୩ ଭଡ଼ାଟିଆ ଗୁଣ୍ଡା ଗିରଫ- ବଳପୂର୍ବକ ଜମି ଦଖଲପାଇଁ ଭାଙ୍ଗିଦେଲେ ବୃଦ୍ଧାଙ୍କ ଘର : Ommtv
୩ ଭଡ଼ାଟିଆ ଗୁଣ୍ଡା ଗିରଫ- ବଳପୂର୍ବକ ଜମି ଦଖଲପାଇଁ ଭାଙ୍ଗିଦେଲେ ବୃଦ୍ଧାଙ୍କ ଘର : Ommtv
୩ ଭଡ଼ାଟିଆ ଗୁଣ୍ଡା ଗିରଫ- ବଳପୂର୍ବକ ଜମି ଦଖଲପାଇଁ ଭାଙ୍ଗିଦେଲେ ବୃଦ୍ଧାଙ୍କ ଘର : Ommtv
BBSR: ଆମେ ଲୋକାଲ ଲୋକ। ଅଧିକ ଯୁକ୍ତିତର୍କ ନକରି ଭଲରେ ଭଲରେ ଘର ଛାଡ଼ି ପଳା ନହେଲେ ତଳୁ ଦୁଇ ଇଞ୍ଜି ଛୋଟ କରିଦେବୁ। ଜମି ମାଲିକଙ୍କୁ ଏମିତି ହତ୍ୟା ଧମକଦେଇ ଭୁଜାଲି, ଛୁରି ଓ ଖଣ୍ଡା ଦେଖାଇ ଭୟଭିତ କରିଥିବା ୧୦ରୁ ଅଧିକ ଭଡ଼ାଟିଆ ଗୁଣ୍ଡାଙ୍କ ମଧ୍ୟରୁ ଆଜି କମିସନରେଟ୍ ପୁଲିସ୍ ୩ଜଣଙ୍କୁ ଧରି କୋର୍ଟ ଚାଲଣକରିଛି। ସେମାନେ ହେଲେ ଚନ୍ଦକାର ମାନସ କୁମାର ସାହୁ(୪୧), ପଟିଆର ନିରଞ୍ଜନ ରାଉତ (୫୧) ଏବଂ ତମାଣ୍ଡୋର ଜଗଦିସ୍ ପାଟ୍ଟସାଣୀ (୨୮)। ସେମାନଙ୍କ ନିକଟରୁ ଇନ୍ଫୋସିଟି ଥାନା ପୁଲିସ୍ ଗୋଟିଏ ଭୁଜାଲି, ଛୁରୀ, ଲୁହା ଗ୍ରୀଲ ଗେଟ୍, କଣ୍ଟେନର୍, ମୋବାଇଲ ଫୋନ୍ ଜବତକରିଛି। ଘଟଣାଅନୁଯାୟୀ ଅଭିଯୁକ୍ତମାନେ ଭଡ଼ାଟିଆ ଗୁଣ୍ଡାଭାବେ ଆସି ପଟିଆ କିଟ୍ ଛକରେ ଥିବା ଯୁମ୍ବା ମହାପାତ୍ର ନାମ୍ନୀ ଜଣେ ବିଧବା ବୃଦ୍ଧାଙ୍କ ପଟ୍ଟା ଜମିକୁ ଜବରଦଖଲ କରିବାପାଇଁ ଗତ କିଛି ଦିନ ହେବ ବାରମ୍ବାର ଧମକ ଚମକଦେଉଥିଲେ। ବୃଦ୍ଧାଜଣଙ୍କୁ ସେଠାରୁ ଘର ଛାଡ଼ି ପଳା ବୋଲି ହତ୍ୟା ଧମକ ମଧ୍ୟ ଦେଉଥିଲେ। ହେଲେସେ ଜାଗା ଛାଡ଼ି ଯାଉନଥିବାରୁ ଗତ ୨ ତାରିଖରେ ଭଡ଼ାଟିଆ ଗୁଣ୍ଡାମାନେ ମୁଖ୍ୟ ଅଭିଯୁକତ ମାନସ କୁମାର ସାହୁ ସହ ଆସି ସେହି ଜମିରେ ଏକ ବଡ଼ ଲୁହା କଣ୍ଟେନର