କଳିଙ୍ଗ ଟିଭିର ୮ମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ : ଓମଟିଭି

କଳିଙ୍ଗ ଟିଭିର ଆଜି ୮ମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଳିଙ୍ଗ ଟିଭିର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଅନୁଷ୍ଠାନର ଏମଡ଼ି ହିମାଂଶୁ ଖଟୁଆ, ନ୍ୟୁଜ ମୁଖ୍ୟ ସୌମ୍ୟଜିତ ପଟ୍ଟନାୟକ ଏବଂ

କଳିଙ୍ଗ ଟିଭିର ୮ମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ : ଓମଟିଭି
କଳିଙ୍ଗ ଟିଭିର ୮ମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ : ଓମଟିଭି
ଭୁବନେଶ୍ବର, ୧୫।୭ (ଓମ): କଳିଙ୍ଗ ଟିଭିର ଆଜି ୮ମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଳିଙ୍ଗ ଟିଭିର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଅନୁଷ୍ଠାନର ଏମଡ଼ି ହିମାଂଶୁ ଖଟୁଆ, ନ୍ୟୁଜ ମୁଖ୍ୟ ସୌମ୍ୟଜିତ ପଟ୍ଟନାୟକ ଏବଂ ଉପଦେଷ୍ଟା ଉମାପଦ ବୋଷ ଅତିଥିଭାବେ ଯୋଗଦେଇଥିଲେ। କଳିଙ୍ଗ ଟିଭି ପରିବାର ସହିତ ଜଡ଼ିତ ରାଜନୈତିକ ବ୍ୟକ୍ତିତ୍ବ, ଅଭିନେତା ଅଭିନେତ୍ରୀ, ସାମାଜିକକର୍ମି, ଶିଳ୍ପପତି, ସାମ୍ବାଦିକ ଏବଂ ଶୁଭେଚ୍ଛୁମାନେ ଯୋଗଦେଇଥିଲେ। ଅନୁଷ୍ଠାନର ପ୍ରତିଷ୍ଠା ଦିବସ ଅବସ‌ରରେ ଟିଭି ତାର ସାକାରାତ୍ମକ ସମ୍ବାଦ ପରିବେଷଣ ‌କ୍ଷେତ୍ରରେ ରାଜ୍ୟର ଓ ଦେଶର ବିଭିନ୍ନ ଲୋକାଭିମୁଖି କାର୍ଯ୍ୟକୁ ପ୍ରଚାର ପ୍ରସାରକରି ସାଧାରଣ ଲୋକଙ୍କ ସ୍ବରକୁ ନିଜ ପରଦାରେ ଦେଖାଇବାପାଇଁ ଚେଷ୍ଠାକରିଛି। ଏହି ଧାରା ଆଗାମି ଦିନରେ ମଧ୍ୟ ଜାରିରଖିବାନେଇ ଅନୁ‌ଷ୍ଠାନ ଶପଥନେଇଥିଲା। ପ୍ରତିଷ୍ଠା ଦିବସ ଅବସରରେ କେକ୍ କଟାଯାଇ ଅତିଥିମାନଙ୍କ ମଧ୍ୟରେ ବଣ୍ଟାଯାଇଥିଲା। କାର୍ଯ୍ୟକ୍ରମ ଶେଷର ମଧୁସ୍ମିତା ଷଡ଼ଙ୍ଗୀ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଜଣାଇଥିଲେ।