First-ever Hybrid Repair of Aorta in KIMS-BBSR : Ommtv
First-ever Hybrid Repair of Aorta in KIMS-BBSR : Ommtv
First-ever Hybrid Repair of Aorta in KIMS-BBSR : Ommtv
A 50-year female presented with complaints of severe pain in the upper back and chest. On evaluation was found to have a dissection of the aorta. Dissection of the aorta is a serious problem. An aortic dissection is a condition that causes sudden and severe pain in the chest, back or belly. It involves the aorta, which is the main blood vessel that comes out of the heart and carries blood to the body. In dissection, there is a tear inside the aorta. With the advancement of therapy, now we are able to manage many cases of aortic dissection by stenting the aorta. In this case, there was a large tear that was extending to the artery supplying blood to the left upper limb. This case was managed by hybrid repair. Our cardiac surgery team of Dr. A Sharda and Dr. Chandan Kumar Raymohapatra first did carotid to carotid and carotid to left subclavian bypass. These bypass grafts prevented brain stroke and maintain blood supply to the left hand. Then the Cardiology team led by Dr. Anupam Jena put a covered stent inside the aorta to seal the tear. This is a one of its kind hybrid repair of the aorta in Odisha. An untreated dissection of the aorta can create many serious problems as blood gets stuck in the damaged part of the wall – As a result, the body organs, which get their blood from the aorta, might not get enough blood. This can lead to problems such as a heart attack, brain damage, kidney damage, intestinal problems, or not enough blood flow to the legs or arms. If this happens, it is an emergency. The wall of the aorta can burst open – This causes lots of internal bleeding and is an emergency. Timely treatment in this case prevented all complications. KIMS has pioneered many aspects of Cardiology including the first in Odisha to do Trans-catheter Aortic valve replacement, EPS RFA, Endovascular repair of the Aorta, and many more.
କିମ୍ସରେ ହେଲା ଓଡ଼ିଶାର ପ୍ରଥମ ହାଇବ୍ରିଡ୍ ଅସ୍ତ୍ରୋପଚାର : Ommtv
