ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ଲିଙ୍ଗିପୁର ର ସପ୍ତମ ବାର୍ଷିକ ଉତ୍ସବ : Ommtv

ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ଲିଙ୍ଗିପୁର ର ସପ୍ତମ ବାର୍ଷିକ ଉତ୍ସବ : Ommtv

ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ଲିଙ୍ଗିପୁର ର ସପ୍ତମ ବାର୍ଷିକ ଉତ୍ସବ : Ommtv

ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ଲିଙ୍ଗିପୁର ର ସପ୍ତମ ବାର୍ଷିକ ଉତ୍ସବ : Ommtv

ଓଲ୍ଡ ଟାଉନ ଭୁବନେଶ୍ଵର ଅଧୀନ ଲିଙ୍ଗିପୁର ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ୭ମ ବାର୍ଷିକୋତ୍ସବ ନୂଆଗାଁ ରୋଡ ସ୍ଥିତ ସିଦ୍ଧି ମଣ୍ଡପ ଠାରେ ବହୁ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଛି l ଉତ୍ସବ ରେ ମୁଖ୍ୟ ଅତିଥି ଯଶୋଦା ମା ଶ୍ରୀମତୀ ନିବେଦିତା ଲେଙ୍କା ପିଲାଙ୍କୁ ବାଡ଼ିରେ ନୁହେଁ ସ୍ନେହ ରେ ଭଲ ପାଇ ପାଠ ପଢ଼ାଇବାକୁ ହୁଏ ବୋଲି କହିଥିଲେ l ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ସାହୁ ବରିଷ୍ଠ ଉପ ଗୋଷ୍ଠୀ ଶିକ୍ଷା ଅଧିକାରୀ ପିଲାଙ୍କୁ ପିଲାଙ୍କୁ ଭଲ ମଣିଷ ହୋଇ ସଫଳତାର ଗୋଟିଏ ଗୋଟିଏ ପାହାଚ ଅତିକ୍ରମ କରିବାକୁ ସାହାସ ଓ ଧର୍ଯ୍ୟ ରଖିବାକୁ ହେବ ବୋଲି କହିଥିଲେ l ସମ୍ମାନିତ ଅତିଥି ଲିଙ୍ଗିପୁର ସରପଞ୍ଚ ଶ୍ରୀଯୁକ୍ତ କ୍ଷୀରୋଦ କୁମାର ପ୍ରଧାନ, ଶ୍ରୀଯୁକ୍ତ ଇଶ୍ୱୋର ଚନ୍ଦ୍ର ନାୟକ, ସୋମନାଥ ବେହେରା, ଶ୍ରୀଯୁକ୍ତ ଚିତ୍ତରଞ୍ଜନ ସ୍ବାଇଁ ସଭାପତି, ସମ୍ପାଦକ ଶ୍ରୀ ସୁଧାଂଶୁ ଶେଖର ସାମନ୍ତ ସିଂହାର , ଅଧ୍ୟକ୍ଷ ଶ୍ରୀଯୁକ୍ତ ନିମାଇଁ ଲେଙ୍କା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ବିବେକାନନ୍ଦ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ଆହ୍ବାନ ଜଣାଇଥିଲେ l କୃତି ପ୍ରତିଗୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ l ଆଞ୍ଚଳିକ ବିକାଶ ପରିଷଦ ର ସଦସ୍ୟ ଶ୍ରୀଯୁକ୍ତ ଲକ୍ଷ୍ମୀଧର ପ୍ରଧାନ ଙ୍କୁ ପରିବେଶବିତ୍ ଓ ପଦ୍ମଶ୍ରୀ ପ୍ରଭାକର ମହାରଣାଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଅବସରରେ ପିଲାମାନଙ୍କ ଦ୍ଵାରା ନୃତ୍ୟ ଓ କ୍ଷୁଦ୍ର ନାଟକ "ବାଜି ରାଉତ" ଜୀବନାଦର୍ଶ ଉପରେ ମଞ୍ଚସ୍ଥ ହୋଇଥିଲା l ନିର୍ଦ୍ଦେଶନାରେ ଶ୍ରୀଯୁକ୍ତ ଗୌତମ ସାର୍ ଓ ଶ୍ରୀଯୁକ୍ତ ନିମାଇଁ ଲେଙ୍କା ଗୁରୁ ଦାୟିତ୍ଵ ତୁଲାଇଥିଲେ l ସମସ୍ତ କର୍ମୀ, ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l