ଓମଟିଭି - କଳିଙ୍ଗ ସିନେ ଆର୍ଟସ୍ ପକ୍ଷରୁ ଆର୍ଟ ଅଫ୍ ଗିଭିଂ ସମ୍ବର୍ଦ୍ଧନା ସଭା : Ommtv

Art of Giving News

ଓମଟିଭି - କଳିଙ୍ଗ ସିନେ ଆର୍ଟସ୍ ପକ୍ଷରୁ ଆର୍ଟ ଅଫ୍ ଗିଭିଂ ସମ୍ବର୍ଦ୍ଧନା ସଭା : Ommtv
ଓମଟିଭି - କଳିଙ୍ଗ ସିନେ ଆର୍ଟସ୍ ପକ୍ଷରୁ ଆର୍ଟ ଅଫ୍ ଗିଭିଂ ସମ୍ବର୍ଦ୍ଧନା ସଭା : Ommtv
ଭୁବନେଶ୍ବର (ଓମ୍): ଜୀବନର ପ୍ରତ୍ୟେକ ଦିନ କାହା ମୁହଁରେ ହସଟିଏ ଫୁଟାଇବାର ପ୍ରୟାସ ହେଉ। ସେହି ପ୍ରୟାସ ମନକୁ ଶାନ୍ତି ଓ ସକରାତ୍ମକ କରିଦେବ। ଫଳରେ ଆଧ୍ୟାତ୍ମିକତା ପ୍ରାପ୍ତିହେବ ଓ ମାନବ ଜୀବନ ଧନ୍ୟହେବ। ଏପରି ସେବାର ପ୍ରୟାସକୁ ବ୍ୟାପକରିବା ଉଦ୍ୟେଶରେ ଗତ ଦଶବର୍ଷ ହେଲା ଗଢ଼ିଉଠିଥିବା ଆର୍ଟଅଫ୍ ଗିଭିଂ ସହ ସାମିଲହେଲେଣି ବିଶ୍ବର କୋଣ ବିକୋଣର ଲୋକ। ଜଣେ ଆଉଜଣଙ୍କୁ ସାହାଯ୍ୟର ହାତ ବଢ଼ାଇବା ପ୍ରୟାସ ସଫଳ ହେଉଛି। ‌ଗତ ମେ ୧୭ ତାରିଖରେ ‌ଅନୁଷ୍ଠିତ ଜାତୀୟ ଆର୍ଟ ଅଫ୍ ଗିଭିଂ ଦିବସରେ ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍ ଓ ଡ଼ିଜିଟାଲ ମିଡ଼ିଆ ଓମଟିଭି ଆନୁକୂଲ୍ୟରେ ଆର୍ଟଅଫ୍ ଗିଭିଂ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରେରଣାରେ ଅନୁଷ୍ଠିତ ହୋଇଥିଲା ଆର୍ଟ ଅଫ୍ ଗିଭିଂ କାର୍ଯ୍ୟକ୍ରମ। ଯେଉଁଥିରେ କଳିଙ୍ଗ ସିନେ ଆର୍ଟସ୍ – ଓମଟିଭିର ପ୍ରତିନିଧିମାନେ ରାଜ୍ୟର ୧୦ଟି ଜିଲ୍ଲାର ପ୍ରତିଟି ବ୍ଲକରେ ପହଞ୍ଚି ମାସେ ବ୍ୟାପି ସେବା କାର୍ଯ୍ୟ କରିଥିଲେ। ଯାହାନେଇ ଆଜି ସେହି ମହାନ ସେବା କାର୍ଯ୍ୟକୁ ରାଜ୍ୟ ବ୍ୟାପି ପରିଚାଳନାକରିଥିବା ସେବକମାନଙ୍କୁ ଆର୍ଟ ଅଫ୍ ଗିଭିଂ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିସ୍ ପରିସରରେ ସମ୍ବର୍ଦ୍ଧନା ଜଣାଇଛନ୍ତି। କଳିଙ୍ଗ ସିନେ ଆର୍ଟସ୍ ଏବଂ ଓମଟିଭି ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ‌ରେ ଶ୍ରୀ ସାମନ୍ତ ସମସ୍ତଙ୍କୁ ସେବାକାର୍ଯ୍ୟରେ ସହଯୋଗ କରିଥିବାରୁ ନିଜର କୃତଜ୍ଞତା ଜଣାଇଥିଲେ।

ଏହି ଅବସରରେ କଳିଙ୍ଗ ପାଇକ ସମାଜର ରାଜ୍ୟ ସଭାପତି ତଥା ଓମଟିଭି ବରିଷ୍ଠ ପ୍ରତିନିଧି ରତିକାନ୍ତ ଗଡ଼ନାୟକ କାର୍ଯ୍ୟକ୍ରମକୁ ପରିଚାଳନାକରିବା ସହିତ କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନର ସଭାପତି ପ୍ରଫେସର ସୁଶାନ୍ତ ଦାସ ସମସ୍ତଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜଜ୍ ଦୁର୍ଗାଚରଣ ମିଶ୍ର, ଡ଼ାକ୍ତର ଚୈତନ ସାହୁ, ପଶୁଚିକିତ୍ସକ ସମାଜସେବୀ ବ୍ରହ୍ମାନନ୍ଦ ପ୍ରଧାନ, ଡ଼ାକ୍ତର ଦୟାନିଧି ପୃଷ୍ଟି, ସମାଜସେବୀକା ଶୁଭଶ୍ରୀ ସାହୁ, ସମାଜସେବୀ ବିଭୁ ପ୍ରସାଦ ଶତପଥୀ, ସଭାନେତ୍ରୀ ନିରୁପମା ମିଶ୍ର, ସମାଜସେବୀ ଶ୍ରୀନିବାସ ମିଶ୍ର, ନାରୀନେତ୍ରୀ ରିନା ବେହେରା ଉପସ୍ଥିତରହି ଶ୍ରୀ ସାମନ୍ତଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇଥିଲେ। କାର୍ଯ୍ୟକ୍ରମରେ ଓମଟିଭି ଏବଂ କଳିଙ୍ଗ ସିନେଆର୍ଟସ୍ ଫାଉଣ୍ଡେସନ୍ ସଂପାଦକ ବିଦ୍ୟାଧର ବାରିକ ଯୋଗଦେଇ କାର୍ଯ୍ୟକ୍ରମକୁ ସଂଯୋଜନା କରି ଅନୁଷ୍ଠାନର ସଭ୍ୟମାନେ ବର୍ଷ ତମାମ କିଛିନା କିଛି ଆର୍ଟଅଫ୍ ଗିଭିଂ କାର୍ଯ୍ୟକ୍ରମ କରୁଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।