ନକଲି ଵିଏମସି ଅଫିସର ହେଲା ଲେଡି ଡନ..Ommtv

BMC Ledy Don

ନକଲି ଵିଏମସି ଅଫିସର ହେଲା ଲେଡି ଡନ..Ommtv

ନକଲି ଵିଏମସି ଅଫିସର ହେଲା ଲେଡି ଡନ..Ommtv

: ଶୈଳଶ୍ରୀବିହାରରେ ଲେଡ଼ି ଡ଼ନ୍ ସାଜି ଆତଙ୍କ ସୃଷ୍ଟିକରୁଥିବା ଜଣେ ମହିଳାକୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଠକେଇ, ହତ୍ୟା ଉଦ୍ୟମ ଓ ଗଣ୍ଡଗୋଳ ଅଭିଯୋଗରେ ଗିରଫକରି କୋର୍ଟ ଚାଲଣକରିଛି। ଗିରଫ ମହିଳା ଜଣଙ୍କ ନାମ ଅନୁ ମିଶ୍ର ଓ ସାଥି ଓମକାର୍ ୟାଦବ୍ । ସେମାନଙ୍କ ନିକଟରୁ ପୁଲିସ୍ ଗୋଟିଏ କାର ଓ ୭ଟି ମାରଣାସ୍ତ୍ର ଜବତକରିଛି। ଅଭିଯୋଗ ଅନୁଯାୟୀ କରୋନା ପରଠାରୁ ଅନୁ ନିଜକୁ ବିଏମସି ଅଧିକାରୀବୋଲି ପରିଚୟଦେଇ ଶୈଳଶ୍ରୀବିହାର ଓ ଏହାର ଆଖପାଖ ରାସ୍ତାକଡ଼ରେ ବ୍ୟବସାୟ କରୁଥିବା ବ୍ୟବସାୟୀମାନଙ୍କଠାରୁ ବିଭିନ୍ନ ସମୟରେ ଆସି ବଟି ଆଦାୟକରୁଥିଲା। ଏନେଇ ସ୍ଥାନୀୟ ବିଏମସି କାର୍ଯ୍ୟାଳୟରେ ଅଭି‌ଯୋଗ ଦିଆଯିବାରୁ ତା’ନାମରେ ଚନ୍ଦ୍ରଶେଖରପୁର ଥାନାରେ ମାମଲା ରୁଜୁ ହୋଇଥିଲା। ମାମଲାର କିଛିଦିନ ବ୍ୟବଧାନ ପରେ ଅଭିଯୁକ୍ତ ମହିଳା କିଛି ଅଣ ଓଡ଼ିଆ ଯୁବକଙ୍କୁ ସାଙ୍ଗରେ ଆଣି ପୁଣିଥରେ ଉଠାଦୋକାନି ଓ ଫୁର୍ଟପାର୍ଥ ବ୍ୟବସାୟୀମାନଙ୍କ ଠାରୁ ୫ଶହ ଟଙ୍କାର ଆରମ୍ଭକରି ୫ହଜାର ଟଙ୍କା ଆଦାୟକରୁଥି‌ଲା। ଯାହା ବାବଦକୁ ସେ ଉଠାଦୋକାନିମାନଙ୍କୁ ଭେଣ୍ଡିଂଜୋନ୍ ଦୋକାନ କରାଇଦେବବୋଲି ପ୍ରତିଶୃତି ଦେଉଥିଲା। ଏନେଇ ସ୍ଥାନୀୟ ଅଞ୍ଚଳର ଦିଲ୍ଲୀପ୍ ସାହୁ ନାମକ ‌ଜଣେ ଯୁବକ ସୂଚନାପାଇ ଆଜି ଅଭିଯୁକ୍ତ ମହିଳା ଅନୁକୁ ଅଟକାଇ ତା’ଙ୍କ ପରିଚୟ ଜାଣିବାପାଇଁ ଚେଷ୍ଟାକରିବାରୁ ସେ ଘଟଣାସ୍ଥଳରୁ ଖସିପଳାଇବାପାଇଁ କାର୍ ଷ୍ଟାଟକରିଥିଲେ। ଏହି ସମୟରେ ଆଉ କିଛି ଯୁବକ ଘଟଣାସ୍ଥଳକୁ ଚାଲିଆସି ଅନୁ ଓ ତା’ସାଙ୍ଗରେ ଆସିଥିବା ଯୁବକକୁ ଅଟକାଇଥିଲେ। ଯୁବକମାନଙ୍କୁ ଦେଖି କାରରୁ ଏକ ଧାରୁଆ ଭୁଜାଲି ବାହାରକରି ଓମକାର୍ ସ୍ଥାନୀୟ‌ଯୁବକମାନଙ୍କୁ ଆକ୍ରମଣ କରିବା ଆରମ୍ଭକରିଦେଇଥିଲା। ଫଳରେ ସମସ୍ତେ ମିଶି ଯୁବକ ଓ ମହିଳା ଜଣଙ୍କୁ କାବୁକରି ପୁଲିସ୍ ଜିମାଦେଇଥିଲେ। ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଘଟଣାର ତଦନ୍ତକରି ଜାଣିଥିଲା ଅଭିଯୁକ୍ତ ଲୋକଙ୍କୁ ଠକି ଅର୍ଥ ଆଦାୟ କରୁଥିଲା। ଯାହାନେଇ ଆଜି ସଂଧ୍ୟାରେ ସେମାନଙ୍କୁ କୋର୍ଟ ଚାଲଣ କରିଦିଆଯାଇଛି।