ମଙ୍ଗଳପୁର ଶିଶୁଵିଦ୍ୟାମନ୍ଦିର ରେ ଜନ୍ମାଷ୍ଟମୀ ଧୂମଧାମରେ ପାଳିତ :ଓମଟିଭି

ଢେଙ୍କାନାଳ ଜିଲ୍ଲା ଓଡାପଡ଼ା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଶିଶୁଵିଦ୍ୟାମନ୍ଦିର ରେ ଆଜି ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ଧୂମଧାମରେ ଜନ୍ମାଷ୍ଟମୀ ପାଳିତ ହୋଇଅଛି  | ସ୍କୁଲରେ ସମସ୍ତ ପୂଜା ଵିଧି ଆରମ୍ଭ କରି ଏକ ଶୋଭାଯାତ୍ରା ରେ ବାହାରି କଣ୍ଟାବଣିଆ ଗ୍ରାମ, ଭୂଷଣ ଛକ ଦେଇ କଣ୍ଟାବଣିଆ ଥାନା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ କରିଥିଲେ  | ସମସ୍ତ  ଛାତ୍ରଛାତ୍ରୀମାନେ ବିଭିନ୍ନ ପାରମ୍ପରିକ ବେଶପୋଷାକରେ ସଜ୍ଜିତ ହୋଇ ବିଭି

ମଙ୍ଗଳପୁର ଶିଶୁଵିଦ୍ୟାମନ୍ଦିର ରେ ଜନ୍ମାଷ୍ଟମୀ ଧୂମଧାମରେ ପାଳିତ :ଓମଟିଭି

ମଙ୍ଗଳପୁର ଶିଶୁଵିଦ୍ୟାମନ୍ଦିର ରେ ଜନ୍ମାଷ୍ଟମୀ ଧୂମଧାମରେ ପାଳିତ :ଓମଟିଭି

କଣ୍ଟାବଣିଆ (ରିପୋର୍ଟ: ବନଜା ସାହୁ): ଢେଙ୍କାନାଳ ଜିଲ୍ଲା ଓଡାପଡ଼ା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଶିଶୁଵିଦ୍ୟାମନ୍ଦିର ରେ ଆଜି ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ଧୂମଧାମରେ ଜନ୍ମାଷ୍ଟମୀ ପାଳିତ ହୋଇଅଛି  | ସ୍କୁଲରେ ସମସ୍ତ ପୂଜା ଵିଧି ଆରମ୍ଭ କରି ଏକ ଶୋଭାଯାତ୍ରା ରେ ବାହାରି କଣ୍ଟାବଣିଆ ଗ୍ରାମ, ଭୂଷଣ ଛକ ଦେଇ କଣ୍ଟାବଣିଆ ଥାନା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ କରିଥିଲେ  | ସମସ୍ତ  ଛାତ୍ରଛାତ୍ରୀମାନେ ବିଭିନ୍ନ ପାରମ୍ପରିକ ବେଶପୋଷାକରେ ସଜ୍ଜିତ ହୋଇ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ  | ଏଥିରେ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ସ୍କୁଲର ସମସ୍ତ ଗୁରୁଜୀ,ଗୁରୁମା ଓ ସ୍କୁଲ କମିଟିର ସଦସ୍ୟମାନେ  ଅଂଶଗ୍ରହଣ କରିଥିଲେ  | ଛାତ୍ରଛାତ୍ରୀମାନଙ୍କୁ ଏହି ଅବସରରେ ଆମ ସଂସ୍କୃତି ଓ ସଂସ୍କାର ବିଷୟରେ ଗୁରୁଜୀ ଗୁରୁମା ମାନେ ଅବଗତ କରାଇଥିଲେ। ‌ପିଲାଟି ଦିନରୁ ଛୋଟ ପିଲାଙ୍କ ନିକଟରେ ଆମ ସଂସ୍କୃତି ବିଷୟ ପହଞ୍ଚଲେ ସେମାନେ ଭବିଶ୍ବରରେ ଭଲ ମଣିଷ ହେଲେ ବୋଲି ଅନୁଷ୍ଠାନ ପକ୍ଷରୁ ପ୍ରକାଶ ପାଇଥିଲା।