୩୦ ଟି କ୍ୟାମ୍ପସରେ ୬୩ ପ୍ରକାର ଫୁଲ, ଝଲସୁଛି କିଟ୍ ରୋଡ଼ : Ommtv

୩୦ ଟି କ୍ୟାମ୍ପସରେ ୬୩ ପ୍ରକାର ଫୁଲ, ଝଲସୁଛି କିଟ୍ ରୋଡ଼ : Ommtv

୩୦ ଟି କ୍ୟାମ୍ପସରେ ୬୩ ପ୍ରକାର ଫୁଲ, ଝଲସୁଛି କିଟ୍ ରୋଡ଼ : Ommtv

୩୦ ଟି କ୍ୟାମ୍ପସରେ ୬୩ ପ୍ରକାର ଫୁଲ, ଝଲସୁଛି କିଟ୍ ରୋଡ଼ : Ommtv

: ଶୀତ ଯେତିକି ସରିଆସୁଛି କିଟ୍ ରୋଡ଼ ସେତିକି ଫୁଲରେ ସୁନ୍ଦର ଦେଖାଯାଉଛି। କିଟ୍ ବିଶ୍ବବିଦ୍ୟାଳୟର ୩୦ ଟି କ୍ୟାମ୍ପସ୍ ଏବେ ଭଳିକି ଭଳି ଫୁଲରେ ସଜେଇ ହୋଇଛି। କେବଳ ଦେଶୀ ନୁହେଁ ବିଦେଶୀ ଫୁଲମଧ୍ୟ ବିଭିନ୍ନ କ୍ୟାମ୍ପସରେ ଥିବା ସ୍ବତନ୍ତ୍ର ନ‌ର୍ସେରୀରେ ଦେଖିବାକୁ ମିଳୁଛି। ଏସବୁ ସୁନ୍ଦର ଫୁଲକୁ କିଟ୍ ପରିଦର୍ଶନରେ ଆସୁଥିବା ଦେଶ ବିଦେଶରୁ ହଜାର ହଜାର ଅତିଥି ଏବଂ ଅଭିଭାବକମାନେ ସ‌ୌନ୍ଦର୍ଯ୍ୟର ମଜ୍ଜା ‌ଉଠାଉଛନ୍ତି ଏବଂ ମନଭଳି ଫୁଲମାନଙ୍କ ସହ ସେଲଫି ଉଠାଉଛନ୍ତି। କିଟ୍ ୧୮ ନମ୍ବର କ୍ୟାମ୍ପସରେ ରହିଛି ରୋଜ ଗାର୍ଡ଼େନ୍ । ଯେଉଁଠାରେ ମୋଟ ୨୧ ପ୍ରକାର ‌ଗୋଲାପ ଫୁଲ ଦେଖିବାକୁ ମିଳିଥାଏ। ଏହି ଫୁଲ ବଗିଚା ପାଇଁ ଅନୁଷ୍ଠାନ ପକ୍ଷରୁ ଏକ ସ୍ବତନ୍ତ୍ର ବିଭାଗ ରହିଛି। ଯେଉଁଥିରେ ପ୍ରଶିକ୍ଷଣ ପ୍ରାପ୍ତ ଉଭୟ ପୁରୁଷ ଓ ମହିଳା ମାଳି ନିଯୁକ୍ତି ପାଇଛନ୍ତି। ବର୍ଷ ତମାମ ଏହି ମାଳି କର୍ମଚାରୀମାନେ କିଟ୍ ପକ୍ଷରୁ ‌ସ୍ଳୋଗାନ ଦିଆଯାଇଥିବା ‘ଗୋ ଗ୍ରିନ୍ କ୍ୟାମ୍ପସ୍’କୁ ସଫଳ କରିଦେଖାଇଛନ୍ତି। ଶୀତ ଋତୁ ଆସିଲେ ଏହି ମାଳିମାନଙ୍କର କାମ ବଢ଼ିଯାଏ। ସରକାରୀ ଫୁଲ ପର୍ଦଶନୀ ଭଳି ‌ଏମାନେ ମଧ୍ୟ କିଟ୍‌ର ସମସ୍ତ କ୍ୟାମ୍ପସ ଓ ଶ୍ରୀବାଣୀ କ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିରକୁ ଫୁଲରେ ସଜେଇ ଦିଅନ୍ତି। ଯାହାକୁଦେଖି କିଟ୍ ରୋଡ଼ରେ ଯାତାୟତ କରୁଥିବା ସାଧାରଣଲୋକ, ନିକଟ ଶିଖରଚଣ୍ଡିକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଏବଂ ଦେଶ ବିଦେଶରୁ ