ଡାକ୍ତର ଦମ୍ପତିଙ୍କ ବିବାହ ବାର୍ଷିକ ଉତ୍ସବରେ Art of Giving : Ommtv

Art of Giving

ଡାକ୍ତର ଦମ୍ପତିଙ୍କ ବିବାହ ବାର୍ଷିକ ଉତ୍ସବରେ Art of Giving : Ommtv

ଡାକ୍ତର ଦମ୍ପତିଙ୍କ ବିବାହ ବାର୍ଷିକ ଉତ୍ସବରେ Art of Giving : Ommtv

(ହିନ୍ଦୋଳ ରତିକାନ୍ତ ଗଡନାୟକ) ନିଆରା ଢଙ୍ଗରେ ପାଳିଲେ ଅଷ୍ଟମ ବିବାହ ବାର୍ଷିକ ଉତ୍ସବ ଡାକ୍ତର ଦମ୍ପତି। ପ୍ରଫେସର ଡକ୍ଟର ଅଚ୍ୟୁତ ସାମନ୍ତ ଙ୍କ ଦ୍ଵାରା ପ୍ରତିଷ୍ଠିତ Art of Giving ସଂଗଠନ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ରାସୋଳ ପିଏଚସି ମେଡିକାଲ ଅଫିସର ଡଃ ଦୟାନିଧି ପୃଷ୍ଟି ଓ ତାଙ୍କ ସହଧର୍ମିଣୀ ସମାଜ ସେବିକା ଶୁଭଶ୍ରୀ ସାହୁ ଆଜି ସେମାନଙ୍କ ଅଷ୍ଟମ ବିବାହ ବାର୍ଷିକ ଉପଲକ୍ଷେ ଦଣ୍ଡିରି ପଂଚାୟତ ଅର୍ନ୍ତଗତ ଜନଜାତି ବସତି ରଜାଙ୍ଗ ଗ୍ରାମରେ। ସମସ୍ତ ଗ୍ରାମବାସୀଙ୍କ ଉପସ୍ଥିତିରେ କେକ୍ କାଟିବା ସହ ସମସ୍ତଙ୍କୁ କେକ୍ ବିସ୍କୁଟ ମିଠା ପ୍ରଦାନ ସହ ଗ୍ରାମର ସବୁ ମହିଳା ଓ ଝିଅ ପିଲାଙ୍କୁ ପାଉଡର ନେଲ ପଲିସ ଅଳତା ଟିକିଲି ବଣ୍ଟନ କରି ସମସ୍ତଙ୍କର ହୃଦୟ ଜିଣି ପାରିଥିଲେ।ରାସୋଳ ଜନ ମଙ୍ଗଳ ସ୍ଵେଚ୍ଛାସେବୀ ସଂଗଠନ ଦ୍ୱାରା ପ୍ରତ୍ୟେକ ପରିବାର କୁ ବ୍ୟବହାର ଉପଯୋଗୀ ବସ୍ତ୍ର ପୋଷାକ ବଣ୍ଟନ ହୋଇଥିଲା। ଶେଷରେ ଖୁସି ହୋଇ ଗ୍ରାମର ସବୁ ଆବାଳ ବୃଦ୍ଧବନିତା ଏକାଠି ନାଚିଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ଉପଭୋଗ କରି ଆଗାମୀ ରଜ ସଂକ୍ରାନ୍ତି ରେ ଆସି ତାଙ୍କ ସହ ରଜ ଦୋଳି ଖେଳିବାକୁ ଓ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ରଜପିଠା ଖାଇବାକୁ ଅନୁରୋଧ କରିଛନ୍ତି। #AOG #Artofgiving #Dhenkanal #Ommtv #Omtv #Kalingacinearts #NBPC