ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍ : Ommtv
Achyuta Samanta
ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍ : Ommtv
ଭୁବନେଶ୍ୱର ୭ ।୭: ଶିକ୍ଷାବିତ୍ ଓ ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠତା ଅଚ୍ୟୁତ ସାମନ୍ତଙ୍କୁ ପୁରୀସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟୋରେଟ୍ ପ୍ରଦାନ କରାଯାଇଛି । ଶୁକ୍ରବାର ବିଶ୍ୱବିଦ୍ୟାଳୟର ୯ମ ସମାବର୍ତମ ଉତ୍ସବ ଅବସରରେ ଶ୍ରୀ ସାମନ୍ତଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡିଲିଟ୍ ‘ପ୍ରଜ୍ଞା ବାଚସ୍ପତି’ ପ୍ରଦାନ କରାଯାଇଛି । ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନସୂଚକ ଡକ୍ଟୋରେଟ୍ ପ୍ରଦାନ କରାଯାଇଛି । ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଇତିହାସରେ ଏହା ପ୍ରଥମ ସମ୍ମାନସୂଚକ ଡକ୍ଟୋରେଟ । ଓଡ଼ିଶା ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ଶ୍ରୀ ସାମନ୍ତଙ୍କୁ ଡକ୍ଟୋରେଟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକା ତଥା ଶିକ୍ଷାବିତ୍ ଡ. ପ୍ରତିଭା ରାୟ ନିଜ ବକ୍ତବ୍ୟରେ ଶ୍ରୀ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟୋରେଟ ଦିଆଯାଇଥିବାରୁ ଖୁସି ବ୍ୟକ୍ତ କରି ଶ୍ରୀ ସାମନ୍ତ ଶିକ୍ଷା ଓ ସମାଜସେବା ପାଇଁ ଯେଉଁ କାମ କରୁଛନ୍ତି ସେଥି ନିମନ୍ତେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନସୂଚକ ଡକ୍ଟୋରେଟ ପ୍ରଦାନ କରିବା ଉଚିତ ବୋଲି କହିଥିଲେ ।
ଏହା ହେଉଛି ଶ୍ରୀ ସାମନ୍ତଙ୍କ ୫୩ତମ ଡକ୍ଟୋରେଟ । ଏହି ସମ୍ମାନ ପାଇଁ ଶ୍ରୀ ସାମନ୍ତଙ୍କୁ ମନୋନୀତ କରିଥିବାରୁ ଶ୍ରୀ ସାମନ୍ତ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ, ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟ ଓ ଶିକ୍ଷା ପରିଷଦକୁ ନିଜର କୃତଜ୍ଞତା ଜଣାଇଛନ୍ତି । ପୁରୀ ମାଟିରେ ନିଜର ଶିକ୍ଷା ଯାତ୍ରା ଆରମ୍ଭ କରି ଏଠାରୁ ସମ୍ମାନସୂଚକ ଡକ୍ଟୋରେଟ ପାଇବା ସୌଭାଗ୍ୟର ବିଷୟ ବୋଲି ଶ୍ରୀ ସାମନ୍ତ କହିଛନ୍ତି । ଏହା ତାଙ୍କୁ ସମାଜ ପାଇଁ ଆହୁରି ଅଧିକ କାର୍ଯ୍ୟ କରିବା ନିମନ୍ତେ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି । ଏହି ଦୀକ୍ଷାନ୍ତ ସମାରୋହରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ରବୀନ୍ଦ୍ର ପଣ୍ଡା, କୁଳସଚିବ ସୁମିତ୍ରା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । #Puri #Ommtv #OmTV #Kalingacinearts #NBPC #viralreels #trendingreels #viralvideoreels #facebookreels #viralpage #trend #virals #trending #Kiituniversity #AchyutaSamanta #ShreeJagannathTemple
Honorary Doctorate for Achyuta
Bhubaneswar, July 7: Eminent educationist, social worker and Founder, KIIT & KISS, Prof. Achyuta Samanta has been conferred with honorary doctorate degree by Shree Jagannath Sanskrit University, Puri on its 9th convocation ceremony on Friday. He got honorary D.lit ‘Prajnana-Vachaspati’ for his outstanding contribution to the field of education and social service. This honorary doctorate marks the 53rd such distinction for Prof. Samanta, while it is the first honorary doctorate by Shree Jagannath Sanskrit University. The Governor of Odisha and Chancellor of the University Professor Ganeshi Lal conferred the doctorate on him.
Eminent litterateur and educationist Pratibha Ray delivered the convocation address. She expressed her happiness over the honorary doctorate bestowed on Dr Samanta and said that every university should award him an honorary doctorate for the work that he is doing for education and social service.
Dr Samanta expressed his gratitude to the University authorities, University Syndicate members and Education Council for selecting him for this honour. Dr Samanta said it is a privilege that he started his educational journey in Puri and get an honorary doctorate from this place. This will motivate him to do more for the society, he added.
University Chancellor Prof. Rabindra Panda and Registrar Sumitra Pattanaik were also present at the convocation ceremony.