ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସତର୍କ ଓ ସଜାଗ ରହିବା ପାଇଁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ଓମଟିଭି

• ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଅନୁରୋଧ  • ସମାଜର ଯୁବ ସାଥୀମାନେ ମଧ୍ୟ ଲୋକଙ୍କ ସାଙ୍ଗରେ ଠିଆ ହୋଇ ସାହାଯ୍ୟ କରିବା ସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବା ପାଇଁ ଆଗେଇ ଆସନ୍ତୁ 

ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସତର୍କ ଓ ସଜାଗ ରହିବା ପାଇଁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ଓମଟିଭି

ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସତର୍କ ଓ ସଜାଗ ରହିବା ପାଇଁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ଓମଟିଭି

• ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଅନୁରୋଧ 
• ସମାଜର ଯୁବ ସାଥୀମାନେ ମଧ୍ୟ ଲୋକଙ୍କ ସାଙ୍ଗରେ ଠିଆ ହୋଇ ସାହାଯ୍ୟ କରିବା ସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବା ପାଇଁ ଆଗେଇ ଆସନ୍ତୁ 

 ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସତର୍କ ଓ ସଜାଗ ରହିବା ପାଇଁ ଟ୍ୱିଟ୍ କରି ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି ଯେ ରାଜ୍ୟରେ ବିଗତ କିଛି ଦିନର ଲଗାଣ ବର୍ଷା ଯୋଗୁଁ ପ୍ରବାହିତ ନଦୀ ଗୁଡ଼ିକର ଜଳସ୍ତର ବଢ଼ିବା ସହ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଏବଂ କିଛି ଗ୍ରାମରେ ବନ୍ୟା ଜଳ ପଶିଥିବା ଖବର ଆସୁଛି । ଏ ସମୟରେ ଆଉ ଏକ ଲଘୁଚାପ ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଏଭଳି ସମୟରେ ବର୍ଷା ଓ ବନ୍ୟା ପାଇଁ ଅଧିକ ସତର୍କ ଓ ସଜାଗ ରହିବା ଆବଶ୍ୟକ । ବନ୍ୟା ପ୍ରଭାବିତ ଅଞ୍ଚଳର ଜନସାଧାରଣଙ୍କୁ ଅନୁରୋଧ, ଆପଣମାନେ ନିକଟସ୍ଥ ବାତ୍ୟା ଆଶ୍ରୟ ସ୍ଥଳୀ କିମ୍ବା କୌଣସି ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଚେଷ୍ଟା କରନ୍ତୁ । ପ୍ରଶାସନ ଦ୍ୱାରା ଜାରୀ ବନ୍ୟା ସତର୍କତା ସୂଚନାକୁ ପାଳନ କରନ୍ତୁ । ଏଭଳି ପରିସ୍ଥିତିରେ ଆମ ଦଳର କାର୍ଯ୍ୟକର୍ତ୍ତାମାନେ ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।  ସେହିପରି ସମାଜର ଯୁବ ସାଥୀମାନେ ମଧ୍ୟ ଲୋକଙ୍କ ସାଙ୍ଗରେ ଠିଆ ହୋଇ ସାହାଯ୍ୟ କରିବା ସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବା ପାଇଁ ଆଗେଇ ଆସିବାକୁ ଟ୍ୱିଟ୍ କରି ନିଜର ମତ ପ୍ରକାଶ କରିଛନ୍ତି ।