ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଦ୍ବିତୀୟ ପର୍ଯ୍ୟାୟ ସମିକ୍ଷା ବୈଠକ : ଓମଟିଭି

ରାଜ୍ୟରେ ଜଙ୍ଗଲ ଉପକଣ୍ଠ ଅଧିବାସୀଙ୍କ ପାଇଁ ଜୀବିକା ଉନ୍ନୟନ କାର୍ଯ୍ୟକ୍ରମ ଭାବେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଦ୍ବିତୀୟ ପର୍ଯ୍ୟାୟରେ ବହୁବିଧି ଉତ୍ପାଦ ପୁଞ୍ଜ ପ୍ରତିଷ୍ଠା ଏବଂ ସଞ୍ଚାଳନ ଯୋଜନା ନେଇ ଏକ ସମିକ୍ଷା ବୈଠକ ଆଜି କିଟ୍ ଅ‌ଡ଼ିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଦ୍ବିତୀୟ ପର୍ଯ୍ୟାୟ ସମିକ୍ଷା ବୈଠକ : ଓମଟିଭି

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଦ୍ବିତୀୟ ପର୍ଯ୍ୟାୟ ସମିକ୍ଷା ବୈଠକ : ଓମଟିଭି

(ଓମ): ରାଜ୍ୟରେ ଜଙ୍ଗଲ ଉପକଣ୍ଠ ଅଧିବାସୀଙ୍କ ପାଇଁ ଜୀବିକା ଉନ୍ନୟନ କାର୍ଯ୍ୟକ୍ରମ ଭାବେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଦ୍ବିତୀୟ ପର୍ଯ୍ୟାୟରେ ବହୁବିଧି ଉତ୍ପାଦ ପୁଞ୍ଜ ପ୍ରତିଷ୍ଠା ଏବଂ ସଞ୍ଚାଳନ ଯୋଜନା ନେଇ ଏକ ସମିକ୍ଷା ବୈଠକ ଆଜି କିଟ୍ ଅ‌ଡ଼ିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକନୋଲୋଜି ଏବଂ ଟେକନୋଲୋଜି ବି‌ଜିନେସ୍ ଇନକ୍ୟୁବେଟର ଏବଂ ଭୁବନେଶ୍ବର ସିଟି ନଲେଜ ଇନୋଭେସନ କ୍ଲଷ୍ଟର ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଏଣ୍ଟରପ୍ରିନିୟରସିପି ଗୌହାଟିଙ୍କ ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତନ ବିଭାଗର ଅତିରିକ୍ତ ମୁକ୍ୟ ଶାସନ ସବିବ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜଙ୍ଗଲ ଅଧିବାସୀଙ୍କ ସାମାଜିକ ତଥା ଅର୍ଥନୈତିକ ଅବସ୍ଥାର ଉନ୍ନତି ପାଇଁ ଗୋଷ୍ଠୀ ସହଭାଗିତାରେ ନିରନ୍ତର ଜଙ୍ଗଲ ପରିଚାଳନା ସହିତ ଜୀବିକା ଉନ୍ନୟନ କାର୍ଯ୍ୟକ୍ରମ ଏକାନ୍ତ ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ। ମୁଖ୍ୟ ବନ ସଂରକ୍ଷକ ଏବଂ ବନ ବାହିନୀର ମୁକ୍ୟ ଦେବୀଦତ୍ତ ବିଶ୍ବାଳ ସମ୍ମାନିତ ଅତିଥିଭାବେ ଯୋଗଦେଇ ଜଙ୍ଗଲ ଉପରେ ନିର୍ଭରଶିଳ ବ୍ୟକ୍ତିଙ୍କ ଆର୍ଥିକ ଅବସ୍ଥାରେ ଏହି ସମିକ୍ଷା ବୈଠକ ଉନ୍ନତି ଆଣିବ ବୋଲି କହିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁକ୍ୟ ବନ ସଂରକ୍ଷଣ ଏବଂ ପ୍ରକଳ୍ପ ନିର୍ଦେଶିକା ବନାଞ୍ଚଳ ଉନ୍ନୟନ ସମିତିର ଡ଼.ମୀତା ବିଶ୍ବାଳ ଏବଂ କିଟ୍ ଟିବିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼.ମୁତ୍ୟୁଞ୍ଜୟ ସୁଆର ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ରୂପାୟନର ସହଭାଗୀଭାବେ କର୍ମଶାଳାରେ ପ୍ର‌ତ୍ୟକ୍ଷ ଭାବେ ଅଂଶ ଗ୍ରହଣ କରିଥିବା ବ୍ୟକ୍ତି ବିଶେଷ ଏବଂ ଉପସ୍ଥିତ ଅତିଥିମାନଙ୍କ ମଧ୍ୟରେ ପ୍ରକଳ୍ପ ନେଇ ପୁଙ୍ଖାନୁପୁଙ୍ଖଭାବରେ ଆଲୋଚନା କରାଯାଇଥିଲା। ଏହି ଆଲୋଚନାରେ ସମସ୍ତ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷଣ, ପ୍ରକଳ୍ପ ବନଖଣ୍ଡ ଗୁଡ଼ିକର ବନଖଣ୍ଡ ଅଧିକାରୀ ତଥା ଖଣ୍ଡିୟ ପରିଚାଳନା ଏକକ ମୁଖ୍ୟ ଏବଂ ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଦ୍ବିତୀୟ ପର୍ଯ୍ୟାୟରେ ନ‌ିୟୋଜିତ ସହଭାଗୀ ଅଣ ସରକାରୀ ସଂସ୍ଥାର କର୍ମକର୍ତାମାନେ ଯୋଗଦେଇଥିଲେ।