୧୦ ମାସ ପରେ ପୁଣି ଫେରିଲା ଦନ୍ତା, ଘେରି ରହିଛନ୍ତି ୨୦ ଜଣିଆ ବନବାହିନୀ
୧୦ ମାସ ପରେ ପୁଣି ଫେରିଲା ଦନ୍ତା, ଘେରି ରହିଛନ୍ତି ୨୦ ଜଣିଆ ବନବାହିନୀ
୧୦ ମାସ ପରେ ପୁଣି ଫେରିଲା ଦନ୍ତା, ଘେରି ରହିଛନ୍ତି ୨୦ ଜଣିଆ ବନବାହିନୀ
କାଳିଆପାଣି: ଜାତୀୟ ରାଜପଥ-୫୩ର ସୁକିନ୍ଦା ଭବନ ଠାରୁ ସତସଙ୍ଗ ବିହାର ଓ ଆଦର୍ଶ ସ୍କୁଲ ଛକ ବାଟରେ ଅର୍ବାନ ପ୍ଲାଣ୍ଟେସନ ଓ ପାର୍ଶ୍ବସ୍ଥ ମାଧପୁର ସୁରକ୍ଷିତ ଜଙ୍ଗଲରେ ପଶିଛି ବାହୁବଳୀ ଦନ୍ତାହାତୀ। ପାଖରେ ଥିବା ଘନ ଜନବସତି ଠାରୁ ଦନ୍ତାକୁ ଦୂରେଇ ରଖାଯିବା ଯୋଜନାରେ ରେଞ୍ଜର ସତ୍ୟବ୍ରତ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବନପାଳ ନବ କୁମାର ବେହେରାଙ୍କ ନେତୃତ୍ବରେ ବନରକ୍ଷୀ ଗୌରାଙ୍ଗ ଜାରିକା ଓ ଲଲାଟେନ୍ଦୁ କର, ବନକର୍ମଚାରୀ ପିଣ୍ଟୁ ମହାନ୍ତ, ସତ୍ୟ ମଲ୍ଲିକ, ବୀରସାଗର ଟୁଡ଼ୁ, ରାମ ହେମ୍ବ୍ରମ ପ୍ରମୁଖଙ୍କ ସମେତ ୨୦ ଜଣିଆ ବନବାହିନୀ ବାହୁବଳୀ ଗତିବିଧି ଉପରେ ନଜର ରଖିଛନ୍ତି।କପିଳାସ ଅଭୟାରଣ୍ୟରେ ରହୁଥିବା ଏହି ଦନ୍ତା ତା’ ନିଆରା ଠାଣି ଓ ଚାଲି ଆଧାରରେ ବନ ବିଭାଗରେ ତଥା ତା’ ଗତିପଥ ଇଲାକାରେ ବାହୁବଳୀ ନାଁରେ ପରିଚିତ। ଆଜି ସକାଳ ୬ଟାରେ ବାହୁବଳୀ କଟକ ବନଖଣ୍ଡ ସୁକିନ୍ଦା ରେଞ୍ଜ୍ ଓ ସେକ୍ସନର ଷୋଳମାଣିଆ ଜଙ୍ଗଲରେ ଦେଖାଯାଇଥିଲା। ଏହା ଢେଙ୍କାନାଳ ବନଖଣ୍ଡର ଷଡ଼ଙ୍ଗୀ ଓ ଭୁବନ ରେଞ୍ଜ୍ କନ୍ତିରା ବାଟରେ ବ୍ରାହ୍ମଣୀନଦୀ ପାର ହୋଇ ସୁକିନ୍ଦା ରେଞ୍ଜ୍ ବାଟ ଧରିଥିଲା। ସୁକିନ୍ଦା ଭବନ ପାଖରେ ଏକାଧିକ ଧାନକ୍ଷେତରେ ପଶି ଥୋଡ଼ ଧରୁଥିବା ଧାନ ଖାଇଥିଲା। ବର୍ଷରେ ଥରେ କିମ୍ବା ୨ ଥର ସୁକିନ୍ଦା ଆସୁଥିବା ଏହି ଦନ୍ତା ଗତବର୍ଷ ଡିସେମ୍ବର ମାସ ୨୭ ତାରିଖରେ ଦୁଧୁଯୋରୀ ପଞ୍ଚାୟତ ପୁବଳ ସୁରକ୍ଷିତ ଜଙ୍ଗଲ, ପରେ ବନ୍ଧଗାଁ ଓ ଲେମ୍ବୋ ପଞ୍ଚାୟତ ବାଟରେ ମହାଗିରି ପାହାଡ଼ର କେନ୍ଦୁଆକଣ ଜଙ୍ଗଲରେ ରହିଥିଲା।

