KISS Foundation changes the lives of 4 orphan sisters : Ommtv

KISS Foundation changes the lives of 4 orphan sisters

KISS Foundation changes the lives of 4 orphan sisters : Ommtv
KISS Foundation changes the lives of 4 orphan sisters : Ommtv

Bhubaneswar, Oct 5: Four sisters from Puri District, who were orphaned some years ago following the demise of their parents, were handed over appointment letters to three of them by the Founder of KIIT and KISS Dr Achyuta Samanta here on Thursday.The appointment letters were presented in keeping with the promise made by the Founder when the sisters were hit by the greatest tragedy of their lives. The four sisters of Raghurajpur village near Chandanpur of Puri District were left destitute after the death of their parents Lakshmidhar Mahapatra and his wife. The KISS Foundation and Dr Samanta came to their rescue after the media highlighted their plight. Dr Samanta had promised them the necessary support for their livelihood and education.Today, the eldest sister, Ramamani is a Post-graduate, while the other two sisters have obtained bachelor's degrees. The youngest sister is studying in the 8th standard.Dr. Samanta made it a point to meet the sisters regularly to inquire about their well-being and encouraged them to focus on their studies. He also provided financial assistance to help the elder sister complete their house, which was under construction under a government scheme. Keeping his promise, Dr. Samanta has provided employment to the three sisters in KIIT and KISS. They expressed their profound gratitude to Dr. Samanta and the KISS Foundation for standing behind them rock solid over these years and providing them employment. The local community has also widely praised the KISS Foundation and Dr. Samanta for their noble work.

ଭଲ ଖବର
କିସ୍‍ ଫାଉଣ୍ଡେସନ୍‍ର ସହାୟତା: ବଦଳିଲା ୪ ଅନାଥ ଝିଅଙ୍କ ଭାଗ୍ୟ : Ommtv
ଭୁବନେଶ୍ଵର, ୫। ୧୦ : କିସ୍‍ ଫାଉଣ୍ଡେସନ୍‍ ଯୋଗୁଁ ପୁରୀ ଜିଲ୍ଲା ଚନ୍ଦନପୁର ନିକଟସ୍ଥ ରଘୁରାଜପୁର ଗ୍ରାମର ୪ ଅନାଥ ଭଉଣୀଙ୍କ ଭାଗ୍ୟ ବଦଳିଯାଇଛି । ସେମାନଙ୍କ ମୁହଁରେ ଆଜି ହସ ଫୁଟିଛି । ପୂର୍ବ ପ୍ରତିଶ୍ରୁତି ମୁତାବକ କିସ୍‍ ଫାଉଣ୍ଡେସନ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଜି ଉକ୍ତ ୪ ଭଉଣୀଙ୍କ ମଧ୍ୟରୁ ୩ ଭଉଣୀଙ୍କୁ କିଟ୍‍ ଓ କିସରେ ନିଯୁକ୍ତି ପ୍ରଦାନ କରିଛନ୍ତି। ରଘୁରାଜପୁରର ଲକ୍ଷ୍ମୀଧର ମହାପାତ୍ର ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିବା ପରେ ସେମାନଙ୍କ ଚାରିଝିଅ ବେସାହାରା ହୋଇପଡ଼ିଥିଲେ। ଏହି ଖବର ଗଣମାଧ୍ୟମରୁ ଜାଣିବା ପରେ ଶ୍ରୀ ସାମନ୍ତ ପିତୃମାତୃହରା ଚାରି ଭଉଣୀଙ୍କୁ କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ସେମାନଙ୍କ ଚଳିବା ଓ ପାଠ ପଢ଼ା ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦେଇଥିଲେ। ଏବେ ବଡ଼ ଭଉଣୀ ରମାମଣୀ ସ୍ନାତକୋତ୍ତର ହୋଇଥିବା ବେଳେ ମଝିଆ ଦୁଇ ଭଉଣୀ ସ୍ନାତକ ଡ୍ରିଗ୍ରୀ ହାସଲ କରିଛନ୍ତି। ସବା ସାନ ଭଉଣୀ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଛି ।
ଶ୍ରୀ ସାମନ୍ତ ମଝିରେ ମଝିରେ ସେମାନଙ୍କୁ ଭେଟି ସେମାନଙ୍କ ଭଲମନ୍ଦ ବିଷୟରେ ପଚାରି ବୁଝୁଥିଲେ। ସେମାନଙ୍କୁ ଧୈର୍ଯ୍ୟ ଧରିବା ସହ ପାଠ ପଢ଼ାରେ ମନୋନିବେଶ କରିବାକୁ ଶ୍ରୀ ସାମନ୍ତ ବୁଝାଇ ଆସୁଥିଲେ। ସେମାନଙ୍କ ରହିବା ପାଇଁ ଘରଟିଏ ନ ଥିଲା। ରମାମଣୀ ନିଜ ପ୍ରଚେଷ୍ଟାରେ ସରକାରୀ ଯୋଜନାରେ ଘରଟିଏ କରିଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇ ପାରି ନଥିଲା। ଏହା ଜାଣିବା ପରେ ଘର ସମ୍ପୂର୍ଣ୍ଣ କରିବା ପାଇଁ ମଧ୍ୟ ଶ୍ରୀ ସାମନ୍ତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହା ସହ ପାଠ ପଢ଼ା ସରିଲେ ସେମାନଙ୍କୁ କିଟ୍‍ ଓ କିସରେ ନିଯୁକ୍ତି ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଆଜି ୩ ଭଉଣୀ ଶ୍ରୀ ସାମନ୍ତଙ୍କୁ ଭେଟି ନିଯୁକ୍ତି ପତ୍ର ଗ୍ରହଣ କରିଥିଲେ। କିଟ୍‍ ଓ କିସରେ ନିଯୁକ୍ତି ପାଇଥିବାରୁ ରମାମଣୀ ଓ ତାଙ୍କ ଦୁଇ ଭଉଣୀ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ନିକଟରେ କୃତଜ୍ଞତା ଜଣାଇବା ସହ କିସ୍‍ ଫାଉଣ୍ଡେସନ୍‍ ଯୋଗୁଁ ଆମେ ଆଜି ଏତେ ବାଟରେ ପହଞ୍ଚି ପାରିଛୁ ବୋଲି କହିଥିଲେ । କିସ୍‍ ଫାଉଣ୍ଡେସନ୍‍ ଓ ଅଚ୍ୟୁତ ସାମନ୍ତଙ୍କ ଏଭଳି ମହତ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଇଛି।