ଆନ୍ତର୍କାତୀୟ ସଂଖ୍ୟାଲଘୁ ଅଧିକାର ଦିବସ ପାଳିତ : Ommtv

ଆନ୍ତର୍କାତୀୟ ସଂଖ୍ୟାଲଘୁ ଅଧିକାର ଦିବସ ପାଳିତ

ଆନ୍ତର୍କାତୀୟ ସଂଖ୍ୟାଲଘୁ ଅଧିକାର ଦିବସ ପାଳିତ : Ommtv

ଆନ୍ତର୍କାତୀୟ ସଂଖ୍ୟାଲଘୁ ଅଧିକାର ଦିବସ ପାଳିତ : Ommtv
ଭୁବନେଶ୍ୱର,୧୯ା୧୨ ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ଆନ୍ତର୍ଜାତୀୟ
ସଂଖ୍ୟାଲଘୁ ଦିବସ ନୀଳାଦ୍ରି ବିହାର ସ୍ଥିତ ଗ୍ରାଣ୍ଡ ଲୁମ୍ବିନୀ ଠାରେ ଭାଇଚାରା
ମଧ୍ୟରେ ପାଳିତ ହୋଇଯାଇଛି । ସେଲର ସିଟି ସଭାପତି ଡ. ହାସନ ଖାନଙ୍କ
ପୌରହିତରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ କହିଥିଲେ
ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଧର୍ମକୁ ସମାନ ଗୁରୁତ୍ୱ
ଦେଇ ଆସୁଛନ୍ତି ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଉନ୍ନତି ପାଇଁ ବିଭିନ୍ନ ପ୍ରକାର
ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ସବୁବେଳେ
ସାହାର୍ଯ୍ୟ ସହଯୋଗ ଯୋଗାଇ ଦିଆଯାଉଛି । ସମ୍ମାନୀତ ଅତିଥି ଭାବେ ବରିଷ୍ଠ
ଆଇନଜୀବୀ ଡ. ମଧୁ ମାଧବ ଜେନା, ୱାକବୋର୍ଡ ଅଧ୍ୟକ୍ଷ ସେକ୍ ନିଜାମ ଉଦ୍ଦିନ,
ବିଜେଡି ରାଜ୍ୟ ଉପସଭାପତି ଅବତାର ସିଂ, ବାପୁଜୀନଗର ଚାମ୍ବର୍ସ ଅଫ୍ କମର୍ସ
ସଭାପତି ମିର ମହମ୍ମଦ କଲିମ, ଜିଲ୍ଲା ବିଜେଡି ସାଦାରଣ ସମ୍ପାଦକ ମନୋଜ କୁମାର
ସାହୁ, ଉପସଭାପତି ମୁସାରଫ ଖାନ, ସମାଜସେବୀ ରିଆଜ ବେଗ, ଅମର ମହାନ୍ତି,
ଶିଶୁ ପରିଷଦର ସମ୍ପାଦକ କ୍ୟୁମାର ସୁଲତାନା ଓ ମେହେବୁବ୍ ବାବୁ ପ୍ରମୁଖ
ଯୋଗଦେଇ ସଂଖାଲଘୁ ସମ୍ପ୍ରଦାୟର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ
କରିଥିଲେ । ଏକି କାର୍ଯ୍ୟକ୍ରମରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ଶିଖ ଓ ବାହାଇ
ସମ୍ପ୍ରଦାୟର ଶତାଧିକ ପ୍ରତିନିଧି ଯୋଗଦେଇ ଏହି ଦିବସର ତାପର୍ଯ୍ୟ ଉପରେ
ଆଲୋଚନା କରିଥିଲେ । ଓଡିସାରେ ସଂଖ୍ୟାଲଘୁ କମିଶନ ଗଠନ, ଇଦ୍‌ଘା ପାଇଁ
ସରକାରୀ ଜାଗା ଓ ପ୍ରାର୍ଥନା ଗୃହ ଯୋଗାଇଦେବା ପାଇଁ ସଂଖ୍ୟାଲଘୁ ସେଲ ପକ୍ଷରୁ
ରାଜ୍ୟ ସରକାରଙ୍କ ପାଖରେ ନିବେଦନ କରାଯାଇଥିଲା । କାର୍ଯ୍ୟକ୍ରମକୁ ବାବୁରାଜା
ପରିଚାଳନା କରିଥିଲେ ।