ନୀଳଚକ୍ର କଲ୍‌ଚରାଲ୍ ଆସୋସିଏସନ ପକ୍ଷରୁ ରଜ ମହୋତ୍ସବ : Ommtv

ନୀଳଚକ୍ର କଲ୍‌ଚରାଲ୍ ଆସୋସିଏସନ ପକ୍ଷରୁ ରଜ ମହୋତ୍ସବ

ନୀଳଚକ୍ର କଲ୍‌ଚରାଲ୍ ଆସୋସିଏସନ ପକ୍ଷରୁ ରଜ ମହୋତ୍ସବ : Ommtv
ନୀଳଚକ୍ର କଲ୍‌ଚରାଲ୍ ଆସୋସିଏସନ ପକ୍ଷରୁ ରଜ ମହୋତ୍ସବ : Ommtv
-ମନମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ, ଓଡିଆ ଖାଦ୍ୟ
ଭୁବନେଶ୍ୱର: ପାହାଳ ଉତ୍କଳ ହାଇଟ ସ୍ଥିତ ନୀଳଚକ୍ର କଲ୍‌ଚରାଲ୍ ଅସୋସିଏସନ ପକ୍ଷରୁରଜ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏହା ୩ ଦିନ ଧରି ଚାଲିବ। ମହୋତ୍ସବର ପ୍ରଥମ ଦିନର ପ୍ରାରମ୍ଭରେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନିରବ ପ୍ରାର୍ଥନା ଓ ଦୀପ ପ୍ରଜ୍ବଳନ କରଯାଇ ଥିଲା।ପରେ ପରେ ଏକଗ୍ରତା ଡ୍ୟାନ୍ସ ଫାଉଣ୍ଡେସନ ଏବଂ ଉତ୍କଳ ହାଇଟ୍ସ ପରିବାର ପକ୍ଷରୁ ସାଂସ୍କୃତିକକାର୍ଯ୍ୟକ୍ରମ ନୃତ୍ୟାଞ୍ଜଳୀ ଆୟୋଜନ କରାଯାଇଥିଲା। ସେହିପରି ୩ ଦିନର ମହୋତ୍ସବରେ ଅନ୍ନପୂର୍ଣ୍ଣା ମହିଳା ଗୋଷ୍ଠୀଙ୍କ ବିଭିନ୍ନ ସୁସ୍ୱାଦୁ ଓଡିଆ ଖାଦ୍ୟର ଷ୍ଟଲ, ରଜ ପାନ ଓ ରଜ ଦୋଳିର ବ୍ୟବସ୍ଥା କରାଯାଇଛି। ପ୍ରଥମ ଦିବସରେ ଶତାଧିକ ମହିଳା ଏବଂ ଦର୍ଶକ ଯୋଗଦେଇଥିଲେ। ଦ୍ବିତୀୟ ଦିବସରେ ସ୍ମୃତିରେ ଅକ୍ଷୟ କାର୍ଯ୍ୟକ୍ରମ ରହିଛି। କଣ୍ଠଶିଳ୍ପୀଚିତ୍ରଭାନୁ ମହାନ୍ତି ଯୋଗଦେଇ ସଂଗୀତ ପରିବେଷଣ କରିବେ । ଶେଷ ଦିବସରେ ଏକଗ୍ରତା ଡ୍ୟାନ୍ସ ଫାଉଣ୍ଡେସନ ପକ୍ଷରୁ ଗୋଟିପୁଅ, ଉତ୍କଳ ହାଇଟ୍ସର ମହିଳାଙ୍କ ଦ୍ବାରା ପରିପାଟୀ
ପ୍ରଦର୍ଶନୀ କାର୍ଯ୍ୟକ୍ରମ ରଖାଯାଇଛି। ସବୁଠୁ ବଡ କଥା ହେଲା ଶେଷ ଦିନରେ ଲକି ଡ୍ର କରାଯାଇ ବିଜେତାମାନଙ୍କୁ ପୁରସ୍କୃତ କରାଯିବ। ରଜ ପର୍ବର ଉନ୍ମାଦନା ସାଙ୍ଗକୁ ଆରିସା, କାକରା, ପୋଡ଼ ପିଠା, ଚକୁଳି, ଖାସି ମାଂସ, କୁକୁଡ଼ା ଝୋଳ, ଛେନା ପୋଡ଼, ରାବିଡି ରସଗୋଲା, ଡାଲମା ବିଭିନ୍ନ ପ୍ରକାର ପିଜା, ମିଲେଟ କେକ, ରାଗି ଗୁପଚୁପ, ରଜପାନ, ଚିଙ୍ଗୁଡ଼ି ଝୋଳ ଆଦି ଖାଦ୍ୟର ଆସର ଉତ୍ସାହ କୁ ଦ୍ବିଗୁଣିତ କରିଥିଲା।ମୁନମୁନ, ଶିଲା, ରନିତା, ଜ୍ୟୋତି, ସସ୍ମିତା, ସୌମ୍ୟା, ସଂଜୟ ଓ ଅନ୍ୟମାନେ ଫୁଡ୍ ଷ୍ଟଲ୍ ସ୍ଥାପନ କରି ଥିଲେ।ଏଥିରେ କଲଚରାଲ ଆସୋସିଏସନର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ। #OmmTv #OmTV #NBPC #KalingaCineArts #Raja #Odisha #odiafastival