ଗୁଆଳି ରାସ୍ତା ଶୋଚନୀୟ ଯାତାୟାତରେ ସମସ୍ୟା : OMMTV କଳିଙ୍ଗ ବିକାଶ

ଗୁଆଳି ରାସ୍ତା ଶୋଚନୀୟ ଯାତାୟାତରେ ସମସ୍ୟା : OMMTV କଳିଙ୍ଗ ବିକାଶ

ଗୁଆଳି ରାସ୍ତା ଶୋଚନୀୟ ଯାତାୟାତରେ ସମସ୍ୟା : OMMTV କଳିଙ୍ଗ ବିକାଶ

ଗୁଆଳି ରାସ୍ତା ଶୋଚନୀୟ ଯାତାୟାତରେ ସମସ୍ୟା : OMMTV କଳିଙ୍ଗ ବିକାଶ

କଟକ ସଦର ଖବର (ବ୍ୟୁରୋ):- (ଫୁଲନଖରା,ଗୁଆଳି ରୁ (ଡନଙ୍କ ରିପୋର୍ଟ ) କଟକ ସଦର ଥାନା ଅନ୍ତର୍ଗତ ଗୁଆଳି କେନାଲବନ୍ଧ ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ରହିଛି। ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ମୁଖ୍ୟ ରାସ୍ତାରୁ ପିଚୁ ମୋରମ ଉଠି ରାସ୍ତା ସାରା ଖାଲଖମାରେ ପରିଣତ ହୋଇଛି। ଉକ୍ତ ଖାଲରେ ବର୍ଷା ପାଣି ଜମିରହି ଯାତାୟାତରେ ସମସ୍ୟା ସୃଷ୍ଟି କରିବା ସହିତ ଛୋଟବଡ଼ ଦୁର୍ଘଟଣା ମାନ ଘଟୁଛି । ପ୍ରାଚୀ ଡିଭିଜନ ପ୍ରତାପନଗରୀ ଜଳସମ୍ପଦ ବିଭାଗ ଅଧୀନରେ ଥୂବା କେନାଲବନ୍ଧ ରାସ୍ତା। ଗୁଆଳି ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଏହି ଗୁରୁତ୍ବପୂର୍ଣ ରାସ୍ତା ଉପରେ ଗୁଆଳି ସମେତ ମହାନ୍ତି ପାଟଣା, ତ୍ରିନାଥବଜାର, ଜଗନ୍ନାଥପୁର ଓ ଅଟଳା ଆଦି ଅଞ୍ଚଳର ଲୋକମାନେ ଯିବା ଆସିବା ପାଇଁ ନିର୍ଭର କରିଥାନ୍ତି।

ତେବେ ଦୀର୍ଘ ଦିନ ଧରି ଏହି ବ୍ୟସ୍ତବହୁଳ ରାସ୍ତାର ମରାମତି ନହେବାରୁ ରାସ୍ତା ସାରା ଖାଲଖମା ସୃଷ୍ଟି ହୋଇ କେଉଁ ଏକ ଉପାନ୍ତ ଅଞ୍ଚଳର ଭ୍ରମ ସୃଷ୍ଟି କରିଛି। ଅବସ୍ଥା ଏପରି ଯେ ଚାରି ଚକିଆ ଯାନ ଅଥବା ଆମ୍ବୁଲାନ୍ସ ଏହି ରାସ୍ତାରେ ଯିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଏ ନେଇ ନିଆଳି ବିଧାୟକଙ୍କ ସମେତ ଜଳସମ୍ପଦ ବିଭାଗ ଅଧିକାରୀ ଓ ସ୍ଥାନୀୟ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରି ନାହିଁ। ଏପରି ଏକ ବ୍ୟସ୍ତବହୁଳ ରାସ୍ତାର ମରାମତି କରିବା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଗୁଆଳି ଗ୍ରାମବାସୀଙ୍କ ତରଫରୁ ଦାବି ଜୋର ଧରିଛି।