ଗଣେଶ୍ଵର କ୍ଲବ ଆନୁକୁଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳନ : Ommtv

ଗଣେଶ୍ଵର କ୍ଲବ ଆନୁକୁଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳନ

ଗଣେଶ୍ଵର କ୍ଲବ ଆନୁକୁଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳନ : Ommtv

ଗଣେଶ୍ଵର କ୍ଲବ ଆନୁକୁଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳନ : Ommtv

(ଢେଙ୍କାନାଳ - ଶଶିକାନ୍ତ ଗଡନାୟକ) ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗଣେଶ୍ଵର କ୍ଲବ ଆନୁକୁଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳନ ଆଜି ସମାରୋହରେ ପାଳିତ ହୋଇଯାଇଛି। ରାସୋଳ ପିଏଚସି ମେଡିକାଲ ଅଫିସର ଡଃ ଦୟାନିଧି ପୃଷ୍ଟି ପ୍ରଦୀପ ପ୍ରଜ୍ଜ୍ଵଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କ୍ଲବ ସଭାପତି ଶ୍ରୀ ଶ୍ରୀନିବାସ ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ହିନ୍ଦୋଳ ତହସିଲଦାର ସୁଶାନ୍ତ ମିଶ୍ର, ମୁଖ୍ୟବକ୍ତା ଭାବେ ଜିଲ୍ଲା ପରିବେଶ କେନ୍ଦ୍ର ସଂଯୋଜକ ପରିବେଶବିତ୍ ରତିକାନ୍ତ ଗଡନାୟକ ,ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ସୁକାନ୍ତ କୁମାର ମାଝୀ, କବି ବିନୟ କୁମାର ସାମଲ, ବୁହାଳିପାଳ ସରପଞ୍ଚ ଉଷାରାଣୀ ପ୍ରଧାନ ଯୋଗଦାନ କରି ପରିବେଶ ସୁରକ୍ଷା ଦିଗରେ କେବଳ ଚାରା ରୋପଣ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମରୁ ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ହିନ୍ଦୋଳ ବିଭିନ୍ନ ହାଇସ୍କୁଲ ରୁ A1 ୧୮ ଜଣ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା।ଅପରାହ୍ନରେ ରାସୋଳ ଜନ ମଙ୍ଗଳ ସ୍ଵେଚ୍ଛାସେବୀ ସଂଗଠନ ପ୍ରତିଷ୍ଠାତା ବିଭୁ ପ୍ରସାଦ ଶତପଥୀ ଓ ସଭାନେତ୍ରୀ କ୍ଲବ ପରିସରରେ ବୃକ୍ଷ ରୋପଣ କରିଥିଲେ। କ୍ଲବ କର୍ମୀ ମରୁତ ସାହୁ ଓ ସ୍ଵାଗତିକା ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମ୍ପାଦକ ରାଜେନ୍ଦ୍ର ପାଲ ସଂଯୋଜନା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ହିନ୍ଦୋଳ ବ୍ଲକ୍ ର ବିଭିନ୍ନ ଅଞ୍ଚଳ ରୁ ଶତାଧିକ ବୁଦ୍ଧିଜିବୀ, ସ୍ଵେଚ୍ଛାସେବୀ ସାମାଜିକ କର୍ମୀ ଛାତ୍ରଛାତ୍ରୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। #WorldEnvironmentDay2023 #entertainment #Dhenkanal #Ommtv #Omtv #Kalingacinearts #NBPC