ରିଲିଜ୍‍ ହେଲା ଆର୍ଟ ଅଫ୍‍ ଗିଭିଂର ଚଳିତବର୍ଷର ଥିମ୍‍ ସଙ୍ଗ : Ommtv

Art of Giving

ରିଲିଜ୍‍ ହେଲା ଆର୍ଟ ଅଫ୍‍ ଗିଭିଂର ଚଳିତବର୍ଷର ଥିମ୍‍ ସଙ୍ଗ : Ommtv

ରିଲିଜ୍‍ ହେଲା ଆର୍ଟ ଅଫ୍‍ ଗିଭିଂର ଚଳିତବର୍ଷର ଥିମ୍‍ ସଙ୍ଗ : Ommtv

: ଆର୍ଟ ଅଫ୍‍ ଗିଭିଂର ଚଳିତବର୍ଷର ଥିମ୍‍ ସଙ୍ଗ ଆଜି ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ରିଲିଜ୍‍ ହୋଇଛି । ମେ ୧୭ ତାରିଖରେ ଆର୍ଟ ଅଫ୍‍ ଗିଭିଂ ପାଳନ ହେବାକୁ ଯାଉଥିବା ବେଳେ ଆଜି ଏହାର ଥିମ୍‍ ସଙ୍ଗକୁ ଶ୍ରୀ ସାମନ୍ତ କିଟ୍‍ ଓ କିସ୍‍ର ବରିଷ୍ଠ ପଦାଧିକାରୀ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଲୋକାର୍ପଣ କରିଛନ୍ତି । ଲୋକଙ୍କ ମଧ୍ୟରେ ଖୁସି ବାଣ୍ଟିବା ସହ ଆନନ୍ଦ ଭରିଦେବା ଉଦ୍ଦେଶ୍ୟରେ ୨୦୧୩ ମେ ୧୭ତାରିଖରୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଜୀବନ ଦର୍ଶନ ଆର୍ଟ ଅଫ୍‍ ଗିଭିଂ ୧୦ବର୍ଷ ପୂରଣ କରୁଛି । ଚଳିତବର୍ଷର ବିଷୟବସ୍ତୁ ରହିଛି ହେଲ୍‍ପିଙ୍ଗ ଦି ହେଲ୍‍ପ ବା ସାହାଯ୍ୟକାରୀକୁ ସାହାଯ୍ୟ । ଆମମାନଙ୍କୁ ଯେଉଁମାନେ ବିଭିନ୍ନ ଭାବରେ ବର୍ଷ ବର୍ଷ ଧରି ସାହାଯ୍ୟ କରିଆସୁଛନ୍ତି ସେମାନଙ୍କୁ ଆମେ ସାହାଯ୍ୟର ହାତ ବଢ଼ାଇ ଚଳିତବର୍ଷ ଆର୍ଟ ଅଫ୍‍ ଗିଭିଂ ଦିବସ ପାଳନ କରିବା ବୋଲି ଶ୍ରୀ ସାମନ୍ତ କହିଥିଲେ । ଏହି ଅବସରରେ ଆର୍ଟ ଅଫ୍‍ ଗିଭିଂ ବିଷୟବସ୍ତୁର ବାର୍ତ୍ତାକୁ ମେ ୧୭ ପୂର୍ବରୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ଶ୍ରୀ ସାମନ୍ତ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର ଶରଣଜିତ ସିଂହ ଓ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।