ନୂତନ ଗବେଷଣା ଫୁସ୍‍ଫୁସ୍‍ କର୍କଟ ରୋଗ ଚିକିତ୍ସାରେ ଆଶା ସଞ୍ଚାର କରିଛି: କିମ୍‍ସ କ୍ୟାନ୍‍ସର ସେଣ୍ଟର ମୁଖ୍ୟ : ଓମଟିଭି)

ଫୁସ୍‍ଫୁସ୍‍ ରୋଗ ଚିକିତ୍ସାରେ ଜେନେଟିକ୍‍ ପରୀକ୍ଷା ଷ୍ଟେରିଓଟାକ୍‍ଟିକ୍‍ ବଡି ରେଡ଼ିଓ ଥେରାପି, ଟାର୍ଗେଟେଡ୍‍ କ୍ୟାନ୍‍ସର ଡ୍ରଗ୍‍ ଡେଲିଭରି ମେକାନିଜିମ୍‍ର ସଂଯୋଗିକରଣ ଏବଂ ଇମ୍ୟୁନୋଥେରାପି ସହ ନୂତନ

ନୂତନ ଗବେଷଣା ଫୁସ୍‍ଫୁସ୍‍ କର୍କଟ ରୋଗ ଚିକିତ୍ସାରେ ଆଶା ସଞ୍ଚାର କରିଛି: କିମ୍‍ସ କ୍ୟାନ୍‍ସର ସେଣ୍ଟର ମୁଖ୍ୟ : ଓମଟିଭି)

ନୂତନ ଗବେଷଣା ଫୁସ୍‍ଫୁସ୍‍ କର୍କଟ ରୋଗ ଚିକିତ୍ସାରେ ଆଶା ସଞ୍ଚାର କରିଛି: କିମ୍‍ସ କ୍ୟାନ୍‍ସର ସେଣ୍ଟର ମୁଖ୍ୟ : ଓମଟିଭି)

ଭୁବନେଶ୍ୱର, ୧ ।୮(ଓମ): ଫୁସ୍‍ଫୁସ୍‍ ରୋଗ ଚିକିତ୍ସାରେ ଜେନେଟିକ୍‍ ପରୀକ୍ଷା ଷ୍ଟେରିଓଟାକ୍‍ଟିକ୍‍ ବଡି ରେଡ଼ିଓ ଥେରାପି, ଟାର୍ଗେଟେଡ୍‍ କ୍ୟାନ୍‍ସର ଡ୍ରଗ୍‍ ଡେଲିଭରି ମେକାନିଜିମ୍‍ର ସଂଯୋଗିକରଣ ଏବଂ ଇମ୍ୟୁନୋଥେରାପି ସହ ନୂତନ ଗବେଷଣା ଫୁସ୍‍ଫୁସ୍‍ କର୍କଟ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ନୂତନ ଆଶା ସଞ୍ଚାର କରିଛି । ଆଜି ବିଶ୍ୱ ଫୁସ୍‍ଫୁସ୍‍ କର୍କଟ ରୋଗ ଦିବସ ଅବସରରେ କିମ୍‍ସ କର୍କଟ ରୋଗ ଚିକିତ୍ସା କେନ୍ଦ୍ର ନିର୍ଦ୍ଦେଶକ ତଥା ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ପ୍ରଫେସର ଡା. ବିଧୁ କଲ୍ୟାଣ ମହାନ୍ତି କହିଛନ୍ତି । ନୂତନ ଭାବେ ପ୍ରତିଷ୍ଠା ହୋଇଥିବା କିମ୍‍ସ କର୍କଟ ରୋଗ ଚିକିତ୍ସା କେନ୍ଦ୍ରର ମୁଖ୍ୟ ଦାୟିତ୍ୱରେ ଥିବା ଡା. ମହାନ୍ତି କହିଲେ, ଓଡ଼ିଶାରେ ମୁଖ୍ୟତଃ ପାକସ୍ଥଳୀ, ମୁଖଗହ୍ୱର, ସ୍ତନ, ଗର୍ଭାଶୟ ଓ ଫୁସ୍‍ଫୁସ୍‍ କର୍କଟ ରୋଗ ଦେଖାଦେଇଥାଏ । ଏଥିରେ ଫୁସ୍‍ଫୁସ୍‍ କର୍କଟ ରୋଗ ୫ମ ସ୍ଥାନରେ ରହିଛି । ପୁରୁଷଙ୍କ କ୍ଷେତ୍ରରେ ପାକସ୍ଥଳୀ ଓ ମୁଖ ଗହ୍ୱର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଫୁସ୍‍ଫୁସ୍‍ କର୍କଟ ରୋଗ ତୃତୀୟ ସ୍ଥାନରେ ରହିଛି । ଧୂମପାନ, ତମାଖୁ ସେବନ, ରାସାୟନିକ ପଦାର୍ଥ, ପରିବେଶ ପ୍ରଦୂଷଣ ଆଦି ବୃତ୍ତିଗତ ବିପଦ ଏବଂ ବଂଶଗତ କାରଣ ଯୋଗୁଁ ମଧ୍ୟ ଫୁସ୍‍ଫୁସ୍‍ କର୍କଟ ରୋଗ ହୋଇଥାଏ । ଶରୀରରେ ଫୁସ୍‍ଫୁସ୍‍ କର୍କଟ ରୋଗ ସୃଷ୍ଟି କରିବା ପାଇଁ ଏଗୁଡ଼ିକ ଦୀର୍ଘ ସମୟ ନେଇଥାନ୍ତି, ଯେଉଁଥି ପାଇଁ ଜଣେ ବ୍ୟକ୍ତିର ୫୦ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ବର୍ଷରେ ଫୁସ୍‍ଫୁସ୍‍ କର୍କଟ ରୋଗ ଚିହ୍ନଟ ହୋଇଥାଏ ।

ମାତ୍ର ପାଶ୍ଚାତ୍ୟ ଦେଶଗୁଡ଼ିକରେ ଧୂମପାନ ଓ ତମାଖୁ ସେବନ କରୁ ନ ଥିବା ବ୍ୟକ୍ତିଙ୍କ ମଧ୍ୟରେ ଫୁସ୍‍ଫୁସ୍‍ କର୍କଟ ରୋଗ ବଢୁଥିବା ଡା. ମହାନ୍ତି କହିଛନ୍ତି । ପାଶ୍ଚାତ୍ୟ ଦେଶଗୁଡ଼ିକରେ ଏଥିପାଇଁ ପ୍ରଦୂଷଣ, ବଂଶଗତ ଏବଂ ଅନ୍ୟାନ୍ୟ ଜୀବନ ଶୈଳୀ ଏହାର କାରଣ ହୋଇପାରେ ବୋଲି ସେ କହିଛନ୍ତି । ଫୁସ୍‍ଫୁସ୍‍ କର୍କଟ ରୋଗର ଲକ୍ଷଣ ସମ୍ପର୍କରେ ସେ କହିଲେ, ଏହି ରୋଗୀଙ୍କ କ୍ଷେତ୍ରରେ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ, ଓଜନ ହ୍ରାସ, ଜ୍ୱର, ଦୀର୍ଘ ସପ୍ତାହ କିମ୍ବା ମାସମାସ ଧରି ଛାତିରେ ଯନ୍ତ୍ରଣା ହେଲେ ରୋଗୀ ଡାକ୍ତରୀ ପରାମର୍ଶ ନେବା ଉଚିତ । ଅନ୍ୟାନ୍ୟ କର୍କଟ ରୋଗୀ ଯଥା ମୁଖ ଗହ୍ୱର, ସ୍ତନ ଏବଂ ଗର୍ଭାଶୟ କର୍କଟ ରୋଗୀଙ୍କ ଅପେକ୍ଷା ଫୁସ୍‍ଫୁସ୍‍ କର୍କଟ ରୋଗୀଙ୍କ କ୍ଷେତ୍ରରେ ବଞ୍ଚିବାର ସମ୍ଭାବନା ହାର କମ୍‍ ବୋଲି ଡା. ମହାନ୍ତି କହିଛନ୍ତି । ପ୍ରାୟ ୫୦ ପ୍ରତିଶତ ଫୁସ୍‍ଫୁସ୍‍ କର୍କଟ ରୋଗୀ ରୋଗ ଚିହ୍ନଟ ହେବାର ବର୍ଷକ ମଧ୍ୟରେ ମୃତ୍ୟୁବରଣ କରିଥାନ୍ତି । କାରଣ ୭୦ରୁ ୮୦ ପ୍ରତିଶତ ଫୁସ୍‍ଫୁସ୍‍ କର୍କଟ ରୋଗୀଙ୍କ କ୍ଷେତ୍ରରେ ରୋଗ ବହୁ ବିଳମ୍ବରେ ଚିହ୍ନଟ ହୋଇଥାଏ । ଏମାନଙ୍କ କ୍ଷେତ୍ରରେ ଷ୍ଟେଜ-୩ କିମ୍ବା ଷ୍ଟେଜ୍‍-୪ ଅବସ୍ଥାରେ ରୋଗ ଚିହ୍ନଟ ହୋଇଥାଏ । ରୋଗ ତୁରନ୍ତ ଚିହ୍ନଟ ହୋଇପାରିଲେ ରୋଗୀଙ୍କ ବଞ୍ଚିବା ହାର ୬୦ରୁ ୭୦ ପ୍ରତିଶତ ରହିଥାଏ । ପ୍ରାଥମିକ ଅବସ୍ଥାରେ ଫୁସ୍‍ଫୁସ୍‍ କର୍କଟ ରୋଗ ଚିହ୍ନଟ ହେଲେ ରୋଗୀଙ୍କଠାରେ ଅସ୍ତ୍ରୋପଚାର ଏବଂ ରେଡ଼ିଓଥେରାପି ଆଦି ଚିକିତ୍ସା ପ୍ରକ୍ରିୟା ଗ୍ରହଣ କରାଯାଇଥାଏ । ପରବର୍ତ୍ତୀ ପର୍ଯ୍ୟାୟରେ କେମୋଥେରାପି ଏବଂ ରେଡ଼ିଓଥେରାପି ଚିକିତ୍ସା କରାଯାଇପାରେ । ରୋଗର ଜଟିଳ ପର୍ଯ୍ୟାୟରେ କେତେକ କ୍ଷେତ୍ରରେ କେମୋଥେରାପି ଓ ରେଡ଼ିଓଥେରାପି ଚିକିତ୍ସାରେ ଉନ୍ନତି ପରିଲକ୍ଷିତ ନ ହେଲେ ରୋଗୀକୁ ଦୈନିକ ଚିକିତ୍ସାରେ ବଞ୍ଚାଇ ରଖାଯିବା ସହ ପାଲିଏଟିଭ୍‍ କେୟାରର ସାହାରା ନିଆଯାଇଥାଏ ବୋଲି ସେ କହିଥିଲେ ।