ରାସୋଳ ମହୋତ୍ସବ :  Ommtv

AOG

ରାସୋଳ ମହୋତ୍ସବ :  Ommtv

ରାସୋଳ ମହୋତ୍ସବ :  Ommtv

OMM TV ( ଢେଙ୍କାନାଳରୁ ଶଶିକାନ୍ତ ଗଡନାୟକ)ରାସୋଳ ବିକାଶ ପରିଷଦ ଆନୁକୁଲ୍ୟରେ ଗତ 14 ଠାରୁ ରାସୋଳ ମହୋତ୍ସବ ଉଦଘାଟିତ ହୋଇ ଆଜି 17 ତାରିଖ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ରାସୋଳ ଜନ ମଙ୍ଗଳ ସ୍ଵେଚ୍ଛାସେବୀ ସଂଗଠନ ଆନୁକୁଲ୍ୟରେ ଦିର୍ଘ ଚାରିଦିନ ବ୍ୟାପି ତିନୋଟି ଦାନ ଉପରେ ଗୁରୁତ୍ଵ ଦେଇ 15 ତାରିଖରେ ଗ୍ରୀଷ୍ମକାଳୀନ ରକ୍ତଦାନ ଶିବିର, 16 ତାରିଖରେ ଗରିବ ମାନଙ୍କୁ ବ୍ୟବହାର ଯୋଗ୍ୟ ବସ୍ତ୍ର ପ୍ରଦାନ, ଯାତ୍ରା ରେ ଯାତ୍ରୀ ମାନଙ୍କ ପାଇଁ ଜଳଦାନ କରି ଆଜି ସନ୍ଧ୍ୟାରେ ଆନ୍ତର୍ଜାତୀୟ ଦାନ କଳା ଦିବସ ବା ବିଶ୍ଵ ଦାନ ଦିବସ ପ୍ରତିଷ୍ଠାତା ବିଭୁ ପ୍ରସାଦ ଶତପଥୀ ଙ୍କ ତତ୍ତ୍ଵାବଧାନରେ ପାଳନ ହୋଇଥିଲା।ସଭାନେତ୍ରୀ ନିରୁପମା ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ରାସୋଳ ସରପଞ୍ଚ ଦିବାକର ନାୟକ, ସମ୍ମାନିତ ଅତିଥି ଭାବେ ରାସୋଳ ପିଏଚ ସି ର ମେଡିକାଲ ଅଫିସର ଡଃ ଦୟାନିଧି ପୃଷ୍ଟି, ଓମ୍ ଟିଭି ପ୍ରତିନିଧି ରତିକାନ୍ତ ଗଡନାୟକ, ଆଜୀବନ ସଭ୍ୟା ବିଜୟ ଲକ୍ଷ୍ମୀ ଦାଶ,ଗାୟତ୍ରୀ ପଟ୍ଟନାଯକ, ବୀରେନ୍ ପଟ୍ଟନାଯକ ପ୍ରମୂଖ ଯୋଗ ଦେଇ ବିଶ୍ଵ ଦାନ ଦିବସ ର ତାତ୍ପର୍ଯ୍ୟ ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଜନ ମଙ୍ଗଳ ସଂଗଠନ ର ସମସ୍ତ ସେବକ ସେବିକା ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶହ ଶହ ଦର୍ଶକ ସାମିଲ ହୋଇ ସଂଗଠନ ର ଏହି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ପରିପେକ୍ଷୀରେ ସମସ୍ତେ ଆର୍ଟ ଅଫ ଜିଭିଙ୍ଗ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ନିଜର କୃତଜ୍ଞତା ଜଣାଇଥିଲେ ଏବଂ କାର୍ଯ୍ୟକ୍ରମ ଆୟୋଜନ ନେଇ ଓ଼ମ ଟିଭି ସମ୍ପାଦକ ବିଦ୍ୟାଧର ବାରିକଙ୍କୁ ଧନ୍ୟବାଦ ଜଣାଇଥିଲେ | #AOG #AchyutaSamanta #Ommtv #Dhenkanal #artofgiving #Omtv #Kalingacinearts #NBPC