Annual Sports Meet concluded at DAV Cspur : Ommtv

Annual Sports Meet concluded at DAV Cspur : Ommtv

Annual Sports Meet concluded at DAV Cspur : Ommtv

Annual Sports Meet concluded at DAV Cspur : Ommtv

Sports activities are essential for every student ,Students should be encouraged to participate in all sports activities in order to keep them fit and fine, opined the guests at the Annual Sports Meet of DAV Public, School, Chandrasekharpur, Bhubaneswar here that concluded on Tuesday. CBSE, Bhubaneswar Regional Officer K . Srinivasan and DGP, Fire Services, Home Guard and Civil Defence Santosh Kumar Upadhyay joined as Chief Guests at the Inaugural and Valedictory ceremony respectively. School Chairman Sarat Chandra Mishra presided over the function and Principal I/ C Indira Bhattacharya presented welcome address and achievements of the school. Among others, Mrs Upadhyay, DAV Regional Director Dr K C Satapathy, DAV Kalinganagar Chairman M M Panda, DAV Pokhariput Chairman Dr Arun Kumar Rath, Pratibha Mishra, Basanta Manjari Satapathy, DAV Pokhariput Principal Dr Sujata, DAV Unit- 8 Principal Ipsita Das joined as guests and encouraged the students. Mascot Olly was released on the occasion. Students presented spectacular House Drills, March Past, theme based drills and Yogasanas  to enthral the huge gathering. Meritorious budding athletes, national level achievers, winners of friendly Cricket Match, best Houses were honoured during the ceremony. Sports Committee Chairman Pramod Kumar Patra and teachers of the physical  education department coordinated the activities meticulously. At the end ,Academic  Supervisor Kirtirekha Mohanty offered a vote of thanks. 

ଡିଏଭି ଚନ୍ଦ୍ରଶେଖରପୁରର ବାର୍ଷିକ କ୍ରୀଡୋତ୍ସବ ଉଦ୍‍ଯାପିତ, ଗଠନମୂଳକ କାର୍ଯ୍ୟ ସମ୍ପାଦନ ନିମନ୍ତେ କ୍ରୀଡା ସର୍ବୋତ୍ତମ ମାଧ୍ୟମ :Ommtv

