ଜନତା ରାଜ ହାଇସ୍କୁଲ ରେ ୭୪ ତମ ବନ ମହୋତ୍ସକ : Ommtv

Brukhya Ropana

ଜନତା ରାଜ ହାଇସ୍କୁଲ ରେ ୭୪ ତମ ବନ ମହୋତ୍ସକ : Ommtv

ଜନତା ରାଜ ହାଇସ୍କୁଲ ରେ ୭୪ ତମ ବନ ମହୋତ୍ସକ : Ommtv

(ଢେଙ୍କାନାଳ ଶଶିକାନ୍ତ ଗଡନାୟକ) : ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଦୁଦୁରକୋଟ ଗ୍ରାମ ପଂଚାୟତ ସ୍ଥିତ ଜନତା ରାଜ ହାଇସ୍କୁଲ ରେ ୭୪ ତମ ବନ ମହୋତ୍ସକ ପାଳନ ଉପଲକ୍ଷେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ମୋ ସ୍କୁଲ୍ ଅଭିଯାନ ସଭାପତି ରତିକାନ୍ତ ଗଡନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଭାବେ ସମାଜ ସେବୀ ଦିବାକର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଦୁଦୁରକୋଟ ଗ୍ରାପ ସରପଞ୍ଚ ମନୋଜ ବେହେରା, ହିନ୍ଦୋଳ ବ୍ଲକ୍ ସାଂସ୍କୃତିକ ସଂଘ ଉପାଧ୍ୟକ୍ଷ ବିମଳ ବିଶ୍ଵାଳ,ଗୁଳେହି ହାଇସ୍କୁଲ ଆଲୁମ୍ନି ସଭାପତି ମନୋଜ ସାହୁ ଯୋଗ ଦେଇ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣ କରି ସବୁଜ ବନାନୀ ସ୍ରୁଷ୍ଟି କରିବା ପାଇଁ ଆହ୍ଵାନ ଜଣାଇଥିଲେ। ବୃକ୍ଷ ହିଁ ଜୀବନ ସମସ୍ତ ଛାତ୍ରଛାତ୍ରୀମାନେ ଅନ୍ୟୁନ ଦଶ ଟି ଚାରା ରୋପଣ କରି ପରିବେଶ ସୁରକ୍ଷା ଦିଗରେ ସହାୟ ହୋଇ ପାରିବେ ବୋଲି ମୁଖ୍ୟ ଅତିଥି ଉଦବୋଧନ ଦେଇଥିଲେ। ସ୍କୁଲ୍ ପରିସରରେ ଛାତ୍ରଛାତ୍ରୀ ଙ୍କ ପାଇଁ ଆବଶ୍ୟକ ଥିବା ସାଇକେଲ ଷ୍ଟାଣ୍ଡ ସ୍ଥାୟୀ ଗୃହ ନିର୍ମାଣ ପାଇଁ ସରକାରୀ ଅନୁଦାନ ଯୋଗାଇଦେବା ପାଇଁ ଘୋଷଣା କରିଥିଲେ। ସ୍କୁଲ୍ ପ୍ରଧାନ ଶିକ୍ଷକ ହରିହର ନାଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପରେ ମୁଖ୍ୟ ଅତିଥି ଙ୍କ ସମେତ ସମସ୍ତ ଅତିଥି ମାନେ ସ୍କୁଲ୍ ପଡିଆ ଚତୁଃପାର୍ଶ୍ୱରେ ବିଭିନ୍ନ ପ୍ରକାର ଚାରା ରୋପଣ କରିଥିଲେ। ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପରେ ବିଶିଷ୍ଟ ଜାଦୁଗର ବିମଳ ବିଶ୍ଵାଳ, ବୃକ୍ଷ ଓ ଜଳ ଜୀବନ ଉପରେ ଯାଦୁ ପ୍ରଦର୍ଶନ କରି ପିଲା ମାନଙ୍କୁ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୋ ସ୍କୁଲ୍ ଅଭିଯାନ, ପରିଚାଳନା କମିଟି, ଅଭିଭାବକ ବହୁ ସ୍ଵେଚ୍ଛାସେବୀ, ଗ୍ରାମବାସୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇ ଥିଲେ। #Ommtv #OmTV #viral #NBPC #KalingaCineArts #Dhenkanal

In the celebration of 74th Forest Festival at Janata Raj High School in Dudurkot village under Hindul block, Samarani Nayak, the Hindu activist, was the chief guest. Samaj Sevi Dibakar Patnaik, Dudurkot, was the chief speaker in the meeting under the chairmanship of My School Campaign President Ratikant Gadnaik. Sarpanch Manoj Behera, Vice President of Hindu Block Cultural Association Bimal University, Gulhi High School Alumni President Manoj Sahu participated in planting saplings to all the students and create green space.