: ଓଡ଼ିଶାରେ ପ୍ରଥମ ଥର ଲାଗି ହାଇବ୍ରିଡ୍ ଅସ୍ତ୍ରୋପଚାର କରିଥିବା କିମ୍ସ-ଭୁବନେଶ୍ୱରର ଡାକ୍ତରମାନେ ଦାବି କରିଛନ୍ତି । ନିକଟରେ କିମ୍ସ-ଭୁବନେଶ୍ୱରରେ କଟକ ଜିଲ୍ଲା ବାଙ୍କୀ ବ୍ଳକ ଅନ୍ତର୍ଗତ ରତାଗଡ଼ ଗ୍ରାମର ଜନୈକ ମହିଳାଙ୍କ ମୁଖ୍ୟ ରକ୍ତନଳୀର ସଫଳ ହାଇବ୍ରିଡ୍ ଅସ୍ତ୍ରୋପଚାର କରାଯାଇଛି । ୫୦ବର୍ଷ ବୟସ୍କା ମହିଳା ସୁଷମା ରଣା ପିଠିର ଉପରଭାଗ ଓ ଛାତିରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବାରୁ ସେ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ । ବିଭିନ୍ନ ଡାକ୍ତରଖାନାରେ ଡାକ୍ତରଙ୍କ ପରାମର୍ଶ କରି ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶେଷରେ ସୁଷମା ଜାନୁଆରୀ ୧୮ତାରିଖରେ କିମ୍ସ-ଭୁବନେଶ୍ୱର ଆସି ହୃଦରୋଗ ବିଭାଗ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ । ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା ପରେ ସୁଷମାଙ୍କ ହୃଦପିଣ୍ଡରୁ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ରକ୍ତ ସଞ୍ଚାଳନ ହେଉଥିବା ମୁଖ୍ୟ ରକ୍ତନଳୀ ଫାଟିଯାଇ ଇଣ୍ଟରନାଲ୍ ବ୍ଲିଡିଂ ହେଉଥିବା ଜଣାପଡ଼ିଥିଲା । ତେଣୁ ତୁରନ୍ତ ତାଙ୍କର ହାଇବ୍ରିଡ୍ ଅସ୍ତ୍ରୋପଚାର ପାଇଁ ଡାକ୍ତର ନିଷ୍ପତ୍ତି ନେଇଥିଲେ । ପ୍ରଥମେ କିମ୍ସର କାର୍ଡିଓଥୋରାସିକ୍ ଓ ଭାସ୍କୁଲାର ସର୍ଜରୀ (ସିଟିଭିଏସ୍) ବିଶେଷଜ୍ଞ ଡା. ଏ. ଶାରଦା ଏବଂ ଡା. ଚନ୍ଦନ କୁମାର ରାୟମହାପାତ୍ରଙ୍କ ନେତୃତ୍ୱରେ ତାଙ୍କର ବାଇପାସ୍ ଅସ୍ତ୍ରୋପଚାର କରାଯାଇ ମୁଖ୍ୟ ରକ୍ତନଳୀରୁ ବାମ ହାତ ଓ ମସ୍ତିସ୍କକୁ ରକ୍ତ ସଞ୍ଚାଳନ କରୁଥିବା ରକ୍ତନଳୀ ସହ ଦୁଇଟି ନଳୀ ସଂଯୋଗ କରାଯାଇଥିଲା । ପରେ ହୃଦରୋଗ ବିଶେଷଜ୍ଞ ଡା. ଅନୁପମ ଜେନାଙ୍କ ଦ୍ୱାରା ଷ୍ଟେଣ୍ଟି କରାଯାଇ ମୁଖ୍ୟ ରକ୍ତନଳୀର ଫାଟି ଯାଇଥିବା ସ୍ଥାନକୁ ବନ୍ଦ କରାଯାଇଥିଲା । କିମ୍ସର ନିଶ୍ଚେତକ ବିଶେଷଜ୍ଞ ଡା. ଅଶୋକ କୁମାର ବଡ଼ମାଳିଙ୍କ ସହାୟତାରେ ଏହି ହାଇବ୍ରିଡ୍ ଅସ୍ତ୍ରୋପଚାର ୪ରୁ ୫ଘଣ୍ଟା ସମୟ ଲାଗିଥିଲା ବୋଲି ଡା. ଜେନା କହିଛନ୍ତି । ଏହାର ତୁରନ୍ତ ଅସ୍ତ୍ରୋପଚାର କରାଯାଇ ନ ଥିଲେ ହୃଦ୍ଘାତ, ମସ୍ତିଷ୍କାଘାତ, ଯକୃତ ଅକାମୀ, ଅଗ୍ନାଶୟରେ ସମସ୍ୟା ଭଳି ଗୁରୁତର ସମସ୍ୟା ଦେଖା ଦେଇଥାନ୍ତା ଏବଂ ଜୀବନ ପ୍ରତି ବିପଦ ରହିଥାନ୍ତା ବୋଲି ଡା. ଜେନା କହିଛନ୍ତି । ଏଭଳି ହାଇବ୍ରିଡ୍ ଅସ୍ତ୍ରୋପଚାର ପାଇଁ ସାଧାରଣତଃ ୧୪ରୁ ୧୫ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ଓ ଏଥିପାଇଁ ରୋଗୀକୁ ଓଡ଼ିଶା ବାହାରକୁ ଯିବାକୁ ପଡ଼ୁଥିବା ବେଳେ କିମ୍ସରେ ବିଏସ୍କେୱାଇ ଯୋଜନାରେ ମାତ୍ର ୬ଲକ୍ଷ ୫୦ ହଜାର ଟଙ୍କାରେ ସୁଷମାଙ୍କର ଅସ୍ତ୍ରୋପଚାର କରାଯାଇପାରିଲା ବୋଲି ସେ କହିଛନ୍ତି । ଅସ୍ତ୍ରୋପଚାରର ୫ ଦିନ ପରେ ସୁଷମା ସୁସ୍ଥ ହୋଇ ମଙ୍ଗଳବାର ଘରକୁ ଫେରିଛନ୍ତି । କିମ୍ସର ଡାକ୍ତରମାନଙ୍କ ଚିକିତ୍ସା ଯୋଗୁଁ ତାଙ୍କର ଜୀବନ ବଞ୍ଚିଗଲା ବୋଲି ସୁଷମା କହିଛନ୍ତି । ଏଥିପାଇଁ କିମ୍ସ କର୍ତ୍ତୃପକ୍ଷଙ୍କୁୁ ଧନ୍ୟବାଦ ଜଣାଇଛନ୍ତି ।