‘ଆର୍ଟ ଅଫ୍‌ ଗିଭିଙ୍ଗ୍’ର ଦଶବର୍ଷ ପୂର୍ତ୍ତି, ଡଃ ଅଚ୍ୟୁତ ସାମନ୍ତଙ୍କୁ ‘ମାନବବାଦର ମହାନାୟକ ସମ୍ମାନ’ : Ommtv

Art of Giving

‘ଆର୍ଟ ଅଫ୍‌ ଗିଭିଙ୍ଗ୍’ର ଦଶବର୍ଷ ପୂର୍ତ୍ତି, ଡଃ ଅଚ୍ୟୁତ ସାମନ୍ତଙ୍କୁ ‘ମାନବବାଦର ମହାନାୟକ ସମ୍ମାନ’ : Ommtv
‘ଆର୍ଟ ଅଫ୍‌ ଗିଭିଙ୍ଗ୍’ର ଦଶବର୍ଷ ପୂର୍ତ୍ତି, ଡଃ ଅଚ୍ୟୁତ ସାମନ୍ତଙ୍କୁ ‘ମାନବବାଦର ମହାନାୟକ ସମ୍ମାନ’ : Ommtv
: ‘ଆର୍ଟ ଅଫ୍‌ ଗିଭିଙ୍ଗ୍’ ଏକ ଅଗ୍ରଣୀ ସାମାଜିକ ଆନ୍ଦୋଳନ ଭାବରେ ସାରା ବିଶ୍ଵରେ ଲୋକପ୍ରିୟତା ଅର୍ଜନ କରିଥିବା ବେଳେ ଗରିବ ଓ ଅସହାୟଙ୍କ ମୁହଁରେ ହସ ଫୁଟାଇବାରେ ଏହା ସହାୟକ ହୋଇପାରିଛି । ଏହି ମାନବବାଦୀ ଚେତନାର ସ୍ରଷ୍ଟା ଡଃ ଅଚ୍ୟୁତ ସାମନ୍ତ ଜନସେବା କ୍ଷେତ୍ରରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମତବ୍ୟକ୍ତ କରିଛନ୍ତି । ‘ଆର୍ଟ ଅଫ୍‌ ଗିଭିଙ୍ଗ୍’ ଅଭିଯାନର ଦଶବର୍ଷ ପୂର୍ତ୍ତି ତଥା ଏହାର ଅଦ୍ଭୁତପୂର୍ବ ସଫଳତା ଅବସରରେ ଓଡ଼ିଶା ସଚେତନ ନାଗରିକ ଫୋରମ୍’ ଏବଂ ସାଂସ୍କୃତିକ ଅନୁଷ୍ଠାନ ‘ ସଂସ୍କୃତି ଓ ସଂସ୍କୃତି’ ପକ୍ଷରୁ ରାଜଭବନର ଅଭିଷେକ ହଲ୍‌ରେ ଆୟୋଜିତ ଏକ ଉତ୍ସବରେ ଏହାର ସ୍ରଷ୍ଟା ‘କିଟ୍’ ଓ ‘କିସ୍’ର ପ୍ରତିଷ୍ଠାତା, ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଜନସେବା କ୍ଷେତ୍ରକୁ ଅନନ୍ୟ ଅବଦାନ ନିମନ୍ତେ ଡଃ ସାମନ୍ତଙ୍କୁ ‘ ମାନବବାଦର ମହାନାୟକ’ ଉପାଧୁ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କର ବକ୍ତବ୍ୟରେ ଡଃ ସାମନ୍ତଙ୍କ ସେବା ଓ ସାଧନା ଭବିଷ୍ୟତରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଅଧିକ ସ୍ୱୀକୃତି ଲାଭ କରିବ ବୋଲି ଆଶା ପ୍ରକାଶ କରିଥିଲେ । ଡଃ ସାମନ୍ତ ‘ ଆର୍ଟ ଅଫ୍
‘ ଗିଭିଙ୍ଗ୍’ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ ନୂତନ ପିଢିକୁ ଏହା ବେଶ୍ ଅନୁପ୍ରାଣିତ କରିଛି ବୋଲି କହିଥିଲେ । ପ୍ରାରମ୍ଭରେ ଦୁଇ ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ସ୍ଵାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ବରିଷ୍ଠ ସିନେ ସମୀକ୍ଷକ ଦିଲ୍ଲୀପ ହାଲି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ସଚେତନ ନାଗରିକ ଫୋରମ୍‌ର ଉପସଭାପତି ପ୍ରଯୋଜକ ଲୁଟୁ ମହାନ୍ତି ମାନପାତ୍ର ପାଠ କରିଥିଲେ ଓ ଯୁବନେତା ତନ୍ମୟ ସ୍ଵାଇଁ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଯୋଜନା ଡଃ ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲେ । ଆଧ୍ୟାମ୍ବିକ ଗୁରୁ ରାମନାରାୟଣ ଦାସଜୀ ମହାରାଜାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ବୁଦ୍ଧିଜୀବୀ ଉତ୍ସବରେ ଯୋଗ ଦେଇଥିଲେ । #Aog #Artofgiving #AchyutaSamanta #Odisha #Odishagovernment #GaneshiLal #RajBhaban #Ommtv #Omtv #NBPC #Kalingacinearts