ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ Art of Giving : Ommtv

art of giving

ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ Art of Giving : Ommtv

ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ Art of Giving : Ommtv

(ଢେଙ୍କାନାଳରୁ ଶଶିକାନ୍ତ ଗଡନାୟକ)ଆଜି ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଗଣେଶ୍ଵର କ୍ଲବ ପରିସରରେ ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସଭାପତି ଶ୍ରୀ ଶ୍ରୀନିବାସ ମିଶ୍ର ଙ୍କ ସଭାପତିତ୍ବରେ ଏକ ଆଂଚଳିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ସାଙ୍ଗଠନିକ ଆଲୋଚନା ସହ ପ୍ରଫେସର ଡକ୍ଟର ଅଚ୍ୟୁତ ସାମନ୍ତ ଙ୍କ ଦ୍ଵାରା ପ୍ରତିଷ୍ଠିତ Art of Giving ସଂଗଠନ ପାଳନ ଅବସରରେ ଓମ୍ ଟିଭି ପକ୍ଷରୁ ବିଶ୍ଵ ଦାନ କଳା ଉପରେ ଯୋଗଦାନ କରିଥିବା ମୁଖ୍ୟ ଅତିଥି ଢେଙ୍କାନାଳ ଜିଲ୍ଲା ବରିଷ୍ଠ ନାଗରିକ ପରିଷଦ ସଭାପତି ଅବସରପ୍ରାପ୍ତ ଜିଲ୍ଲା ଜଜ ଦୁର୍ଗା ଚରଣ ମିଶ୍ର Art of Giving ବା ଦାନ ଦେବାର କଳା ଦୈନଦିନ ଜୀବନରେ କାର୍ଯ୍ୟକରି କରିବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତାଭାବେ ଓମ୍ ଟିଭି ପ୍ରତିନିଧି ରତିକାନ୍ତ ଗଡନାୟକ ଢେଙ୍କାନାଳ ଜିଲ୍ଲା ମଧ୍ୟରେ ଗତ ଏପ୍ରିଲ 17 ରୁ ମେ 17 ମଧ୍ୟରେ ଆୟୋଜିତ ସମସ୍ତ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ଜନ ମଙ୍ଗଳ ରାସୋଳ ସ୍ଵେଚ୍ଛାସେବୀ ସଂଗଠନ ପ୍ରତିଷ୍ଠାତା ବିଭୁ ପ୍ରସାଦ ଶତପଥୀ ଓ ସଭାନେତ୍ରୀ ନିରୁପମା ମିଶ୍ର ଯୋଗ ଦେଇ ଆର୍ଟ ଅଫ୍ ଗୀଭିଂ ସଂଗଠନ ସମ୍ପର୍କରେ ବିଶଦ ଭାବେ ବର୍ଣନା କରିଥିଲେ। ମଞ୍ଚ ଉପ ସଭାପତି ମାୟାଧର ପାଣିଗ୍ରାହୀ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। #Dhenkanal #NBPC #OmmTv #OmTV #Kalingacinearts