ଚୋରି ହୋଇଥିବା ପୋଢ଼ ମାଲିକ ନିଜେ ଖୋଜି ପାଇଲେ : Ommtv
ଚୋରି ହୋଇଥିବା ପୋଢ଼ ମାଲିକ ନିଜେ ଖୋଜି ପାଇଲେ : Ommtv

ଚୋରି ହୋଇଥିବା ପୋଢ଼ ମାଲିକ ନିଜେ ଖୋଜି ପାଇଲେ : Ommtv
କଳାହାଣ୍ଡି ଜିଲ୍ଲା,ଲାଞ୍ଜିଗଡ ବ୍ଲକର ଜଗନ୍ନାଥ ପୁର ପଞ୍ଚାୟତ ଅନ୍ତର୍ଗତ ବଳଭଦ୍ର ଗ୍ରାମରୁ ଗୋଟିଏ ବୁଲେରୋ ମେକ୍ସ ପିକପ ଗାଡି ନମ୍ବର ଓଡି ୦୮ ଭି ୧୦୩୮ ସାହାଯ୍ୟରେ ପୋଢ଼ଙ୍କୁ ଚୋରି କରି ବିକ୍ରି କରବା ପାଇଁ ଆନ୍ଧ୍ରପ୍ରଦେଶ ନେଇ ଯାଉଥିବା ସମୟରେ ବଳଭଦ୍ର ପୁର ଗ୍ରାମର ଦଶ ଜଣ ବ୍ୟକ୍ତି ଖୋଜା ଖୋଜି କରବା ସମୟରେ ସନ୍ଦେହରେ ରାୟଗଡା ଜିଲ୍ଲା ଦେଇ ଆନ୍ଧ୍ରପ୍ରଦେଶ ବା ପୂର୍ବତୀପୁର ରାସ୍ତାରେ ଖୋଜୁଥିବା ସମୟରେ ପୋଢ଼ର ମାଲିକ ମକରନ୍ଦ ଚଣ୍ଡୀ (୩୨) ରାୟଗଡା ସହରରୁ ତିନି କିଲୋମିଟର ପରେ ବାଟ ମଙ୍ଗଳା ମନ୍ଦିର ନିକଟରେ ଗାଡିଟି ଛିଡା ହୋଇଥିବା ନିଜେ ପୋଢ଼ ମାଲିକ ଦେଖିଥିଲେ I ଆଉ ନିଜର ହଜି ଥିବା ପୋଢ଼ ହଳକୁ ଚିନ୍ହିଥିଲେ ମକରନ୍ଦ ଚଣ୍ଡୀଙ୍କୁ ଆମେ ପଚାରିଥିଲୁ ସେ ପ୍ରତି ଉତ୍ତରରେ କହିଥିଲେ ଯେ କାଲି ରାତ୍ରୀ ବା ବୁଧୁବାର ରାତି ୧୨ ଘଣ୍ଟା ୩୦ ସମୟରେ ମୁଁ ମୋର ପୋଢ଼ ଗୁହାଳରେ ଥିବା ଦେଖିଥିଲି I ମକରନ୍ଦ ଚଣ୍ଡୀ ସକାଳୁ ୦୬ ଘଣ୍ଟା ସମୟରେ ଶୋଇକି ଉଠିଥିଲେ ପରେ ଦେଖି ଥିଲେ ମୋର ଏକ ହଳ ପୋଢ଼ ଚୋରି ହୋଇଯାଇଛି ବୋଲି ଜାଣିଥିଲେ I ସେ ସଙ୍ଗେ ସଙ୍ଗେ ତାଙ୍କରି ଗ୍ରାମର ଭଦ୍ର ଲୋକଙ୍କୁ କହିଥିଲେ ଓ ଗ୍ରାମର କିଛି ଲୋକଙ୍କୁ ଧରି ପୋଢ଼ ଖୋଜିବା ବାହାରି ପଡ଼ିଥିଲେ I ଆଉ ଦୁଇ ହଳ ପୋଢ଼ କାହାର ବୋଲି ତାଙ୍କୁ ଆମେ ପଚାରିଥିଲୁ ସେ କହିଲେଯେ ମୁଁ ଜାଣିନି କାହାର ପୋଡ଼ ବୋଲି ଆମ ପାଖରେ ପରି ପ୍ରକାଶ କରିଥିଲେ I ପୋଢ଼ ଚୋରି ଖବର ପାଇ ଲାଞ୍ଜିଗଡ ଥାନା ଆଇ ଆଇ ସି ଜିତେନ୍ଦ୍ର ବିଶ୍ୱାଳ ହସ୍ତକ୍ଷପ କରିଥିଲେ I ଶ୍ରୀ ବିଶ୍ୱାଳ ତୁରନ୍ତ ଲାଞ୍ଜିଗଡ ଥାନା ଏ ଏସ ଆଇ ମାଝୀ ଗୋମଙ୍ଗ ଓ ଏ ଏସ ଆଇ ବଳଭଦ୍ର ଗୌଡ଼ ସଦଳବଳେ ଯାଇ ଗାଡି ଡ୍ରାଇଭର ଗାଡି ଓ ପୋଢ଼କୁ ତିନି ହଳକୁ ଜବତ କରିଥିଲେ I ତାପରେ ମକରନ୍ଦ ଚଣ୍ଡୀଙ୍କୁ ତାଙ୍କର ଏକହଳ ପୋଢ଼କୁ ଦେଇଦେଇଥିଲେ ତାପରେ ଗ୍ରାମର ଗ୍ରାମବାସୀଙ୍କ ଜମାନତରେ ଆଉ ଦୁଇ ହଳ ପୋଢ଼କୁ ଦେଇ ଗାଡି ଆଉ ଡ୍ରାଇଭରକୁ ଲାଞ୍ଜିଗଡ ଥାନାକୁ ନେଇ ଆସିଥିଲେ I କଳାହାଣ୍ଡି ଜିଲ୍ଲାର ଏଇଟା ନୂଆ କଥା ନୁହଁ ଏଇ ପ୍ରକାର ବାରମ୍ବାର ଲୋକଙ୍କ ପୋଢ଼,ଗାଇ, ଗୋରୁ,ଛେଳି,ମେଣ୍ଡା ଚୋରି ହୋଇ ଆମ ପାଖ ରାଜ୍ୟ ଆନ୍ଧ୍ରପ୍ରଦେଶରେ ନେଇ କରି ବିକ୍ରି କରନ୍ତି I କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ପୋଲିସ ଚେଷ୍ଟା କରି ଚୋର ରାକେଟକୁ ଧରି ପାରୁ ନଥିଲେ କିନ୍ତୁ ଲାଞ୍ଜିଗଡ ଥାନା ଆଇ ଆଇ ସି ଶ୍ରୀ ବିଶ୍ୱାଳ କହିବା କଥାଯେ ଏବେ ଆମ ହାତରେ ରକେଟର ମୁଖ୍ୟ ଚୋର ଓ ତାର ଗେଙ୍ଗ ଧରାପଡ଼ିଛନ୍ତି ତାପରେ ଆମେ ତାଙ୍କୁ ତଦନ୍ତ କରି କୋର୍ଟ ଫରୁଆଡ଼ କରିବୁ ବୋଲି ଆମକୁ ଜଣେଇଛନ୍ତି I