ଘର ରଖିଦେଇଯାଇଥିଲେ। ଏବଂ ସେଠାରେ ରହିଥିବା ଲୋକଙ୍କୁ ମାରଣାସ୍ତ୍ରଦେଖାଇ ଜମି ୨୪ ଘଣ୍ଟା ମଧ୍ୟରେ ଛାଡ଼ବୋଲି କହିଥିଲେ। ଏହାପରେ ଗତକାଲି ୧୦ ରୁ ଅଧିକ ଭଡ଼ାଟିଆ ଗୁଣ୍ଡାଙ୍କ ସହଯୋଗରେ ମାନସ ଡ଼୍ରୋଜର ଲଗାଇ ବୃଦ୍ଧାଜଣଙ୍କ ଘରର କିଛି ଅଂଶଭାଙ୍ଗି ପାଚେରି ଗେଟକୁ ତାଡ଼ି ଜମି ମାଲିକ ପରିବାରଲୋକଙ୍କୁ ଘରୁ ବାହାରକୁ ଟାଣି ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ସ୍ଥାନୀୟେଲୋକ ପୁଲିସକୁ ସୂଚନାଦେବାରୁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ୩ଜଣଙ୍କୁ କାବୁକରିଥିଲା। ଅନ୍ୟ ସହଯୋଗୀମାନେ ସେଠାରୁ ଭ୍ୟାନଦେଖି ଖସିପଳାଇଥିଲେ। ଆଜି ଅଟକ ୩ଜଣଙ୍କୁ ଗିରଫକରି କୋର୍ଟ ଚାଲଣକରିଦିଆଯାଇଛି। ଅନ୍ୟ ପକ୍ଷରେ ଏଡ଼େଇ ଆଜି ଡ଼ିସିପି ଏକ ପ୍ରେସମିଟ୍ ମାଧ୍ୟମରେ କହିଛନ୍ତି ଅଭିଯୁକ୍ତମାନେ ଜମି ପଜେସନ୍ ପାଇଁ ଗୁଣ୍ଡାଗିରି କରୁଥିଲେ। କବଲା ଜାଗାରେ ଘରକରିଥିବା ବୃଦ୍ଧାଙ୍କୁ ସେଠାରୁ ଜମିଛାଡ଼ି ପଳାଇବାପାଇଁ ହତ୍ୟା ଧମକ ଦେଉଥିଲେ। ନିକଟରେ ଥିବା ଏକ ସରକାରୀ ଜମି ରାସ୍ତାକୁ ଜୋର ଜବରଦସ୍ତ ଦଖଲିକରି ଗୁଣ୍ଡାମାନେ ସେଠାକାର ଲୋକଙ୍କୁ ଯାତାୟତପାଇଁ ରାସ୍ତା ଛାଡ଼ୁନଥିଲେ। ଗୁଣ୍ଡାରାଜ ସମୟରେ ସମସ୍ତ ଛବି ନିକଟରେ ଥିବା ଏକ ସପିଂ ମଲର ସିସିଟିଭିରୁ ସଂଗ୍ରହକରି ପୁଲିସ୍ ଫେରାରହୋଇଯାଇଥିବା ଅନ୍ୟ ୧୫ଜଣ ଅଭିଯୁକ୍ତଙ୍କୁ କାବୁକରିବାପାଇଁ ଚେଷ୍ଟା ଚଲାଇଛି। ଏନେଇ ପୁଲିସ୍ ଘଟଣାର ଅଧିକ ତଦନ୍ତକରୁଛି ଏବଂ ଗୁରୁତର ଆହତ ହୋଇଥିବା ଜମି ମାଲିକ ବୃଦ୍ଧାଙ୍କୁ ହସ୍ପିଟାଲ ଯାଇ ବୟାନ ରେକର୍ଡ଼ କରିଛି।