ଚାଟିଂ ଓ ହାତଲେଖା ଡ଼ାଇରି ଖୋଲିବ ଗୁମର..ଆତ୍ମହତ୍ୟାର ମୁଖ୍ୟ କାରଣ ବିବାହ ପାଇଁ ଅରାଜି : ଓମଟିଭି

ସପ୍ଟୱେର ଇଂଜିନିୟର ଶ୍ବେତାଙ୍କ ଆତ୍ମହତ୍ୟା ଘଟଣାକୁ ୭ଦିନ ବିତିଯାଇଛି। ଏଯାବତ୍ ପୁଲିସ୍ ଘଟଣାର ତଦନ୍ତ କରିବାକୁ ଯାଇ ଅଭିଯୁକ୍ତ ସୌମ୍ୟଜିତ୍ ପରିବାର ଲୋକଙ୍କ ସହ ଯୋଗାଯୋଗରେ ରହିଥିଲା ବେଳେ ନ୍ୟାୟ ପାଇବାରେ ବିଳମ୍ବ ହେଉଥିବା ଦେଖି ଆଜି ଶ୍ବେତାଙ୍କ ପରିବାରଲୋକ ଭୁବନେଶ୍ବର ଡ଼ିସିପି ପ୍ରତିକ ସିଂଙ୍କ କାର୍ଯ୍ୟାଳୟରେ ସାକ୍ଷାତକରିଛନ୍ତି। ଏହା ସହିତ ପରିବାରଲୋକ ଶ୍ବେତାଙ୍କ କିଛି ଅନ୍ତରଙ୍ଗ ବନ୍ଧୁମାନଙ୍କୁ ଘଟଣା ବିଷୟରେ ପଚରା ଉଚରା କରିବାପାଇଁ ନିବେଦନ କରିଛନ୍ତି। ଅପରପକ୍ଷରେ ତଦନ୍ତକାରୀ ପୁଲିସ ଦଳ ମୃତ ଶ୍ବେତାଙ୍କ ପରିବାରଲୋକଙ୍କ ସହିତ ଆଲୋଚନାକରି ତାଙ୍କ ମୋବାଇଲ୍ ଚାଟିଂ ମ୍ୟାସେଜ୍ ଏବଂ ହାତଲେଖା ଡ଼ାଇରି ପାଇଛି। ଯେଉଁଥିରେ ଘଟଣାନେଇ ଅନେକଗୁଡ଼ିକ ରହସ୍ୟ ଖୋଲିବ ବୋଲି ତଥ୍ୟ ରହିଛି।

ଚାଟିଂ ଓ ହାତଲେଖା ଡ଼ାଇରି ଖୋଲିବ ଗୁମର..ଆତ୍ମହତ୍ୟାର ମୁଖ୍ୟ କାରଣ ବିବାହ ପାଇଁ ଅରାଜି : ଓମଟିଭି

ଚାଟିଂ ଓ ହାତଲେଖା ଡ଼ାଇରି ଖୋଲିବ ଗୁମର..ଆତ୍ମହତ୍ୟାର ମୁଖ୍ୟ କାରଣ ବିବାହ ପାଇଁ ଅରାଜି : ଓମଟିଭି

ସପ୍ଟୱେର ଇଂଜିନିୟର ଶ୍ବେତାଙ୍କ ଆତ୍ମହତ୍ୟା ଘଟଣାକୁ ୭ଦିନ ବିତିଯାଇଛି। ଏଯାବତ୍ ପୁଲିସ୍ ଘଟଣାର ତଦନ୍ତ କରିବାକୁ ଯାଇ ଅଭିଯୁକ୍ତ ସୌମ୍ୟଜିତ୍ ପରିବାର ଲୋକଙ୍କ ସହ ଯୋଗାଯୋଗରେ ରହିଥିଲା ବେଳେ ନ୍ୟାୟ ପାଇବାରେ ବିଳମ୍ବ ହେଉଥିବା ଦେଖି ଆଜି ଶ୍ବେତାଙ୍କ ପରିବାରଲୋକ ଭୁବନେଶ୍ବର ଡ଼ିସିପି ପ୍ରତିକ ସିଂଙ୍କ କାର୍ଯ୍ୟାଳୟରେ ସାକ୍ଷାତକରିଛନ୍ତି। ଏହା ସହିତ ପରିବାରଲୋକ ଶ୍ବେତାଙ୍କ କିଛି ଅନ୍ତରଙ୍ଗ ବନ୍ଧୁମାନଙ୍କୁ ଘଟଣା ବିଷୟରେ ପଚରା ଉଚରା କରିବାପାଇଁ ନିବେଦନ କରିଛନ୍ତି। ଅପରପକ୍ଷରେ ତଦନ୍ତକାରୀ ପୁଲିସ ଦଳ ମୃତ ଶ୍ବେତାଙ୍କ ପରିବାରଲୋକଙ୍କ ସହିତ ଆଲୋଚନାକରି ତାଙ୍କ ମୋବାଇଲ୍ ଚାଟିଂ ମ୍ୟାସେଜ୍ ଏବଂ ହାତଲେଖା ଡ଼ାଇରି ପାଇଛି। ଯେଉଁଥିରେ ଘଟଣାନେଇ ଅନେକଗୁଡ଼ିକ ରହସ୍ୟ ଖୋଲିବ ବୋଲି ତଥ୍ୟ ରହିଛି। ତଦନ୍ତରୁ ଯାହା ଜଣାପଡ଼ିଛି ଉଭୟ ପରିବାର ହାଇ ପ୍ରୋଫାଇଲର ହୋଇଥିବାରୁ ସେମାନଙ୍କ ମଧ୍ୟରେ ଥିବା ଇଗୋପାଇଁ ପିଲାଙ୍କ ଭବିଷ୍ୟତ ନଷ୍ଟହୋଇଥିବା ଏକପ୍ରକାର ସ୍ପଷ୍ଟହୋଇଛି। ଶ୍ବେତା ଓ ସୌମ୍ୟଜିତ୍ ପରସ୍ପରକୁ ଅନେକଦିନ ଧରି ଭଲପାଇବାପରେ ଏକାଠି ରହିବା ଆରମ୍ଭ କରିଥିଲେ। ମାତ୍ର ସେମାନଙ୍କ ବିବାହ କଥା ଘରେ ପଡ଼ିବାପରେ ବିବାଦ ଦେଖାଯାଇଥିଲା। ଯାହାନେଇ ସେମାନଙ୍କ ସମ୍ପର୍କରେ ଫାଟ ଦେଖାଯାଇଥିଲା। ଆଜି ପୁଲିସ୍ ସ୍ପଷ୍ଟକରିଛି ଏହି ଆତ୍ମହତ୍ୟା ଘଟଣା ପଛରେ ମୁଖ୍ୟ କାରଣ ସେମାନଙ୍କର ବିବାହ ପ୍ରସ୍ତାବ ବ‌ୋଲି।

୪ସାଙ୍ଗମାନଙ୍କ ମଧ୍ୟରୁ ଜଣେ ଖୋଲିଲେ ମୁହଁ...

ଶ୍ବେତାଙ୍କ ସହ ଘନିଷ୍ଟ ରହିଥିବା ୪ଜଣ ଯୁବତୀ ସାଙ୍ଗମାନଙ୍କ ମଧ୍ୟରେ ସ୍ବେଛାକୃତ ଭାବରେ ନିଜର ପରିଚୟ ଗୋପନ ରଖି ଜଣେ ସାଙ୍ଗ ଆଜି ପୁଲିସ୍ ନିକଟରେ ଅନେକ ଗୁଡ଼ିଏ ତଥ୍ୟ ରଖିଛନ୍ତି। ତାଙ୍କ କହିବା ଅନୁଯାୟୀ ଶ୍ବେତା ସୌମ୍ୟଜିତଙ୍କୁ ଭଲ ପାଇବା ସହିତ ଆର୍ଥିକ କ୍ଷେତ୍ରରେ ଅନେକ ସାହାଯ୍ୟ କରୁଥିଲେ। ଏମିତିକି ହଜାର ହଜାର ଟଙ୍କା ନିଜର ଆବଶ୍ୟକତା ପୁରଣପାଇଁ ସୌମ୍ୟଙ୍କୁ ଦେଉଥିଲେ। ମାତ୍ର ବିବାହ କଥା ଉଠିବାରୁ ସେମାନଙ୍କ ମଧ୍ୟରେ ବ୍ରେକ୍ ଅପ୍ ହୋଇଯାଇଥିଲା। ଏହାପରେ ଅର୍ଥ ମାଗିବାରୁ ସୌମ୍ୟ ପାଲଟା ଅନ୍ତରଙ୍ଗ ଭିଡ଼ିଓ ଏବଂ ଫଟୋ ଭାଇରାଲ କରି ବଦନାମ କରାଇଦେବାପାଇଁ ଧମକ ଦେଉଥିଲେ।  

ମ୍ୟାସେଜ୍ ଚାଟିଂ ପରେମଧ୍ୟ ସୌମ୍ୟଙ୍କ ପରିବାର ଚୁପ୍ ଥିଲେ କାହିଁକି...

ସୌମ୍ୟ ଅର୍ଥ ‌ନଫେରାଇ ପାଲଟା ଭିଡ଼ିଓ ଭାଇରାଲ ଧମକ ଦେଉଥିବା ନେଇ ଶ୍ବେତା ଅନେକ ଥର ସୌମ୍ୟଜିତଙ୍କ ମା’ଙ୍କୁ ‌ମ୍ୟାସେଜ ଚାଟିଂ ଦ୍ବାରା ଜଣାଇଥିଲେ ମଧ୍ୟ ଅପରପକ୍ଷରୁ କୌଣସି ଉତ୍ତର ଆସିନଥିଲା। ଶେଷରେ ଅତିଷ୍ଟ ହୋଇ ବାରମ୍ବାର କଲ କରି କୌଣସି ଉତ୍ତର ନପାଇ ସେ ମାନସିକ ଚାପରେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ତାଙ୍କ ବନ୍ଧୁମାନେ କହିଛନ୍ତି।

ବ୍ରେକ୍ ଅପ୍ ପରେ ବ୍ଲାକ୍ ମେଲ......

ଶ୍ବେତାଙ୍କ ହାତଲେଖା ଡ଼ାଇରିରୁ ଯାହା ଜଣାପଡ଼ିଛି ସେମାନଙ୍କର ବ୍ରେକ ଅପ୍ ପରେମଧ୍ୟ କିଛି ଦିନର ବ୍ୟବଧାନରେ ସୌମ୍ୟଜିତ୍ ଭୁବନେଶ୍ବର ଆସି ତାଙ୍କୁ ଦେଖାକରୁଥିଲେ। ମାତ୍ର ଶ୍ବେତା ଦେଖାକରିବା ପାଇଁ ବାଧ୍ୟ ହେଉଥିଲେ ବୋଲି ଡ଼ାଇରି କହୁଛି। ଯେହେତୁ ସେ ଅନ୍ତରଙ୍ଗ ସମୟର ତଥ୍ୟ ରଖିଥିଲେ ସେହି ବଳରେ ଟଙ୍କା ନଫେରାଇବା ଓ ଦେଖାକରିବା ପାଇଁ ଚାପ ପକାଇବା ସହିତ ମୁହଁ ନଖୋଲିବାକୁ ଧମକ ଦେଉଥିବା ଏକ ପ୍ରକାର ସଙ୍କେତ ହେଉଛି। କାରଣ ସମ୍ବଲପୁରରେ ରହୁଥିବା ସୌମ୍ୟଜିତ୍ ଘଟଣା ଦିନ ଭୁବନେଶ୍ବ‌ର କଣ’ ପାଇଁ ଆସିଥିଲେ ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ।

ମୁହଁ ଖୋଲୁ ନାହାଁନ୍ତି ‌ଅଭିଯୁକ୍ତ.......

ଘଟଣାକୁ ସପ୍ତାହ ବିତିଯାଇଥିଲେ ମଧ୍ୟ ଏଯାବତ୍ ଅଭିଯୁକ୍ତ ସୌମ୍ୟଜିତ୍ କ‌ୌଣସି ପ୍ରକାର ମୁହଁ ଖୋଲି ନାହାଁନ୍ତି। ପୁଲିସ୍ ୩୦୬ ମାମଲା ରୁଜୁକରିବାପରେ ତାଙ୍କ ତାଙ୍କ ପାଇଁ ତାଙ୍କ ଓକିଲ ମଧ୍ୟସ୍ତି ସାଜିଛନ୍ତି। ତେବେ ପୁଲିସ୍ କହିଛି ସୌମ୍ୟଜିତ୍ ତାଙ୍କ ନଜର ବନ୍ଦିରେ ରହିଛି। ତାହା ହୁଏତ ସମ୍ବଲପୁରରେ ହୋଇଥାଇ ପାରେ।