ବରିଷ୍ଠ ନାଗରିକ ବସନ୍ତ ମିଳନ କାର୍ଯ୍ୟକ୍ରମ : Ommtv

ବରିଷ୍ଠ ନାଗରିକ ବସନ୍ତ ମିଳନ କାର୍ଯ୍ୟକ୍ରମ

ବରିଷ୍ଠ ନାଗରିକ ବସନ୍ତ ମିଳନ କାର୍ଯ୍ୟକ୍ରମ : Ommtv

ବରିଷ୍ଠ ନାଗରିକ ବସନ୍ତ ମିଳନ କାର୍ଯ୍ୟକ୍ରମ : Ommtv

: ଓଡିଶା ବରିଷ୍ଠ ନାଗରିକ ମହାସଂଘ, ବରିଷ୍ଠ ମହିଳା ମହାସଂଘ ଓ ବୟୋଶ୍ରୀ ଓକିଲ ସଂଘ ମିଳିତ ଆନୁକୁଲ୍ୟରେ ଆଜି ବରିଷ୍ଠ ନାଗରିକ ବସନ୍ତ ମିଳନ ଉତ୍ସବ ପଟିଆସ୍ଥିତ ଏକ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ତଥା ବରିଷ୍ଠ ମହାସଂଘର ସଭାପତି ମଧୁମାଧବ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପ୍ରମଥ ପଟ୍ଟନାୟକ ଯୋଗଦେଇ ବରିଷ୍ଠ ନାଗରିକଙ୍କ ସୁରକ୍ଷା ଆଇନ ଓ ବିଭିନ୍ନ ହାଇକୋଟ ଏବଂ ସୁପ୍ରିମକୋର୍ଟଙ୍କ ବିଭିନ୍ନ ରାୟ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଓଡିଶା ବାର କାଉନ୍‌ସିଲର ଅଧ୍ୟକ୍ଷ ଶିତାଂସୁ ମୋହନ ଦ୍ୱିବେଦୀ, ସମ୍ମାନିତ ଅତିଥି ଭାବେ ମହିଳା ମହାସଂଘ ସଭାପତି ସେବା ମହାପାତ୍ର, ବୟୋଶ୍ରୀ ସଂଘର ଉପସଭାପତି ଏସ କେ ସୁବୁଦ୍ଧି, ବିଶିଷ୍ଟ ଶିଳ୍ପପତି ବିଷ୍ଣୁ ମୋହନ ପଣ୍ଡା, ବିଜୟ ଦାସ ପ୍ରମୁଖ ଯୋଗଦେଇ ବସନ୍ତ ଆଗମନରେ ପ୍ରକୃତିର ହସ ଓ ମାନବ ସମାଜରେ ଏହାର ପ୍ରଭାବ ଉପରେ ଆଲୋକପାତ କରିଥିଲେ । ବରିଷ୍ଠ ମହିଳା ଆଶାଲତା ରାଉତରାୟ ଭାଗବତ ଗୀତା ପାଠ କରିଥିଲେ। ଦେବାଶିଷ ଷଢଙ୍ଗୀ ଓ ଶ୍ୱେତାଙ୍କ ଦାସ ବରିଷ୍ଠ ନାଗରିକ ମାନଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ନିରାକରଣ ସମ୍ବଦ୍ଧରେ ସଚେତନ କରାଇଥିଲେ । କବି ଗୌରଚନ୍ଦ୍ର ପଟ୍ଟନାୟକ, ନିରଞ୍ଜନ ସାମଲ, ବିଜୟ କୁମାର ଖଟୁଆ, ବିନୋଦିନୀ ପାତ୍ର, ନିରଞ୍ଜନ ପଣ୍ଡା, ସନାତନ ସାହୁ, ପ୍ରଫୁଲ ମିଶ୍ର ଓ ଆନନ୍ଦ ଚନ୍ଦ୍ର ପାତ୍ର ପ୍ରମୁଖ ବସନ୍ତ ଋତୁ ଓ ବରିଷ୍ଠ ନାଗରିକ ସମ୍ପର୍କ ଉପରେ କବିତା ପାଠ କରିଥିଲେ । ଏହି ଅବସରରେ ବରିଷ୍ଠ ନାଗରିକ ମାନଙ୍କୁ ସେବା ଯୋଗାଇ ଦେଉଥିବା ସାଇ ଜରା ନିବାସ ରଘୁନାଥପୁରକୁ ଶ୍ରେଷ୍ଠ ସଂଗଠନ ଓ ଏହାର ଟ୍ରଷ୍ଟି ବିଜୟ କୁମାର ପାତ୍ରଙ୍କୁ ବରିଷ୍ଠ ବନ୍ଧୁ ସମ୍ମାନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୪ ଶହରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଯୋଗଦାନ କରି ନାଚ, ଗୀତ କରି ବସନ୍ତ ଉତ୍ସବ ମନାଇଥିଲେ । ସମ୍ପାଦକ ଯୁଗଳ କିଶୋର ସାହୁ, ଜିତେନ୍ଦ୍ର ପାତ୍ର ଓ ବିଜୟ ପାତ୍ର ସହଯୋଗ କରିଥିଲେ । ଶେଷରେ ହୋପ ଓଡିଶାର ସଭାନେତ୍ରୀ ଚିତ୍ରଲେଖା ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।