KIMS Cancer Centre Organises Walkathon to Create Cancer Awareness: Ommtv
KIMS Cancer Centre Organises Walkathon to Create Cancer Awareness: Ommtv
KIMS Cancer Centre Organises Walkathon to Create Cancer Awareness: Ommtv
Bhubaneswar, Feb 4: The KIMS Cancer Centre-Bhubaneswar observed World Cancer Day on Saturday with the students, doctors, nurses, faculties and staff participating in a walkathon to create awareness on combating the disease.The state-of-art Centre, which was commissioned about six months ago, observed the occasion for the first time. It is a comprehensive cancer care hospital spread over 7 floors on the KIMS-Bhubaneswar premises, equipped with all advanced technologies and run by a competent medical team.The walkathon saw overwhelming participation where students from KISS raised cancer slogans to promote cancer awareness such as ‘don’t hide cancer’ and ‘go for treatment and defeat the disease’.KIMS Cancer Centre is a constituent of KIIT Deemed-to-be-University and KISS is the university with various schools of social sciences. “People are aware of orthopaedic disease, about disease associated with teeth and gum, but they feel that cancer is like a mystery to them when it is not. World Cancer Day is an occasion when we make people aware of cancer and highlight that cancer is also curable if it is diagnosed on time,” said the Director of the KIMS Cancer Centre and eminent oncologist Prof. Bidhu Kalyan Mohanti.World over, about 2 crore people are diagnosed with Cancer every year, while 4-5 crore people are living after cancer diagnosis as survivors.In India alone, 14 lakh people annually are diagnosed with the disease. Dr Mohanti said removing inequality and providing quality healthcare acces to all cancer patients is critical to fighting cancer. The significance of this aspect, he said, is reflected through the theme of the World Health Organisation (WHO) and International Union Against Cancer ( UICC)for the day which is ‘Close the Care Gap’.Low and middle-income countries account for 70 per cent of the roughly 10 million deaths reported across the world every year due to lack of access to cancer treatment, said Surgical Oncologist at KIMS Cancer Centre Dr Saroj Ranjan Sahoo.“Therefore, we need to remove the inequality. We need to ensure that everyone can get cancer treatment. We all need to know about cancer. Many people are hesitant to accept that they have cancer. Our objective is to ensure people become aware and get early treatment,” he underlined.The common types of cancer reported in India are lung cancer, stomach cancer and oral cancer. Breast cancer and cervical cancer are common among women. In Odisha, as well, we have encountered a similar trend. But they are easily treatable if diagnosed early, said Dr Sabyasachi Parida, Surgical Oncologist at the Centre. Cancer specialists who participated in the walkathon included Dr Biswajit Bhuyan, Dr Jogamaya Pattnaik, Dr Adarsh Yadwad, and Dr Ushashree Das, Dr Palash Das, Dr J Panda, Dr Mandira Saha Mallik, Dr Bijayalaxmi Sahoo among others.Students of Kalinga Institute of Nursing Sciences (KINS) also performed a street play to highlight cancer awareness.
