ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ : Ommtv

ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ

ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ : Ommtv

ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ଓ ଦିବ୍ୟ ଦିଗନ୍ତ ଅନୁଷ୍ଠାନ ପକ୍ଷରୁ ରଜ ସଂକ୍ରାନ୍ତି ଉତ୍ସବ ପାଳନ - ଭୁବନେଶ୍ବର ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ଭୁବନେଶ୍ବର ପକ୍ଷରୁ ୬ଷ୍ଠ ବାର୍ଷିକ ଉତ୍ସବ ଉତ୍କଳ ରଙ୍ଗମଞ୍ଚ, ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଜୟଦେବ ବିହାର ଭୁବନେଶ୍ବର ଠାରେ ରଜ ସଂକ୍ରାନ୍ତି ଉତ୍ସବ ପାଳିତ ହୋଇଯାଇଛି, ପ୍ରଥମେ ମାଗଣା ଆଖି ପରୀକ୍ଷା ସହ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା, ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ରଜ ପିଠା, ରଜ ପାନ, ଦୋଲି, ଦଉଡି ଡିଆଁ, ପୁଚି ଖେଳ ର ବ୍ୟବସ୍ଥା କରାଯାଇ ଥିଲା ,ଗତ ୬ବର୍ଷ ଧରି କରେ ଟ୍ରଷ୍ଟ ପକ୍ଷରୁ ବିଭନ୍ନ ସମୟ ରେ ମାଗଣା ସ୍ବାସ୍ଥ୍ୟ ଶିବିର ଅବହେଳିତ ଅବସ୍ଥାରେ ରହିଥିବା ଛୋଟ ପିଲା ଓ ବରିଷ୍ଠ ବ୍ୟକ୍ତି ମାନଙ୍କ ପାଇଁ କରାଯାଇ ଥାଏ, ବର୍ଷ ର ବିଭିନ୍ନ ସମୟ ରେ ୩ ଟି ରକ୍ତ ଦାନ ଶିବିର କରା ଯାଇ ରକ୍ତ ସଂଗ୍ରହ କରା ଯାଇ ଦରକାର ଥିବା ଜନସାଧାରଣ ଙ୍କୁ ବ୍ଲଡ ବ୍ୟାଙ୍କ ଜରିଆରେ ପ୍ରଦାନ କରାଯାଇ ଥାଏ,ବିଭିନ୍ନ ସ୍ଥାନରେ ଜନ୍ମ ଦିବସ, ବାହାଘର ବାର୍ଷିକ, ଓ ଅନ୍ୟ ଛୋଟ କାର୍ଯ୍ୟକ୍ରମ କରାଯାଇ ବରିଷ୍ଠ ଗୁରୁଜନ ଓ ଛୋଟ ପିଲା ମାନଙ୍କ ସହିତ ପାଲିତ ହୋଇଥାଏ, ଏହାର ଉଦ୍ଦେଶ୍ୟ କିଛି ସମୟ ଗୁରୁଜନ ଛୋଟ ପିଲା ଙ୍କ ସହିତ ଖୁସି ରେ କଟାଇବା ଅଟେ,ଚଳିତ ବର୍ଷ ପ୍ରଥମ ଥର ପାଇଁ ସୁନାମଧନ୍ୟ ଡାକ୍ତର ବିଦ୍ୟୁତ ଦାଶ ଓ ଡ଼ କୃଷ୍ଣ କେଶବ ଷଡଙ୍ଗୀ ଙ୍କୁ ତାଙ୍କର ସମ୍ପୂର୍ଣ୍ଣ ସମର୍ପିତ ଭବରେ ସାମାଜ ସେବା ନିମନ୍ତେ "ଉତ୍କଳ ଶ୍ରୀ" ସମ୍ମାନରେ ସମ୍ମାନୀତ କରାଯାଇଥିଲା, ସମାଜରେ ସମର୍ପିତ ଭାବ ନେଇ ଜନସାଧାରଣ ଙ୍କ ସେବାରେ କାର୍ଯ୍ୟ କରି ଥିବା ସମ୍ମାନୀୟ ବ୍ଯକ୍ତି ଓ ମହିଳା ଙ୍କୁ "ସେବା ରତ୍ନ" ସମ୍ମାନରେ ସମ୍ମାନିତ କରାଯାଇଥିଲା, ସମ୍ପାଦକ ଡ ନାରାୟଣ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଥିବା ସଭାରେ ଡଃ ଶ୍ୟାମା ମଣି ଦେବୀ ମୁଖ୍ୟ ଅତିଥି, ସମ୍ମାନୀୟ ଅତିଥି ଭାବେ ଡ଼ ଶାନ୍ତନୁ ରଥ, ନିଳାଦ୍ରି ଶତପଥୀ, ବିଶିଷ୍ଠ ଅତିଥି ଭାବେ ଶ୍ରୀମତି ଶାସ୍ୱତୀ ମିଶ୍ର ଯୋଗ ଦେଇ ରଜ ପର୍ବ ପାଳନ ବିଷୟ ରେ ବହୁ ରୋଚକ ପୂର୍ଣ୍ଣ ବାର୍ତ୍ତା ଅଡିଟୋରିମ ରେ ଉପସ୍ଥିତ ଜନସାଧାରଣ ଙ୍କୁ କହି ଥିଲେ, ଡାକ୍ତର କୃଷ୍ନ କେଶବ ଷଡଙ୍ଗୀ ବହୁତ ସୁନ୍ଦର ଭାବେ ସେବା ର ଉପରେ କହିଥିବା କଥା ସମସ୍ତଙ୍କୁ ବହୁତ ଆକୃଷ୍ଟ କରିଥିଲା, ଏହି କାର୍ଯ୍ୟକ୍ରମ ରେ କୋଷାଧକ୍ଷ ଉମାନାଥ ମିଶ୍ର ମନୋଜ କୁମାର ରାଉଳ, ଦିଲ୍ଲୀପ ପଟ୍ଟନାୟକ, ବିପିନ ବିହାରୀ ସାହୁ,ଦିବ୍ୟ ଦିଗନ୍ତ.ଅନୁଷ୍ଠାନ ପକ୍ଷରୁ ସହ ପ୍ରତିଷ୍ଠାତା ଜୟ ପ୍ରକାଶ ମିଶ୍ର, ଶ୍ରୀମତୀ ମମତା ବିଶ୍ଵାଳ, ଅଚ୍ୟୁତ ପ୍ରସାଦ ବେହେରା ଲଲିତ ମୋହନ ଖୁଣ୍ଟିଆ,ଆଦର୍ଶ ପଟନାୟକ, ରାହୁଲ ପଳେଇ , ସୋନୁ ସାହୁ ମନୋରଞ୍ଜନ ବିବିସି ଏନ୍ସିସି. ଏହି ଅବସରରେ ବନ୍ଦେ ଉତ୍କଳ ଜନନୀ, ଭଜନ, ଓଡ଼ିଶୀ ନୃତ୍ୟ, ସମ୍ବଲପୁରି, ଓ ଭୁବନେଶ୍ଵର ଲେଡିଜି ଫୋରମ, ଡିକେ ଷ୍ଟୁଡିଓ ପକ୍ଷରୁ ରଜ ଗୀତ ଓ ଅନ୍ୟାନ୍ୟ ଆଧୁନିକ ଗୀତ ସହ ନାଚ ର ମଧ୍ଯ ଆୟୋ ଜନ କରାଯାଇ ଥିଲା, ଦିବ୍ୟ ରଞ୍ଜନ ପଟ୍ଟନାୟକ ଦିଲ୍ଲୀପ ମହାନ୍ତି, ସିଦ୍ଧାର୍ଥ ବକ୍ସି, ଭାରତୀ ଭୂଷଣ ପଟ୍ଟନାୟକ ପ୍ରମୁଖ ଭଜନ ପରିବେଷଣ କରିଥିଲେ, ଏହା ସମସ୍ତଙ୍କୁ ଆକୃଷ୍ଟ କରିଥିଲା, #Bhubaneswar #News #Omtv #Ommtv #Kalingacinearts #NBPC #Jaymaabhabanicharitabletrest