ରଙ୍ଗରଲିଆଁ କରୁଥିଲା ସ୍ବାମୀ, ପୁଲିସ୍ ସହଯୋଗରେ ମାଡ଼ିବସିଲା ସ୍ତ୍ରୀ _ଓଇଓ’ରୁ ୩ ବଙ୍ଗୀୟ ଯୁବତୀଙ୍କ ସହ ୩ ଯୁବକ ଗିରଫ : Ommtv Round The Clock

ରଙ୍ଗରଲିଆଁ କରୁଥିଲା ସ୍ବାମୀ, ପୁଲିସ୍ ସହଯୋଗରେ ମାଡ଼ିବସିଲା ସ୍ତ୍ରୀ _ଓଇଓ’ରୁ ୩ ବଙ୍ଗୀୟ ଯୁବତୀଙ୍କ ସହ ୩ ଯୁବକ ଗିରଫ : Ommtv Round The Clock

ରଙ୍ଗରଲିଆଁ କରୁଥିଲା ସ୍ବାମୀ, ପୁଲିସ୍ ସହଯୋଗରେ ମାଡ଼ିବସିଲା ସ୍ତ୍ରୀ _ଓଇଓ’ରୁ ୩ ବଙ୍ଗୀୟ ଯୁବତୀଙ୍କ ସହ ୩ ଯୁବକ ଗିରଫ : Ommtv Round The Clock

ରଙ୍ଗରଲିଆଁ କରୁଥିଲା ସ୍ବାମୀ, ପୁଲିସ୍ ସହଯୋଗରେ ମାଡ଼ିବସିଲା ସ୍ତ୍ରୀ _ଓଇଓ’ରୁ ୩ ବଙ୍ଗୀୟ ଯୁବତୀଙ୍କ ସହ ୩ ଯୁବକ ଗିରଫ : Ommtv Round The Clock

