Bar Crime In BBSR : Ommtv

Crime News

Bar Crime In BBSR : Ommtv

ରିବନ୍ ବାର୍ ପାଲଟିଲା ରଣକ୍ଷେତ୍ର : Ommtv

: ଇନ୍‌ଫୋସିଟି ଥାନା ଅଧୀନ ରିବନ୍ ବାରରେ ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏରେ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ପରସ୍ପର କମେଣ୍ଟ ମାରିବାକୁ ନେଇ ଏହି ଘଟଣା ଘଟିଥିବା ଥାନା ପୁଲିସ୍ ପ୍ରକାଶକରିଛି। ଏହି ଘଟଣାରେ ରକ୍ତାକ୍ତ ହୋଇ ଗୁରୁତର ଭାବେ ଚିକିତ୍ସା ହେଉଥିବା ଯୁବକ ଜଣଙ୍କୁ ଆଜି ଇନ୍‌ଫୋସିଟି ଥାନା ପୁଲିସ୍ ହସ୍ପିଟାଲରେ ସାକ୍ଷାତକରି ତାଙ୍କ ନିକଟରୁ ଅଭିଯୋଗ ଗ୍ରହଣକରି ଅଭିଯୁକ୍ତମାନଙ୍କ ବି‌ଷୟରେ ତଥ୍ୟ ସଂଗ୍ରହକରିଛି। ପୁଲିସ୍ କହିବା ଅନୁଯାୟୀ ଆହତ ଯୁବକ ଓ ଆକ୍ରମଣକାରୀମାନଙ୍କ ମଧ୍ୟରେ କମେଣ୍ଟମରାକୁନେଇ ପ୍ରଥମେ ବଚସା ହୋଇଥିଲା। ପରେ ଅଭିଯୁକ୍ତ ଯୁବକ ଜଣଙ୍କ ପକ୍ଷରୁ ସେହି ବାର ଭିତରେ ଥିବା ‌ପ୍ରାୟ ୫/୬ଜଣ ଯୁବକ ଚାଲିଆସି ଜଣେ ଯୁବକଙ୍କୁ ସଘଂବଦ୍ଧହୋଇ ଆକ୍ରମଣ କରିଥିଲେ। ଏହି ସମୟରେ ଜଣେ ଯୁବକ ବିଅର ବୋତଲରେ ଆକ୍ରମଣକରିବାରୁ ଆହତ ଜଣଙ୍କ ରକ୍ତାକ୍ତହୋଇ ତଳେ ଟଳିପଡ଼ିଥିଲେ। ଏସବୁ ଘଟଣା ଘଟିବାପରେ ବାର୍ ପରିଚାଳନା କରୁଥିବା ବ୍ୟକ୍ତି ଜଣଙ୍କ ପୁଲିସକୁ ସୂଚନାଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଆକ୍ରମଣକରିଥିବା ଯୁବକମାନେ ଘଟଣାସ୍ଥଳରୁ ଚମ୍ପଟ ହୋଇଯାଇଥିଲେ। ବର୍ତମାନ ପୁଲିସ୍ ବାରର ସିସିଟିଭି ଫୁଟେଜକୁ ସଂଗ୍ରହକରି ଅଭିଯୁକ୍ତମାନଙ୍କୁ ଗିରଫକରିବା ପାଇଁ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ସିସିଟିଭି ଫୁଟେଜରୁ ଚିହ୍ନଟ ହୋଇଥିବା ଦୁଇ ଜଣ ଯୁବକଙ୍କୁ ପୁଲିସ୍ ଆଜି ରାତିରେ ଚନ୍ଦ୍ରଶେଖରପୁର ଅଞ୍ଚଳରୁ କାବୁକରି ଥାନାରେ ଅଟକ ରଖିଛି। ସେମାନେ ଆକ୍ରମଣ ଘଟଣାରେ ସାମିଲଥିବା ନେଇ ସୂଚନା ମିଳିଥିବାରୁ ପୁଲିସ୍ ସେମାନଙ୍କୁ ଥାନାକୁ ଆଣି ଅନ୍ୟ ଅଭିଯୁକ୍ତମାନଙ୍କ ବିଷୟରେ ପଚରା ଉଚରା କରୁଥିବା ଜଣାପଡ଼ିଛି। ଅନ୍ୟ ପକ୍ଷରେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତିହୋଇ ଚିକିତ୍ସା ହେଉଥିବା ଯୁବକ ଜଣଙ୍କ ମୁଣ୍ଡ, ଆଖି ଓ କାନ‌ ଫା‌ଟି ରକ୍ତ ବାହାରିବା ସହିତ ଦାନ୍ତ ଭାଙ୍ଗିଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଗତ ମାସରେ ଡ଼ିଷ୍ଟିକ୍ ସେଣ୍ଟରରେ ଥିବା ଏକ ବାରରେ ଠିକ୍ ଏହି ଭଳି ଘଟଣା ବିଳମ୍ବିତ ରାତି‌ ପ୍ରାୟ ସା‌ଢ଼େ ଗୋଟାଏରେ ଘଟିଥିଲା। ସେଠାରେ ଜଣେ ଯୁବତୀଙ୍କୁ ଆକ୍ରମଣ କରାଯାଇଥିଲା। ସେହିଭଳି ଅନ୍ୟ ଏକ ଦିନ ଦୁଇ ଜଣ ଯୁବକଙ୍କୁ ଖଣ୍ଡଗିରି ଅଞ୍ଚଳର କିଛି ଯୁବକ ବାର୍ ଭିତରେ ମାଡ଼ମାରି ଗୁରୁତର କରିଦେଇଥିଲେ। ଗତ ଦୁଇ ମାସ ପୂର୍ବେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ବିଳମ୍ବିତ ରାତିରେ ବାର୍ ଚାଲୁଥିଲାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ପାଖାପାଖି ୩୪ ଜଣ ଅଭିଯୁକ୍ତକୁ ପୁଲିସ୍ ଗିରଫକରି କୋର୍ଟ ଚାଲଣ କରିଥିଲା। ବାରମ୍ବାର ବାର୍ ଗଣ୍ଡଗୋଳକୁ ଆଖିଆଗରେ ରଖି କମିସନରେଟ୍ ପୁଲିସ୍ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍ ନଖୋଲିବାପାଇଁ ନିକଟରେ ଅବକାରୀ ବିଭାଗକୁ ଚିଠି ଲେଖିବା ସହିତ କୋର୍ଟରୁ ମଧ୍ୟ ନିର୍ଦେଶନାମା ଜାରିକରିଥିଲେ। ମାତ୍ର ଏହି ନିର୍ଦେଶନାମାରେ ଲେଖାଥିବା ଦୁଇଟି ବାର୍ ବିରୋଧରେ ଦୃଷ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବାପାଇଁ କୁହାଯାଇଥିଲେ ମଧ୍ୟ ଅବକାରୀ ବିଭାଗ ଚୁପ୍ ରହିଛି। ଅନ୍ୟପକ୍ଷରେ ପୁଲିସ୍ ମଧ୍ୟ ଏହି ଘଟଣାନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣକରୁନଥିବାରୁ ରାତିସାରା ବାର୍ ଖୋଲା ରହୁଛି। ଆଖପାଖ ଲୋକ ଉଚ୍ଚ ଶବ୍ଦପ୍ରଦୂଷଣ ଓ ଅସାମାଜିକ କାର୍ଯ୍ୟକଳାପକୁନେଇ କମିସନରେଟ୍ ପୁଲିସ୍ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେମଧ୍ୟ କୌଣସି ସୁଫଳ ଦେଖାଯାଇନାହିଁ। ଫଳରେ ବର୍ତମାନ ରାଜଧାନୀର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ବାର୍ ଗୁଡ଼ିକ ଓ ଏହାର ଆଖାପାଖ ଅଞ୍ଚଳ ବିଳମ୍ବିତ ରାତିରେ ବିପଦ ପରିସ୍ଥିତି ସୃଷ୍ଟିକରିଛି। ଯାହାନେଇ ସମସ୍ୟାରେ ପଡ଼ୁଛନ୍ତି ସାଧାରଣ ଜନତା। 

A young man was fatally attacked at Ribbon Bar under Infocity Police Station yesterday late at around half past one. Police said that the incident took place due to mutual comments. In this incident, the young man, who is bleeding and receiving serious treatment, met today at Infocity Thana Police Hospital, received a complaint from him and collected information about the accused. According to the police, there was an argument between the injured youth and the assailants over the comment. Later on, the accused is from a young man