ରାଜନୀତି ସମିକ୍ଷା : ଆଦିବାସୀ ସମ୍ପ୍ରଦାୟରୁ ପ୍ରଥମ ରାଷ୍ଟ୍ରପତି !

ଆଦିବାସୀ ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା, ହୁଏତ ବିଜେପିକୁ ରାଜନୈତିକ ଫାଇଦା ଦେଇପାରେ ।  ପ୍ରଥମ ଥର ପାଇଁ ଆଦିବାସୀ ରାଷ୍ଟ୍ରପତି କଲୁ ବୋଲି କହି ଆଗାମୀ ଦିନରେ ବିଜେପି ଆଦିବାସୀ ଭୋଟରଙ୍କ ଭିତରେ ନିଜର ପ୍ରଭାବକୁ ବଢେଇବାକୁ ଚେଷ୍ଟା କରିପାରେ । "ରାଜ୍ୟର ପ୍ରାର୍ଥୀ'" ନାଁରେ ବିଜେଡି ପାଇଁ ବିଜେପିର ପ୍ରାର୍ଥୀଙ୍କୁ ସମର୍ଥନ କରିବା ଅଧିକ ସହଜ ହୋଇପାରେ । କିନ୍ତୁ ଏଥିରେ ରାଜ୍ୟର ତଥା ଦେଶର ଆଦିବାସୀମାନଙ୍କର ସ୍ଥିତିରେ କୌଣସି ଫରକ ପଡିବାର ନାହିଁ । ଅତିତରେ ମୁକ୍ତାର ଆବ୍ବାସ ନକଭୀ କେନ୍ଦ୍ର ମନ୍ତ୍ରୀ ହେବା ଫଳରେ ସଂଖ୍ୟାଲଘୁମାନଙ୍କ ଯେଉଭଳି ଉନ୍ନତି ଘଟିଛି, ଜଣେ ଆଦିବାସୀ ରାଷ୍ଟ୍ରପତି ପଦବୀରେ ବସିଗଲେ, ଆଦିବାସୀଙ୍କର ବି ସେହିପରି ଉନ୍ନତି ହେବ । 

ରାଜନୀତି ସମିକ୍ଷା   : ଆଦିବାସୀ ସମ୍ପ୍ରଦାୟରୁ ପ୍ରଥମ ରାଷ୍ଟ୍ରପତି !

ଆଦିବାସୀ ସମ୍ପ୍ରଦାୟରୁ ପ୍ରଥମ ରାଷ୍ଟ୍ରପତି !
ଆଦିବାସୀ ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା, ହୁଏତ ବିଜେପିକୁ ରାଜନୈତିକ ଫାଇଦା ଦେଇପାରେ ।  ପ୍ରଥମ ଥର ପାଇଁ ଆଦିବାସୀ ରାଷ୍ଟ୍ରପତି କଲୁ ବୋଲି କହି ଆଗାମୀ ଦିନରେ ବିଜେପି ଆଦିବାସୀ ଭୋଟରଙ୍କ ଭିତରେ ନିଜର ପ୍ରଭାବକୁ ବଢେଇବାକୁ ଚେଷ୍ଟା କରିପାରେ । "ରାଜ୍ୟର ପ୍ରାର୍ଥୀ'" ନାଁରେ ବିଜେଡି ପାଇଁ ବିଜେପିର ପ୍ରାର୍ଥୀଙ୍କୁ ସମର୍ଥନ କରିବା ଅଧିକ ସହଜ ହୋଇପାରେ । କିନ୍ତୁ ଏଥିରେ ରାଜ୍ୟର ତଥା ଦେଶର ଆଦିବାସୀମାନଙ୍କର ସ୍ଥିତିରେ କୌଣସି ଫରକ ପଡିବାର ନାହିଁ । ଅତିତରେ ମୁକ୍ତାର ଆବ୍ବାସ ନକଭୀ କେନ୍ଦ୍ର ମନ୍ତ୍ରୀ ହେବା ଫଳରେ ସଂଖ୍ୟାଲଘୁମାନଙ୍କ ଯେଉଭଳି ଉନ୍ନତି ଘଟିଛି, ଜଣେ ଆଦିବାସୀ ରାଷ୍ଟ୍ରପତି ପଦବୀରେ ବସିଗଲେ, ଆଦିବାସୀଙ୍କର ବି ସେହିପରି ଉନ୍ନତି ହେବ । 
ବିଜେପିର ରାଷ୍ଟ୍ରପତି ପ୍ରାର୍ଥିନୀ ନିଜର ସମଗ୍ର ରାଜନୈତିକ ଜୀବନ ମଧ୍ୟରେ ଆଦିବାସୀଙ୍କ ପାଇଁ କେଉଁଠି ବି ଥରୁଟିଏ ସ୍ଵର ଉଠେଇ ଥିବାର କୌଣସି ଉଦାହରଣ ନାହିଁ । ଓଡ଼ିଶାରେ ବିଧାୟକ ଓ ମନ୍ତ୍ରୀ ଥିବା ବେଳେ ଏବଂ ଝାଡଖଣ୍ଡରେ ରାଜ୍ୟପାଳ ଥିବା ବେଳେ ଉଭୟ ରାଜ୍ୟରେ ଆଦିବାସୀ ଓ ସେମାନଙ୍କ ଜୀବନ ଜୀବିକା ଉପରେ ସର୍ବାଧିକ ଆକ୍ରମଣ ଓ ଦମନ ହୋଉଥିଲା ବେଳେ, ତାଙ୍କର ସାମାନ୍ୟତମ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । କାଶୀପୁର, କଳିଙ୍ଗ ନଗର, ନାରାୟଣପାଟଣା, ମାଝିଗୁଡାରେ ଆଦିବାସୀଙ୍କ ଗଣହତ୍ୟା ବେଳେ ସେ ସେମାନଙ୍କ ପକ୍ଷରେ ଠିଆ ହେବାକୁ ଜରୁରୀ ମନେ କରି ନଥିଲେ । ତେଣୁ ତାଙ୍କ ପରି ଜଣେ ଆଦିବାସୀ ସମ୍ପ୍ରଦାୟରୁ ଆସୁଥିବା ବ୍ୟକ୍ତି ଦେଶର ସର୍ବୋଚ୍ଚ ପଦବୀକୁ ଅକ୍ତିଆର କରିବାରେ, ଆଦିବାସୀଙ୍କ ପାଇଁ ସେଭଳି କୌଣସି ଗର୍ବ କଲାଭଳି କଥା ନୁହେଁ । 
ହଁ, ଏତିକି କୁହାଯାଇପାରେ, ଦେଶ ପାଇଁ ଜଣେ ନୂଆ ରାଷ୍ଟ୍ରପତି ଦରକାର ଥିଲା ଏବଂ ସବୁ ସମ୍ପ୍ରଦାୟ ପରି ଆଦିବାସୀ ସମ୍ପ୍ରଦାୟରୁ ବି ଜଣେ ଏଥର ରାଷ୍ଟ୍ରପତି ହେବେ । ଅବଶ୍ୟ ଏହି ବାହାନାରେ ବିଜେଡି-ବିଜେପିର ଘନିଷ୍ଠ ସମ୍ପର୍କକୁ ରାଜ୍ୟବାସୀ ପୁଣି ଥରେ ଦେଖିବାର ସୁଯୋଗ ପାଇବେ । (ସାମ୍ବାଦିକ ବିଦ୍ୟାଧର ବାରିକ)