OMM TV ଶିଖରଚଣ୍ଡିରେ ହାତୀ ପଲ...

Elephant

OMM TV ଶିଖରଚଣ୍ଡିରେ ହାତୀ ପଲ...
OMM TV ଶିଖରଚଣ୍ଡିରେ ହାତୀ ପଲ...
: କିଛି ଦିନ ବ୍ୟବଧାନ ପରେ ପୁଣି ଥରେ ଶିଖରଚଣ୍ଡିରେ ଦେଖାଯାଇଛି ହାତୀ ପଲ। ଗୋଟିଏ ଦନ୍ତା ସହିତ ଦୁଇଟି ମାଇ ହାତୀ ଓ ଗୋଟିଏ ଛୁଆ ହାତୀ ଆଜି ସକାଳେ ଶିଖରଚଣ୍ଡି ହନୁମାନ ପାହାଡ଼ରେ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଅଞ୍ଚଳର ଲୋକମାନେ ମଣିଂୱାକ୍ କରୁଥିଲା ବେଳେ ହାତୀଙ୍କୁ ଦେଖି ମନ୍ଦିର ପୂଜକଙ୍କୁ ସୂଚନାଦେଇଥିଲେ। ପରେ ବନବିଭାଗ ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ବନବିଭାଗ କର୍ମଚାରୀଙ୍କ ସୂଚନା ଅନୁଯାୟୀ ହାତୀ ପଲ ଚନ୍ଦକା ଅଭୟାରଣ୍ୟରୁ ବାହାରି ଭରତପୁର ଅଭୟାରଣ୍ୟ ପାଖଦେଇ ପଥରଗାଡ଼ିଆ ଗଣେଶଘାଟ କଲୋନି ଏବଂ ଓହବ୍ ପଛପାଖଦେଇ ଶିଖରଚଣ୍ଡି ପାହାଡ଼ର ହନୁମାନ ମୁଣ୍ଡିଆକୁ ଚାଲିଆସିଥିଲେ। ସେମାନ ବିଳମ୍ବିତ ରାତି ପ୍ରାୟ ସାଢ଼େ ବାରଟା ବେଳେ ଭରତପୁର ଟ୍ରେଞ୍ଜ ନିକଟ ଗଣେଶଘାଟ କଲୋନି ପାରକରି ଆସିଥିବା ସ୍ଥାନୀୟଲୋକ ଦେଖିଛନ୍ତି । ଶିଖରଚଣ୍ଡି ହନୁମାନ ପାହାଡ଼ରେ ସକାଳ ହୋଇଯିବାରୁ ସେମାନେ ଗୋଟିଏ ସ୍ଥାନରେ ଅଟକି ଯାଇଥିଲେ। ପାଖାପାଖି ସାଢ଼େ ଏଗାରଟା ପର୍ଯ୍ୟନ୍ତ ହାତୀ ପଲ ପାହାଡ଼ ଉପର ଏକ ବୁଦା ନିକଟରେ ରହିଥିଲେ। ମଧ୍ୟାହ୍ନରେ କିଛି ସମୟ ବର୍ଷା ହେବାରୁ ହାତୀ ପଲ ଭରତପୁର ଜଙ୍ଗଲ ଦିଗକୁ ଚାଲିଯାଇଥିଲେ। ଏହି ସମୟରେ ବନବିଭାଗ କର୍ମଚାରୀମାନେ ସେମାନଙ୍କ ଉପରେ ନଜର ରଖିବା ସହିତ ପଥରଗାଡ଼ିଆ ଓ ଚୁନୁକୋଳି ରାସ୍ତାକୁ ସିଲ କରିଦେଇଥିଲେ। ପାଖାପାଖି ସାଢ଼େ ଚାରିଟାବେଳେ ୪ଟି ହାତୀ ଆପେ ଚନ୍ଦକା ଦିଗରୁ ଭରତପୁର ଜଙ୍ଗଲ ବାଟଦେଇ ଚାଲିଯାଇଥିଲେ। ଏହି ସମୟରେ ଦୁଇ ଶହ ଫୁଟିଆ ପଥରଗାଡ଼ିଆ ରାସ୍ତାକୁ ବନ କର୍ମଚାରୀମାନେ ସିଲକରିଥିଲେ। ରାତିରେ ଚନ୍ଦକା ଅଭୟାରଣ୍ୟରେ ହାତୀ ପଲ ପହଞ୍ଚିଯାଇଥିବା ସୂଚନା ମିଳିଛି। ସୂଚନାଅନୁଯାୟୀ ଢ଼େଙ୍କାନାଳରୁ ଏକ ୧୪ ଟିକିଆ ଦଳରୁ ଏହି ୪ଟି ହାତୀ ଦିଗ ପରିବର୍ତନକରି ଚନ୍ଦକା ଓ ଭରତପୁର ଚାଲିଆସିଛନ୍ତି। ଶିଖରଚଣ୍ଡି ହନୁମାନ ପାହାଡ଼ ଲଣ୍ଡା ହୋଇଯାଇଥିବାରୁ ସେମାନେ ସିଧା ସଳଖ ହାତୀ ଚଲା ପଥଦେଇ ମୁଣ୍ଡିଆ ଉପରକୁ ଚାଲିଆସୁଛନ୍ତି। ‌କିଛି ଦିନ ହେବ ଶିଖରଚଣ୍ଡିକୁ ଲଗାତାର ହାତୀ ଆସୁଥିବାରୁ ବର୍ତମାନ ମନ୍ଦିରରେ ଆଉ କେହି ରାତିରେ ଜଗୁଆଳି ରହୁନଥିବା ସୂଚନା ମିଳିଛି। ତେବେ ହାତୀ ଜନବସତି ଦଗକୁ ବାରମ୍ବାର ଆସୁଥିବା ଓ ଫସଲ ନଷ୍ଟକରି ଲୋକଙ୍କ ପାଚେରୀ ଭାଙ୍ଗୁଥିବା କାରଣ ପଚାରିବାରୁ ଜ‌ଣେ ବରିଷ୍ଠ ବନ ଅଧିକାରୀ କହିଛନ୍ତି ହାତୀକୁ ପନିପରିବା ଫସଲ ଓ ହାଣ୍ଡିଆ ବାସ୍ନା ନିମନ୍ତ୍ରଣ ଦେଉଛି। ନିକଟରେ ଆଦିବାସୀ ବସ୍ତିର ହାଣ୍ଡିଆ ଓ ସ୍ଥାନୀୟ କୃଷକଙ୍କ ପନିପରିବା ଖାଇବାପାଇଁ ହାତୀ ଜନବସତୀ ଦିଗକୁ ମୁହାଁଉଛନ୍ତି।