ଚାରା ରୋପଣ ସହ ଜଙ୍ଗଲ ଓ ପରିବେଶ ସମ୍ଵନ୍ଧୀୟ ରଚନା ପ୍ରତିଯୋଗୀତା : Ommtv

ଚାରା ରୋପଣ ସହ ଜଙ୍ଗଲ ଓ ପରିବେଶ ସମ୍ଵନ୍ଧୀୟ ରଚନା ପ୍ରତିଯୋଗୀତା

ଚାରା ରୋପଣ ସହ ଜଙ୍ଗଲ ଓ ପରିବେଶ ସମ୍ଵନ୍ଧୀୟ ରଚନା ପ୍ରତିଯୋଗୀତା : Ommtv

(ଢେଙ୍କାନାଳ ଶଶିକାନ୍ତ ଗଡନାୟକ)ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ରାସୋଳ ସ୍ଥିତ ଜନ ମଙ୍ଗଳ ସ୍ଵେଚ୍ଛାସେବୀ ସଂଗଠନ ଆନୁକୁଲ୍ୟରେ ଜୁଲାଇ ୧ ରୁ ଆଜି ୭ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ଚାରା ରୋପଣ ସହ ଜଙ୍ଗଲ ଓ ପରିବେଶ ସମ୍ଵନ୍ଧୀୟ ରଚନା ପ୍ରତିଯୋଗୀତା ହାଇସ୍କୁଲ ସ୍ତରୀୟ ଅନୁଷ୍ଠିତ ହୋଇଥିଲା। ଆଜି ଗଣେଶ୍ଵର କ୍ଲବ୍ ପରିସରରେ ବନ ସପ୍ତାହ ପାଳନ ମହୋତ୍ସବ ଜନ ମଙ୍ଗଳ ପ୍ରତିଷ୍ଠାତା ବିଭୁ ପ୍ରସାଦ ଶତପଥୀ ଙ୍କ ସଂଯୋଜନାରେ ସଭାନେତ୍ରୀ ନିରୁପମା ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ପ୍ରଫେସର ଡକ୍ଟର ପ୍ରମୋଦ କୁମାର ମିଶ୍ର ପ୍ରଦୀପ ପ୍ରଜ୍ଜ୍ଵଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତାଭାବେ ପ୍ରଫେସର ରମେଶ ଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିବେଶ କେନ୍ଦ୍ର ସଂଯୋଜକ ପରିବେଶବିତ୍ ରତିକାନ୍ତ ଗଡନାୟକ, ଶିଶୁ କବି ଭକ୍ତବନ୍ଧୁ ଶତପଥୀ, ଶିକ୍ଷୟତ୍ରୀ ସତ୍ୟଭାମା ମିଶ୍ର, କ୍ଲବ୍ ସଭାପତି ଶ୍ରୀ ଶ୍ରୀନିବାସ ମିଶ୍ର, ସମ୍ପାଦକ ରାଜେନ୍ଦ୍ର କୁମାର ପାଲ, ହିନ୍ଦୋଳ କଲ୍ଯାଣ ସଂଗଠନ ସଦସ୍ୟ ସଙ୍କର୍ଷଣ ପାଲ ପ୍ରମୂଖ ଯୋଗ ଦେଇ ଜଙ୍ଗଲ ପରିବେଶ ଉପରେ ଅଂଶଗ୍ରହଣକାରୀ ମାନଙ୍କୁ ଆଲୋକପାତ କରିଥିଲେ। ହିନ୍ଦୋଳ ବ୍ଲକ୍ ମାଟ୍ରିକ୍ ପରୀକ୍ଷା A1 ପାଞ୍ଚ ଜଣ ଟପର ଓ ଆୟୋଜିତ ପ୍ରତିଯୋଗୀତାରେ କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା।ପରେ କ୍ଲବ୍ ପରିସରରେ ଅତିଥି ମାନେ ଆମ୍ବ ଚାରା ରୋପଣ କରିଥିଲେ। ଜନ ମଙ୍ଗଳ ସେବକ ସେବିକା ମାନଙ୍କ ସମେତ କ୍ଲବ୍ କର୍ମୀ ମାନେ ସହଯୋଗ କରିଥିଲେ। ଜନ ମଙ୍ଗଳ ସମ୍ପାଦକ ପ୍ରଦୀପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। #Ommtv #Omtv #Kalingacinearts #NBPC #Dhenkanal #Ommtvphotonews

(Dhenkanal Shashikant Gadnaik) A high school level essay competition on forest and environment was held from July 1st to 7th for a week from July 1st to 7th under Jan Mars volunteer organization at Rasool in Hindob block. Forest Week celebration was held today in Ganeswar club premises under the chairmanship of President Nirupama Mishra under the coordination of founder of Jan Marsal Bibhu Prasad Shetpathi. Prof. Dr. Pramod Kumar Mishra as the chief guest lit the lamp and formally inaugurated it. Chief