ଯୁବଶକ୍ତିକୁ ସଂଗଠିତ କରି ଗଠନମୂଳକ କାର୍ଯ୍ୟରେ ନିୟୋଜିତ କରିବା ନିମନ୍ତେ କ୍ରୀଡା ହିଁ ସର୍ବୋତ୍ତମ ମାଧ୍ୟମ ବୋଲି ଡିଏଭି ପବ୍ଲିକ୍‍ ସ୍କୁଲ୍‍, ଚନ୍ଦ୍ରଶେଖରପୁରର ବାର୍ଷିକ କ୍ରୀଡୋତ୍ସବର ଉଦ୍‍ଯାପନୀ ସମାରୋହରେ ଯୋଗଦାନ କରି ଅତିଥିଗଣ ମତପ୍ରକାଶ କରିଛନ୍ତି । ପୂର୍ବାହ୍‍ଣରେ ଆୟୋଜିତ ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ରୂପେ ଯୋଗ ଦେଇ ସିବିଏସ୍‍ଇ, ଭୁବନେଶ୍ୱର ଆଞ୍ଚଳିକ ଅଧିକାରୀ କେ.ଶ୍ରୀନିବାସନ୍‍ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ଯଥାର୍ଥ ଉପଯୋଗ ଉପରେ ଗୁରୁତ୍ୱାରୋପ କରିବା ସହ ପିଲାମାନେ ନିୟମିତ ଖେଳକୁଦ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ । ସେହିପରି, ଉଦ୍‍ଯାପନୀ ଉତ୍ସବର ମୁଖ୍ୟଅତିଥି ଅଗ୍ନିଶମ, ହୋମଗାର୍ଡ ଓ ସିଭିଲ୍‍ ଡିଫେନ୍ସ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ସୁସ୍ଥ ଓ ନୀରୋଗ ରହିବା ଉପରେ ଜୋର୍‍ ଦେଇ ଯୋଗ, ପ୍ରାଣାୟମ ସମେତ ଅନ୍ୟାନ୍ୟ ଖେଳକୁ ପିଲାମାନେ ନିୟମିତ ଜୀବନଚର୍ଯ୍ୟା ଅନ୍ତର୍ଭୁକ୍ତ କରିବା ସର୍ବାଦୌ ଆବଶ୍ୟକ ବୋଲି ମତ ଦେଇଥିଲେ । ବିଦ୍ୟାଳୟର ଚେୟାରମ୍ୟାନ୍‍ ଶରତଚନ୍ଦ୍ର ମିଶ୍ରଙ୍କ ପୌରୋହିତ୍ୟରେ ସମାହିତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ଉପାଧ୍ୟାୟ, ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ ଡ.କେ.ସି. ଶତପଥୀ, ବସନ୍ତମଞ୍ଜରୀ ଶତପଥୀ, ପ୍ରତିଭା ମିଶ୍ର, ଡିଏଭି କଳିଙ୍ଗନଗର ଚେୟାରମ୍ୟାନ୍‍ ମଦନ ମୋହନ ପଣ୍ଡା, ଡିଏଭି ପୋଖରୀପୁଟ ଚେୟାରମ୍ୟାନ୍‍ ଡ. ଅରୁଣ କୁମାର ରଥ, ଡିଏଭି ପୋଖରୀପୁଟ ଅଧ୍ୟକ୍ଷା ଡ. ସୁଜାତା, ଡିଏଭି ୟୁନିଟ୍‍-୮ ଅଧ୍ୟକ୍ଷା ଈପ୍‍ସିତା ଦାସ ପ୍ରମୁଖ ଅତିଥିରୂପେ ଯୋଗଦାନ କରି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଇନ୍ଦିରା ଭଟ୍ଟାଚାର୍ଯ୍ୟ ସ୍ୱାଗତ ଭାଷଣ ଓ ସାମଗ୍ରିକ କୃତିତ୍ୱ ଉପସ୍ଥାପନ କରିଥିଲେ । କ୍ରୀଡୋତ୍ସବର ମାସ୍କଟ୍‍ ‘ଓଲି’ ପ୍ରଦର୍ଶିତ ହେବା ସହ ପିଲାମାନେ ଚିତ୍ତାକର୍ଷକ ପ୍ୟାରେଡ୍‍, ହାଉସ୍‍ ଡ୍ରିଲ୍‍ ଓ ରଙ୍ଗାରଙ୍ଗ ଡ୍ରିଲ୍‍ ରେ ଭାଗ ନେଇଥିଲେ । ଏହି ଅବସରରେ, ଶ୍ରେଷ୍ଠ ହାଉସ୍‍, ଶ୍ରେଷ୍ଠ କ୍ରୀଡାବିତ୍‍, ବିଭିନ୍ନ ଜାତୀୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନକାରୀ ଛାତ୍ରଛାତ୍ରୀଙ୍କ ସମେତ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍‍ ମ୍ୟାଚର କୃତୀ ଅଂଶଗ୍ରହଣକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟ ସ୍ପୋର୍ଟ୍ସକମିଟି ଅଧ୍ୟକ୍ଷ ପ୍ରମୋଦକୁମାର ପାତ୍ର ଓ ଶାରୀରିକ ଶିକ୍ଷା ବିଭାଗ ଶିକ୍ଷକଶିକ୍ଷୟିତ୍ରୀଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ସଂପାଦିତ ହୋଇଥିଲା । ପରିଶେଷରେ ଏକାଡେମିକ ସୁପରଭାଇଜର୍‍ କୀର୍ତ୍ତିରେଖା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।