Dhenkanal News

Dhenkanal News

Dhenkanal News

(ହିନ୍ଦୋଳ ରତିକାନ୍ତ ଗଡନାୟକ)ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ସାତ ମାଇଲ ସ୍ଥିତ ହାଟ ପଡିଆ ଠାରେ ହିନ୍ଦୋଳ ପାଇକ ମହାସଂଘ ର ମୁଖ୍ୟ ସଂଗଠକ ଦୀପକ କୁମାର ଗଡନାୟକ (ହାପି)ଙ୍କ ଆବାହକତ୍ବ ଓ ସଭାପତିତ୍ବରେ ସମସ୍ତ କଳାକାର ଓ ସମର କଳା କଳାକାର ମାନଙ୍କର ଏକ ସମ୍ମିଳନୀ ଗତକାଲି ଅନୁସ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ହିନ୍ଦୋଳ ବ୍ଲକ୍ ର ବିଭିନ୍ନ ପଂଚାୟତ ମଧ୍ୟରୁ ଶତାଧିକ ପୁରୁଷ ମହିଳା କଳାକାର ମାନେ ଯୋଗ ଦେଇ ବିଭିନ୍ନ ସମସ୍ୟା ଉପରେ ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଭାବେ ଅନଗୁଳ ପାଇକ ମହାସଂଘ ର ସଭାପତି ସୁବୋଧ ସିଂହ,ମୁଖ୍ୟ ବକ୍ତାଭାବେ ରାଜ୍ଯ ପାଇକ ମହାସଂଘ ର ମୁଖ୍ୟ ଉପଦେଷ୍ଠା ରଞ୍ଜନ କୁମାର ବିଶୋୟୀ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ପାଇକ କଳାକାର ନେପାଳୀ ନାୟକ ଯୋଗ ଦେଇ ସମର କଳା ଓ ସାଂସ୍କୃତିକ କଳାକାର ମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ଦିଗରେ ସମସ୍ତ କଳାକାର ମାନେ ସଙ୍ଗଠିତ ହୋଇ ସରକାର ଙ୍କ ଠାରେ ଦାବୀ ଉପସ୍ଥାପନା କରିବାକୁ ଆହ୍ଵାନ ଦେଇଥିଲେ। କଳାକାର ମାନଙ୍କୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ମାସିକ ମାତ୍ର ୧୨୦୦ ଟଙ୍କା କୁ ମାସିକ ଅନ୍ୟୁନ ୩୦୦୦ ଟଙ୍କା କୁ ବୃଦ୍ଧି କରିବା ପାଇଁ ଦାବୀ ହୋଇଥିଲା ଏବେ ପ୍ରକୃତ କଳାକାର ମାନଙ୍କୁ ତୁରନ୍ତ ଭତ୍ତା ପ୍ରଦାନ କରିବା ପାଇଁ ଦାବୀ ହୋଇଥିଲା। ଆଗାମୀ ଦିନରେ ହିନ୍ଦୋଳ କଳାକାର ମହାସଂଘ ପକ୍ଷରୁ ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା। ସମିଳନୀରେ ହିନ୍ଦୋଳ ଅଞ୍ଚଳ ରୁ ରଜନୀ କାନ୍ତ ମିଶ୍ର, ସୁଶାନ୍ତ ରଥ, ଦୟାନିଧି ସାମଲ,ଲମ୍ବୋଦର ସାମଲ, ରମେଶ ସେନାପତି, ଦିବାକର ଦେହୁରୀ,ପ୍ରଦୀପ ସାମଲ, ବିମ୍ବାଧର ମାଝୀ ପ୍ରମୂଖ କଳାକାର ମାନେ ଯୋଗ ଦେଇଥିଲେ। ସର୍ବଶେଷରେ ବରିଷ୍ଠ କଳାକାର କ୍ଷୀରୋଦ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।