ଭୁବନେଶ୍ୱର,୪ା୨: କିମ୍ସ କ୍ୟାନସର କେୟାର ସେଣ୍ଟର ପକ୍ଷରୁ ଶନିବାର ବିଶ୍ୱ କର୍କଟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କର୍କଟ ରୋଗର ମୁକାବିଲା କରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବା ଲକ୍ଷ୍ୟରେ ଏକ ପଦଯାତ୍ରା ଆୟୋଜିତ ହୋଇଥିଲା । ଏଥିରେ ଶତାଧିକ କିଟ୍, କିସ୍ ଏବଂ କିମ୍ସ ଛାତ୍ରଛାତ୍ରୀ, ଡାକ୍ତର, ପ୍ରଫେସର ଏବଂ ହସ୍ପିଟାଲ କର୍ମଚାରୀ ସାମିଲ ହୋଇ ପୋଷ୍ଟର, ବ୍ୟାନର ଏବଂ ସ୍ଲୋଗାନ ଆଦି ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଥିଲେ । ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ଭାବେ ପାଳନ କରାଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଚଳିତବର୍ଷର ବିଷୟବସ୍ତୁ ଥିଲା ‘କ୍ଲୋଜ ଦ କେୟାର ଗ୍ୟାପ୍’ । ଏହି ଅବସରରେ ଆୟୋଜିତ ଏକ ଆଲୋଚନାଚକ୍ରରେ ସୂଚନାଦେଇ କିମ୍ସ କ୍ୟାନସର କେୟାର ସେଣ୍ଟର ନିର୍ଦ୍ଦେଶକ ଡା. ବିଧୁ କଲ୍ୟାଣ ମହାନ୍ତି କହିଲେ, କର୍କଟ ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଲେ, ଠିକ୍ ସମୟରେ ରୋଗ ଚିହ୍ନଟ ହୋଇପାରିଲେ ଓ ଠିକ୍ ସମୟରେ ଚିକିତ୍ସା କରାଗଲେ କର୍କଟ ରୋଗ ଆରୋଗ୍ୟ ହେବାର ସମ୍ଭାବନା ରହିଛି । ସାରା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୨ କୋଟି ଲୋକ କର୍କଟ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ୪ ରୁ ୫ କୋଟି ରୋଗୀ ଚିକିତ୍ସିତ ହେଉଛନ୍ତି । ଭାରତରେ ପ୍ରତିବର୍ଷ ପ୍ରାୟ ୧୪ ଲକ୍ଷ ଲୋକ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ସେହିପରି ଚିକିତ୍ସା ଅଭାବରୁ ପ୍ରତିବର୍ଷ ସମଗ୍ର ବିଶ୍ୱରେ ହୋଉଥିବା ୧୦ ଲକ୍ଷ ମୃତ୍ୟୁ ହାରର ୭୦ ପ୍ରତିଶତ ହେଉଛନ୍ତି ସ୍ୱଳ୍ପ ଏବଂ ମଧ୍ୟବିତ୍ତ ଦେଶର ଲୋକ । ତେଣୁ ବାଛ ବିଚାର ନକରି ସଭିଙ୍କୁ ଗୁଣାତ୍ମକ ଚିକିତ୍ସା ସୁବିଧା ମିଳିବା ଆବଶ୍ୟକ ବୋଲି ବିଶିଷ୍ଟ ସର୍ଜିକାଲ ଅଙ୍କୋଲୋଜିଷ୍ଟ ଡା. ସରୋଜ ରଞ୍ଜନ ସାହୁ କହିଥିଲେ । କିଛି ଲୋକ ଭୟରେ ଡାକ୍ତରଙ୍କୁ ଦେଖାଇବାକୁ ଆସୁନଥିବା ବେଳେ କିଛି ତାଙ୍କୁ କର୍କଟ ରୋଗ ହୋଇଛି ବୋଲି ସ୍ୱୀକାର କରିବାକୁ ଦ୍ୱିଧା ପ୍ରକାଶ କରନ୍ତି । ଫଳରେ ଚିକିତ୍ସାରେ ବିଳମ୍ବ ଘଟି ପରବର୍ତ୍ତୀ ସମୟରେ ମାରାତ୍ମକ ସାଜିଥାଏ ବୋଲି ଡା. ସାହୁ କହିଥିଲେ । କିମ୍ସ କ୍ୟାନସର ହସ୍ପିଟାଲରେ ବହୁ ଖ୍ୟାତି ସମ୍ପନ୍ନ ଡାକ୍ତର ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ କର୍କଟ ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ଡାକ୍ତରମାନେ ସୂଚନା ଦେଇଥିଲେ । ବିଶିଷ୍ଟ ସର୍ଜିକାଲ ଅଙ୍କୋଲୋଜିଷ୍ଟ ଡା. ସବ୍ୟସାଚୀ ପରିଡ଼ା କହିଲେ, ଆମ ଦେଶରେ ଦେଖା ଯାଉଥିବା କର୍କଟ ରୋଗ ମଧ୍ୟରେ ଫୁସ୍ଫୁସ୍ କର୍କଟ, ପାକସ୍ଥଳୀ ର୍କକଟ, ମୁଖ କର୍କଟ ଏବଂ ମହିଳାମାନଙ୍କ କ୍ଷେତ୍ରରେ ସାଧାରଣତଃ ସ୍ତନ କର୍କଟ ଏବଂ ଗର୍ଭାଶୟ କର୍କଟ ଦେଖିବାକୁ ମିଳିଥାଏ । ଏହି ରୋଗକୁ ବିଭିନ୍ନ ଉପାୟରେ ଡାକ୍ତରୀ ପରୀକ୍ଷା କରି ଚିହ୍ନଟ କରାଯାଇଥାଏ । ପ୍ରାଥମିକ ଅବସ୍ଥାରେ ଏହାର ଉପଚାର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରାଥମିକ ଅବସ୍ଥାରେ ଚିକିତ୍ସା କରାଗଲେ ଏହି ରୋଗ ଅନେକମାତ୍ରାରେ ଆରୋଗ୍ୟ ହୋଇ କରିପାରିବ । ଅନ୍ୟ ଡାକ୍ତରମାନଙ୍କ ମଧ୍ୟରେ ଡା. ବିଶ୍ୱଜିତ ଭୁୟାଁ, ଡା. ଯୋଗମାୟା ପଟ୍ଟନାୟକ, ଡା. ଆଦର୍ଶ ୟାଦୱାଦ୍ ଏବଂ ଡା. ଉଷାର୍ଶୀ ଦାସ ପ୍ରମୁଖଙ୍କ ସମେତ ଅନେକ ମେଡିକାଲ କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ । ଶେଷରେ କିମ୍ସ ନର୍ସିଂ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ୱାରା କର୍କଟ ରୋଗ ସଚେତନତା ଭିତ୍ତିକ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା ।