ଅଙ୍ଗ ପ୍ରତିରୋପଣ ପାଇଁ ବିଏସ୍‍କେୱାଇ ସହାୟତା ପାଇପାରିବେ ହିତାଧିକାରୀ: ଅତିରିକ୍ତ ଡିଏମ୍‍ଇଟି : ଓମଟିଭି

ଅଙ୍ଗ ପ୍ରତିରୋପଣ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ ଓଡ଼ିଶାରେ ଅନେକ ପଦକ୍ଷେପ ନିଆଯାଉଛି । ରାଜ୍ୟରେ ଥିବା ମୋଟ ୮ଟି ଅଙ୍ଗ ପ୍ରତିରୋପଣ ଓ ପୁନରୁଦ୍ଧାର କେନ୍ଦ୍ରରେ ବର୍ତ୍ତମାନ ସୁଦ୍ଧା ୧୩୧୨ଟି ଅଙ୍ଗ ପ୍ରତିରୋପଣ ହୋଇସାରିଛି ବୋଲି କିମ୍‍ସରେ ଆୟୋଜିତ ଏକ ଆଲୋଚନାଚକ୍ରରେ ବକ୍ତାମାନେ ସୂଚନା ଦେଇଛନ୍ତି । ଏହି ଅବସରରେ ସୂଚନା ଦେଇ ଓଡ଼ିଶା ମେଡିକାଲ କଲେଜ

ଅଙ୍ଗ ପ୍ରତିରୋପଣ ପାଇଁ ବିଏସ୍‍କେୱାଇ ସହାୟତା ପାଇପାରିବେ ହିତାଧିକାରୀ: ଅତିରିକ୍ତ ଡିଏମ୍‍ଇଟି : ଓମଟିଭି

ଅଙ୍ଗ ପ୍ରତିରୋପଣ ପାଇଁ ବିଏସ୍‍କେୱାଇ ସହାୟତା ପାଇପାରିବେ ହିତାଧିକାରୀ: ଅତିରିକ୍ତ ଡିଏମ୍‍ଇଟି : ଓମଟିଭି

ଭୁବନେଶ୍ୱର, ୨୬ ।୮: ଅଙ୍ଗ ପ୍ରତିରୋପଣ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ ଓଡ଼ିଶାରେ ଅନେକ ପଦକ୍ଷେପ ନିଆଯାଉଛି । ରାଜ୍ୟରେ ଥିବା ମୋଟ ୮ଟି ଅଙ୍ଗ ପ୍ରତିରୋପଣ ଓ ପୁନରୁଦ୍ଧାର କେନ୍ଦ୍ରରେ ବର୍ତ୍ତମାନ ସୁଦ୍ଧା ୧୩୧୨ଟି ଅଙ୍ଗ ପ୍ରତିରୋପଣ ହୋଇସାରିଛି ବୋଲି କିମ୍‍ସରେ ଆୟୋଜିତ ଏକ ଆଲୋଚନାଚକ୍ରରେ ବକ୍ତାମାନେ ସୂଚନା ଦେଇଛନ୍ତି । ଏହି ଅବସରରେ ସୂଚନା ଦେଇ ଓଡ଼ିଶା ମେଡିକାଲ କଲେଜ ଏଜୁକେସନ୍‍ ଆଣ୍ଡ ଟ୍ରେନିଂର ଅତିରିକ୍ତ ନିର୍ଦ୍ଦେଶକ ତଥା ଷ୍ଟେଟ୍‍ ଅର୍ଗାନ ଆଣ୍ଡ ଟିସ୍ୟୁ ଟ୍ରାନ୍‍ସପ୍ଲାଣ୍ଟ ଅର୍ଗାନାଇଜେସନ୍‍ (ସୋଟୋ)ର ନୋଡାଲ୍‍ ଅଫିସର ପ୍ରଫେସର ଡା ଉମାକାନ୍ତ ଶତପଥୀ କହିଲେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‍କେୱାଇ) ଅଧୀନରେ କିଡ୍‍ନୀ ଓ ଯକୃତ ପରି ଅଙ୍ଗ ପ୍ରତିରୋପଣ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ଓଡ଼ିଶାରେ ପ୍ରତିବର୍ଷ ୧୧ ହଜାର ୫ ଶହ ସଡ଼କ ଦୁର୍ଘଟଣା ମାମଲା ପଞ୍ଜୀକରଣ ହେଉଥିବା ବେଳେ ସେଥିରୁ ପ୍ରାୟ ୫ ହଜାର ଲୋକ ମୃତ୍ୟୁ ମୁଖରେ ପଡ଼ନ୍ତି । ଅଙ୍ଗ ଦାନ ପାଇଁ ସଚେତନତା ସୃଷ୍ଟି କରାଯାଇପାରିଲେ ମୃତ ବ୍ୟକ୍ତିଙ୍କ ଅଙ୍ଗ ସହାୟତାରେ ଅନେକ ଲୋକ ନୂତନ ଜୀବନ ପାଇ ପାରନ୍ତେ । ଏ ଦିଗରେ ସଚେତନତା ସୃଷ୍ଟି ପାଇଁ ଡିଏମ୍‍ଇଟି ପକ୍ଷରୁ ରାଜ୍ୟର ପ୍ରତ୍ୟେକ ଡାକ୍ତରଖାନାକୁ ପ୍ରସ୍ତାବ ଦିଆଯାଇଛି । କିମ୍‍ସ ଆକାଡେମିକ୍‍ ଚେୟାରମ୍ୟାନ୍‍ ପ୍ରଫେସର ୱାଇ କେ ଚାୱଲା ନୂଆଦିଲ୍ଲୀସ୍ଥିତ ଏମ୍‍ସରେ ପ୍ରଫେସର ସମୀରଣ ନନ୍ଦିଙ୍କ ନେତୃତ୍ୱରେ ଭାରତରେ ଅଙ୍ଗଦାନ ଓ ପ୍ରତିରୋପଣ ଭଳି ଚ୍ୟାଲେଞ୍ଜିଂ ପ୍ରକ୍ରିୟା କିପରି ଆରମ୍ଭ କରାଯାଇଥିଲା ସେ ସମ୍ପର୍କରେ କହିଥିଲେ । ବର୍ତ୍ତମାନ ଭାରତରେ ଅଙ୍ଗଦାନ ଓ ପ୍ରତିରୋପଣ ଯଥେଷ୍ଟ ବିକଶିତ ହୋଇଛି । ୧୪ଟି ରାଜ୍ୟରେ ସୋଟୋ କାର୍ଯ୍ୟ କରୁଛି ଏବଂ ନ୍ୟାସ୍‍ନାଲ୍‍ ଅର୍ଗାନ୍‍ ଏବଂ ଟିସ୍ୟୁ ଟ୍ରାନ୍‍ପ୍ଲାଣ୍ଟ ଅର୍ଗାନାଇଜେସନ୍‍ ଅଧୀନରେ ୫ଟି ଆଞ୍ଚଳିକ ଅଙ୍ଗ ଓ ଟିସ୍ୟୁ ଟ୍ରାନ୍‍ପ୍ଲାଣ୍ଟ ସଂଗଠନ (ରୋଟୋ) ରହିଛି ।

ବର୍ତ୍ତମାନ ଭାରତରେ ୬୧୮ ଟି ପ୍ରତିରୋପଣ ଓ ୧୦୪ଟି ପୁନରୁଦ୍ଧାର କେନ୍ଦ୍ର ରହିଛି । ଏହି ଆଲୋଚନା ଚକ୍ରରେ ଉପକୁଳାଧିପତି ପ୍ରଫେସର ସୁବ୍ରତ କୁମାର ଆଚାର୍ଯ୍ୟ, ଉପକୁଳପତି ପ୍ରଫେସର ସିବିକେ ମହାନ୍ତି, କିମ୍‍ସ ଗ୍ୟାଷ୍ଟ୍ରେଏଣ୍ଟେରୋଲୋଜି ପ୍ରଫେସର ଡା. ଏ ସି ଆନନ୍ଦ ଏବଂ ମେଡିକାଲ୍‍ ସୁପରିନ୍‍ଟେଣ୍ଡେଣ୍ଟ ଡା. ରାମଚନ୍ଦ୍ର ଦାସ, ନ୍ୟୁରୋ ସର୍ଜନ ପ୍ରଫେସର ଏନ୍‍ କେ ଦାସ, ଚକ୍ଷୁ ବିଶେଷଜ୍ଞ ପ୍ରଫେସର ଇନ୍ଦ୍ରାଣୀ ରଥ, ଜି ଆଇ ସର୍ଜରୀ ମୁଖ୍ୟ ପ୍ରଫେସର ଏମ୍‍ କେ ମହାପାତ୍ର, ସିଟିଭିଏସ୍‍ ମୁଖ୍ୟ ଡା. ଏ ସାରଦା, ୟୁରୋଲୋଜି ମୁଖ୍ୟ ଡା. ସୁମନ୍ତ ମିଶ୍ର ପ୍ରମୁଖ ଯୋଗଦେଇ ଅଙ୍ଗ ପ୍ରତିରୋପଣ ପ୍ରକ୍ରିୟାରେ ଦେଖା ଦେଉଥିବା ଆଇନ୍‍ଗତ ଓ ସାମାଜିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।