: ଇନ୍‌ଫୋସିଟି ଥାନା ପୁଲିସ୍ ଆଜି ପଟିଆ ଶିଶୁବିହାରସ୍ଥିତ ‘ସେ ହେଲୋ’ ହୋଟେଲରୁ ୩ ଜଣ ଯୁବକ ଓ ୩ ଜଣ ଯୁବତୀଙ୍କୁ ଅନେକଗୁଡ଼ିଏ ଆପତ୍ତିଜନକ ସାମଗ୍ରୀସହ ଗିରଫକରି କୋର୍ଟ ଚାଲଣ କରିଛି। ଗିରଫହୋଇଥିବା ଯୁବକମାନେ ହେଲେ କଟକର ଅଭିନାସ ସିଂ(୩୨), ସିଲୁ ନାୟକ (୩୩), ରାକେଶ ବେହେରା (୨୭) ଏବଂ ୩ ଯୁବତୀ ହେଲେ ଲକ୍ଷ୍ମୀସାଗର ଅଞ୍ଚଳର ଅନନ୍ଦିତା ନାୟକ(୨୬), କୋଲକାତାର ତନୁଶ୍ରୀ ଦାସ (୩୯) ଓ ରୂପା ପାନ(୩୦)। ଅଭିଯୁକ୍ତ ଅଭିନାସର ସ୍ତ୍ରୀ ଉତ୍କଳିକା ଦୀପିକା ରାଉତଙ୍କ ଅଭିଯୋଗକ୍ରମ‌େ ଏମାନଙ୍କୁ ପୁଲିସ୍ ଗିରଫକରିଥିବା କହିଛି। ଦୀପିକା ନିଜ ସ୍ବାମୀକୁ ଖୋଜିବାକୁ ଯାଇ ହୋଟେଲରେ ପହଞ୍ଚିବାପରେ ତାଙ୍କ ଦୁଇ ସାଙ୍ଗ ଓ ସେମାନଙ୍କ ସହ ଥିବା ତିନିଜଣ ଯୁବତୀ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ଘଟଣା ଅନୁଯାୟୀ ବିବାହର ୩ବର୍ଷ ବିତିଯାଇଥିଲେ ମଧ୍ୟ ସ୍ବାମୀ ଅଭିନାସ ଓ ସ୍ତ୍ରୀ ଦୀପିକା ସର୍ମ୍ପକ ଏତେଟା ଭଲ ନଥିଲା। ଯେଉଁ କାରଣକୁ ନେଇ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଅନେକ ଥର ବଚସା ଓ ଗଣ୍ଡଗୋଳ ହେଉଥିଲା। ପରକ୍ରିୟା ପ୍ରିତିରେ ମସଗୁଲ ସ୍ବାମୀ ସବୁବେଳେ ଦେହଜିବିଙ୍କ ସହ ରାତି କାଟିବା ଓ ରଙ୍ଗରଲିଆଁ କରିବା ଅଭ୍ୟାସରେ ସ୍ତ୍ରୀକୁ ନିର୍ଯ୍ୟାତନା ଦେଉଥିଲା । ହେଲେ ରସିକିଆ ସ୍ବାମୀର ଅସଲ ଚେହେରାକୁ ଜାଣିବାପାଇଁ ସ୍ତ୍ରୀ ପୁଲିସ୍ ସହଯୋଗରେ ଗତକାଲି ବିଳମ୍ବିତ ରାତିରେ ରଙ୍ଗେହାତ ଧରିବାପରେ ଆଜି ଇନ୍‌ଫୋସିଟି ଥାନା ପୁଲିସ୍ ରସିକିଆ ସ୍ବାମୀ ଅଭିନାସ ସିଂ (୩୨)କୁ  ପଟିଆ ଶିଶୁବିହାରସ୍ଥିତ ଓଇଓ ହ‌ୋଟେଲ ‘ସେ ‌ହେଲୋ’ରୁ କିଛି ଯୁବତୀଙ୍କ ସହ ନିଜ ସ୍ବାମୀକୁ ପାଇ ଆଶ୍ଚର୍ଯ୍ୟ ହୋଇଥିଲା। ଏହି ସବୁ ବଦଭ୍ୟାସ କାରଣରୁ ରସିକିଆ ସ୍ବାମୀ ଅଭିନାସ ତା’ର ସ୍ତ୍ରୀ  ଦୀପିକାକୁ ନିର୍ଯ୍ୟାତନା ଦେଉଥିଲା ଏବଂ ତାଙ୍କର ସବୁ ସୁନାଗହଣାକୁ ବିକ୍ରିକରି ଦେହଜିବିଙ୍କୁ ଉପଭୋଗରେ ଖର୍ଚ୍ଚକରୁଥିଲା। ପ୍ରତିବାଦ କରିବାରୁ ଶାଶୁ ଶଶୁରଙ୍କ ଆଗରେ ମାଡ଼ମାରି ସ୍ତ୍ରୀକୁ ଛାଡ଼ପତ୍ର ଦେଇଦେବବୋଲି ଧମକ  ମଧ୍ୟ ଦେଉଥିଲା। ଗତକାଲି ସ୍ବାମୀ ଆତ୍ମହତ୍ୟା କରିବାପାଇଁ ଯାଉଥିବା କହି ଘରୁ ପଳାଇଆସିବା ପରେ ସ୍ତ୍ରୀ ତାଙ୍କୁ ବହୁତ ଖୋଜାଖୋଜିକରିଥିଲେ। ବିଳମ୍ବିତ ରାତିପର୍ଯ୍ୟନ୍ତ ‌କୌଣସି ସୂଚନାନପାଇ କଟକର ପୁଲିସ୍ ସହଯୋଗ ନେଇଥିଲେ। ଫୋନ୍ ଟ୍ରାକିଂରୁ ଜଣାପଡ଼ିଥିଲା ସେ ପଟିଆ ଶିଶୁବିହାର ଅଞ୍ଚଳରେ ଥିବା ଏକ ହୋଟେଲରେ ଅଛନ୍ତି। ଯାହାନେଇ ସ୍ତ୍ରୀ ଇନ୍‌ଫୋସିଟି ଥାନା ପୁଲିସ୍ ସହଯୋଗରେ ଘଟଣାସ୍ଥଳରେ ପହଞ୍ଚି  ତାଙ୍କ ସ୍ବାମୀକୁ ଦୁଇ ଜଣ ଯୁବତୀଙ୍କ ସହ ଅସଞ୍ଜତ ଅବସ୍ଥାରେ ଗୋଟିଏ ରୁମରେ ପାଇଥିଲେ। ଏହିକଥାନେଇ ବଚସାହେବାରୁ ଅନ୍ୟ ଦୁଇଟି ରୁମରେ ଥିବା ଅଭିନାସର ସାଙ୍ଗମାନେ ଚାଲିଆସି ଦୀପିକାକୁ ଆକ୍ରମଣ କରିଥିଲେ। ଯାହାନେଇ ଦୀପିକା ହୋଟେଲ ତଳେ ଠିଆହୋଇଥିବା ପୁଲିସ୍ ସହଯୋଗରେ ସେଠାକୁ ଯାଇ ହୋଟେଲରୁମରୁ ସମସ୍ତଙ୍କୁ କାବୁକରିଥିଲେ। ତଦନ୍ତକରିବାରୁ ଜଣାପଡ଼ିଥିଲା ସ୍ବାମୀ ଅଭିନାସ ସଂଗୀତ କାର୍ଯ୍ୟକ୍ରମ ନାମରେ ସାଙ୍ଗମାନଙ୍କ ସହ ଭୁବନେଶ୍ବର ଚାଲିଆସି ରୂପଜୀବିମାନଙ୍କ ସହ ରାତି ବିତାଉଥିଲେ। ଫଳରେ ଘରକୁ ନଯାଇ ସବୁବେଳେ ସ୍ତ୍ରୀକୁ ନିର୍ଯ୍ୟାତନାଦେଇଥିଲେ। ସେ ପୂର୍ବରୁ ଏକ ଆଇଟି କମ୍ପାନୀରେ କାମ କରୁଥିଲେ। ହେଲେ ଚାକିରି ଛାଡ଼ି ସାମାଜିକ ଗଣମାଧ୍ୟମରେ ମ୍ୟୁଜିକ ଭିଡ଼ିଓ କରିବା ଆଳରେ ଯୁବତୀମାନଙ୍କୁ ହୋଟେଲକୁ ଡ଼ାକି ରଙ୍ଗରଲିଆଁ କରୁଥିଲେ।