ଡୁମେର୍ତ୍ତା ଟୁଙ୍ଗୁରି ଟୋଲି ଜମିରୁ ଦନ୍ତାହାତୀର ମୃତଦେହ ଉଦ୍ଧାର, ବିଦ୍ୟୁତ୍ ତାର ସଂସ୍ପର୍ଶରେ ମୃତ୍ୟୁ ସନ୍ଦେହ
ଡୁମେର୍ତ୍ତା ଟୁଙ୍ଗୁରି ଟୋଲି ଜମିରୁ ଦନ୍ତାହାତୀର ମୃତଦେହ ଉଦ୍ଧାର, ବିଦ୍ୟୁତ୍ ତାର ସଂସ୍ପର୍ଶରେ ମୃତ୍ୟୁ ସନ୍ଦେହ
ଡୁମେର୍ତ୍ତା ଟୁଙ୍ଗୁରି ଟୋଲି ଜମିରୁ ଦନ୍ତାହାତୀର ମୃତଦେହ ଉଦ୍ଧାର, ବିଦ୍ୟୁତ୍ ତାର ସଂସ୍ପର୍ଶରେ ମୃତ୍ୟୁ ସନ୍ଦେହ
ସୁନ୍ଦରଗଡ଼,ବିଶ୍ରା(ଦେବ କୁମାର ଦେ): ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବ୍ଲକ ଅନ୍ତର୍ଗତ ବନ୍ଧମୁଣ୍ଡା ପଞ୍ଚାୟତର ଡୁମେର୍ତ୍ତା ଗ୍ରାମ ଟୁଙ୍ଗୁରି ଟୋଲି ନିକଟସ୍ଥ ଏକ ଚାଷଜମିରୁ ବୁଧବାର ସକାଳେ ଏକ ଜଙ୍ଗଲୀ ଦନ୍ତାହାତୀର ମୃତଦେହ ମିଳିଛି। ମୃତ ହାତୀର ଦୁଇଟି ଦାନ୍ତ ଥିବାବେଳେ ତାହାର ବୟସ ପ୍ରାୟ ୭ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ହାତୀର ମୃତଦେହ ମିଳିବା ଖବର ପ୍ରଚାର ହେବା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି।ମିଳିଥିବା ସୂଚନା ଅନୁଯାୟୀ, ଚାଷ ଜମିରେ ହାତୀର ମୃତଦେହ ପଡ଼ିଥିବାବେଳେ ତାହା ସୋଲାର ଫେନ୍ସିଂ ତାରରେ ଛନ୍ଦି ହୋଇ ରହିଥିଲା। ଏହାକୁ ଦେଖି ହାତୀଟି ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। ତେବେ ହାତୀର ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ରାଉରକେଲା ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହାତୀର ମୃତ୍ୟୁ କେଉଁ ପରିସ୍ଥିତିରେ ହୋଇଛି, ସେନେଇ ବନ ବିଭାଗ ପକ୍ଷରୁ ଯାଞ୍ଚ କରାଯାଉଛି।ଏହି ଘଟଣା ପରେ ଜଙ୍ଗଲୀ ହାତୀଙ୍କ ସୁରକ୍ଷା ଏବଂ ଚାଷଜମି ନିକଟରେ ଲଗାଯାଇଥିବା ସୋଲାର ଫେନ୍ସିଂର ସୁରକ୍ଷା ବ୍ୟବସ୍ଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବନ ବିଭାଗର ତଦନ୍ତ ପରେ ହିଁ ହାତୀର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

