ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଭିନ୍ନ ଜିଲା ଗସ୍ତ କରି ଶିକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି।

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଭିନ୍ନ ଜିଲା ଗସ୍ତ କରି ଶିକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି। ଏହିକ୍ରମରେ ସୋମବାର ସେ ଯାଉଥିବା ସମୟରେ ପିପିଲି ଟୋଲ ଗେଟ୍‌ ନିକଟରେ ପୂର୍ବାହ୍ନ ୧୦.୨୦ରେ ଦୁଇଜଣ ଶିକ୍ଷୟତ୍ରୀ ରାସ୍ତାରେ ସ୍କୁଟିରେ ଯାଉଥିବାର ଦେଖିଥିଲେ।

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଭିନ୍ନ ଜିଲା ଗସ୍ତ କରି ଶିକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି।

ପିପିଲି,୨୭ା୬(ଓମ): ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଭିନ୍ନ ଜିଲା ଗସ୍ତ କରି ଶିକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି। ଏହିକ୍ରମରେ ସୋମବାର ସେ ଯାଉଥିବା ସମୟରେ ପିପିଲି ଟୋଲ ଗେଟ୍‌ ନିକଟରେ ପୂର୍ବାହ୍ନ ୧୦.୨୦ରେ ଦୁଇଜଣ ଶିକ୍ଷୟତ୍ରୀ ରାସ୍ତାରେ ସ୍କୁଟିରେ ଯାଉଥିବାର ଦେଖିଥିଲେ।

ମନ୍ତ୍ରୀ ଶିକ୍ଷୟିତ୍ରୀ ଦ୍ୱୟଙ୍କୁ ଅଟକାଇ କାହିଁକି ବିଳମ୍ବରେ ସ୍କୁଲ ଯାଉଥିବା ପଚାରିଥିଲେ। ତେବେ ଶିକ୍ଷୟିତ୍ରୀ ଦୁଇଜଣ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ପରେ ପିପିଲି ନିମାପଡ଼ା ମୁଖ୍ୟରାସ୍ତା ଜଗନ୍ନାଥପୁର ୟୁପି ସ୍କୁଲ ଅଚାନକ ଗସ୍ତ କରିଥିଲେ।

ସେଠାରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ସକାଳ ୧୦.୨୩ରେ ପିଲାମାନେ ସ୍କୁଲ ପରିସରରେ ଏଣେତେଣେ ବୁଲୁଥିବାର ଦେଖିଥିଲେ। ଶିକ୍ଷକମାନେ ଅଫିସ ଭିତରେ ଏକାଠି ବସି ଗପସପ କରୁଥିବାର ନଜର ଆସିଥିଲେ। ସ୍କୁଲର ପ୍ରଧାନଶିକ୍ଷକ ଗାଡ଼ି ଧରି ବାହାରକୁ ଯିବାକୁ ବାହାରୁଥିବା ସମୟରେ ମନ୍ତ୍ରୀଙ୍କୁ ଦେଖି ଅଟକି ଯାଇଥିଲେ। ଏହାସହ ସ୍କୁଲର କାଗଜପତ୍ରରେ ମଧ୍ୟ ଅନିୟମିତତା ଦେଖିବାକୁ ପାଇଥିଲେ ମନ୍ତ୍ରୀ। ଏପରି ଅବ୍ୟବସ୍ଥା ଦେଖିବା ପରେ ଡିଇଓ ଓ ବିଇଓଙ୍କୁ ଫୋନ୍‌ କରି ଉକ୍ତ ସ୍କୁଲର ୮ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବା ସହ ଦରମା ବନ୍ଦ ନୋଟିସ୍‌ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।