ମାରାଥନରେ ଦୁଇ ମନ୍ତ୍ରୀଙ୍କ ଦ୍ବାରା ୧୦ ପ୍ରକଳ୍ପ ଉଦଘାଟିତ : Ommtv

Marathan

ମାରାଥନରେ ଦୁଇ ମନ୍ତ୍ରୀଙ୍କ ଦ୍ବାରା ୧୦ ପ୍ରକଳ୍ପ ଉଦଘାଟିତ : Ommtv

ରିପୋର୍ଟର : ନୀହାର ରଞନ ମହାନ୍ତ
ରାଜ୍ୟ ସରକାରଙ୍କ ଦ୍ବାରା କରଂଜିଆ ବ୍ଲକ ଓ ଏନଏସି ରେ ନବନିର୍ମିତ ୧୦ ଗୋଟି ପ୍ରକଳ୍ପକୁ ଶୁକ୍ରବାର ରାଜ୍ୟ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ଦ୍ଵାରା ଲୋକାର୍ପିତ ହୋଇଯାଇଛି। ତେବେ କରଞ୍ଜିଆ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଅଞ୍ଚଳର ଚାଷୀଙ୍କ ବିକାଶ ଓ ପ୍ରଗତିକୁ ଆଖି ଆଗରେ ରଖି ନିର୍ମାଣ ହୋଇଥ‌ିବା ଦୋକାନ ଗୃହ ଗୁଡ଼ିକୁ ଲୋକାର୍ପଣ କରିବା ସହିତ ଆବଣ୍ଟନ କରିଥିଲେ। ଲୋକାର୍ପଣ କାର୍ଯ୍ୟକ୍ରମକୁ ନିୟନ୍ତ୍ରିତ ବଜାର କମିଟି ନିର୍ଦ୍ଦେଶକ ତଥା ବରିଷ୍ଠ ନେତା ଗିରିଧାରୀ ପୃଷ୍ଟି ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥ୍ୟ ଭାବେ ମନ୍ତ୍ରୀ ଶ୍ରୀଯୁକ୍ତ ନାୟକ ଓ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତି ହେମ୍ବ୍ରମ, ସମ୍ମାନିତ ଅତିଥ୍ୟ ଭାବେ ରାଜ୍ୟ ବିଜୁ ସେତୁ ଦିଲ୍ଲୀପ କୁମାର ସାହୁ, ପାଞ୍ଚପୀଢ ଉପଜିଲ୍ଲାପାଳ ତଥା ଆରଏମସି ଅଧକ୍ଷ ପ୍ରେମାଂଶୁ ଚାନ୍ଦ, ବିଆରସିଏସ କୃଷ୍ଣଚନ୍ଦ୍ର ଦାସ, ଏସଡିସି ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି, ଏମସିସି ବ୍ୟାଙ୍କ ବାରିପଦା ମୁଖ୍ୟ ସୁବ୍ରମଣ୍ୟମ ମହାନ୍ତିଙ୍କ ସମେତ କମିଟିର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ | ସେହିପରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ଠାରେ ନବନିର୍ମିତ ତଥା ବହୁ ପ୍ରତିକ୍ଷୀତ ଓପିଡିକୁ ମଧ୍ୟ ଉଭୟ ମନ୍ତ୍ରୀ ଉଦଘାଟନ କରିଥିଲେ। ଏଠାରେ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡ଼. ଶିବାନନ୍ଦ ମହାନ୍ତି ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଭଦ୍ରା ମାରାଣ୍ଡି,ଉପାଧ୍ୟକ୍ଷ ଛତିଶ ଚନ୍ଦ୍ର ମହାନ୍ତ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ପପି ପୃଷ୍ଟି,ଉପାଧ୍ୟକ୍ଷ ସ୍ୱରୂପ କୁମାର ପରିଜା, ଜିଲ୍ଲା ପରିଷଦ ସଦସ୍ୟା ବୀଣାପାଣି ନାଏକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଦାନନ୍ଦ ଆଢା କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୁଦ୍ରା ହେମ୍ବ୍ରମ, ସମସ୍ତ କାଉନସିଲର,ସରପଞ୍ଚ, ସମିତି ସଭ୍ୟ ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ। ଏହା ବ୍ୟତୀତ ସହର ମିଶନ ସଭାଶକ୍ତି ଗୃହ, ବହୁପ୍ରତିକ୍ଷୀତ ନୂତନ ବସ ଟର୍ମିନାଲ ଭଅଁରା, ତୁରିସାହି ଠାରେ ମଡେଲ ଅଙ୍ଗନୱାଡ଼ି କେନ୍ଦ୍ର, ବଡଦେଉଳୀ, ବଡ଼ଗାଁ ଓ ବାଟପଳସାରେ ସମ୍ମିଳନୀ ଗୃହ କୁରୁଳିଆ ଠାରେ କଲ୍ୟାଣ ଆଦିକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଉଭୟ ହେଭିୱେଟ ମନ୍ତ୍ରୀ ଲୋକାର୍ପିତ କରିଛନ୍ତି। ଏହାପରେ କୁରୁଳିଆ ଠାରେ ଏକ ସାଧାରଣ ସଭାରେ ଉଭୟ ମନ୍ତ୍ରୀ ଯୋଗ ଦେଇ ଉଦବୋଧନ ରଖୁଥିଲେ | #BJD #Mayurbhanja #OmmTv #OmTV #ommtvportal #Kalingacinearts #NBPC #viral #Odisha #trending