ହର ଘର ତ୍ରିରଙ୍ଗା ଅଭିଯାନ -୨୦୨୪ : Ommtv Round The Clock

ହର ଘର ତ୍ରିରଙ୍ଗା ଅଭିଯାନ -୨୦୨୪ : Ommtv Round The Clock

ହର ଘର ତ୍ରିରଙ୍ଗା ଅଭିଯାନ -୨୦୨୪ : Ommtv Round The Clock

ହର ଘର ତ୍ରିରଙ୍ଗା ଅଭିଯାନ -୨୦୨୪ : Ommtv Round The Clock

(ରିପୋର୍ଟ: ଶୁଭମ) : ଉଚ୍ଚଶିକ୍ଷା ବିଭାଗ, ଓଡିଶା ସରକାରଙ୍କ ସୂଚନା ଅନୁଯାୟୀ ଢେଙ୍କାନାଳ ମହିଳା ମହାବିଦ୍ୟାଳୟ, ଢେଙ୍କାନାଳ ଏବଂ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଢେଙ୍କାନାଳ ଠାରେ ତା ୧୪. ୦୮. ୨୦୨୪ରିଖ ଦିବା ୧୧ଘଟିକା ସମୟରେ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ମହାବିଦ୍ୟାଳୟର ଛାତ୍ରୀବୃନ୍ଦ ତଥା ଅଧ୍ୟାପକ ଓ ଅଧ୍ୟାପିକାମାନେ ମଧ୍ୟ ଏହି ଶୋଭା ଯାତ୍ରାରେ ଯୋଗଦାନ କରି ସାଫଲ୍ୟମଣ୍ଡିତ କରିଥିଲେ। ଏଥି ସଙ୍ଗେ ସଙ୍ଗେ ମହାବିଦ୍ୟାଳୟର ସମ୍ମୁଖରେ ଥିବା ସ୍ୱାଧୀନତା ସଂଗ୍ରାମୀ ସୁବାଷ ଚନ୍ଦ୍ର ବୋଷ ଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ଶକୁନ୍ତଳା ଜେନା ଏହି କାର୍ଯ୍ୟକ୍ରମରେ ଅଧ୍ଯକ୍ଷତା କରି ଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସଙ୍ଗେସଙ୍ଗେ ହର ଘର ତ୍ରିରଙ୍ଗା ଅଭିଯାନ-୨୦୨୪ ସଂପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ।