଲେଖ ଧର୍ମ ସମ୍ପର୍କରେ ଅଭିହିତ କରିଥିଲେ l ମୁଖ୍ୟ ବକ୍ତା ରୂପେ ମଠର ଅଧ୍ୟକ୍ଷ ମୁରଲୀଧର ପ୍ରଧାନ ମଠର ଐତିହ୍ୟ ସମ୍ବଦ୍ଧରେ ଅବତାରଣା କରିଥିଲେ l +3 ର ନୋଡାଲ ଅଫିସର ତଥା ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ନିର୍ମଳ ଚନ୍ଦ୍ର ପାଣିଗ୍ରାହୀ ଓ + 2 ର ନୋଡାଲ ଅଫିସର ତଥା ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଜୟନ୍ତ ନାରାୟଣ ପତିଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀ ମାନେ ବ୍ରହ୍ମପୁର ପୋଖରୀରେ ଥିବା ଗାଧୁଆ ତୁଠ ସଫେଇ କରିବା ସହ ପ୍ରାଚୀର ପତ୍ର ଧରି ଏକ ସଚେତନ ଶୋଭାଯାତ୍ରାରେ ସ୍ଲୋଗାନ ଦେଇ ସ୍ୱଚ୍ଛ ଭାରତ ବାର୍ତ୍ତା ପ୍ରଦାନ କରିଥିଲେ l ଏହି କାର୍ଯ୍ୟରେ ବ୍ରହ୍ମପୁରର ଗ୍ରାମ ପରିଚାଳନା କମିଟିର ସଭାପତି ଗୁଣଧର ପ୍ରଧାନ ଓ ଅଲେଖ ମହିମାରେ ଦୀକ୍ଷିତ 40 ଜଣ ଭକ୍ତ ଛାତ୍ରଛାତ୍ରୀ ମାନଙ୍କୁ ସହଯୋଗକରି ଉତ୍ସାହିତ କରିଥିଲେ l ଏହି ମହନୀୟ କାର୍ଯ୍ୟରେ ଏନ ସି ସି ଅଫିସର ଡ଼. କ୍ୟାପଟେନ କିଶୋର କୁମାର ପୃଷ୍ଟି , ଅଧ୍ୟାପକ ବ୍ରଜ କିଶୋର ବେହେରା, ସୁକାନ୍ତ କୁମାର ପତି, ଅକ୍ଷୟ କୁମାର ପାତ୍ର, ବିଶ୍ୱରଂଜନ, ଅଧ୍ୟାପିକା ଶୁଭଲଷ୍ମୀ ଦାସ, ଶିଖା ସିଆଲ, କାର୍ଯ୍ୟାଳୟ ମୁଖ୍ୟ କର୍ମଚାରୀ ସନ୍ଦୀପ କୁମାର ଦେବତା, ସହାୟକ ସୁବ୍ରତ ଜେନାମଣୀ ସମେତ ବହୁ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ବିଭିନ୍ନ ଦାୟିତ୍ୱ ନିର୍ବାହ କରି କାର୍ଯ୍ୟକ୍ରମକୁ ସଫଳ ରୁପାୟନ କରିଥିଲେ l
JOIN New Bhubaneswar Press Club : 9439177630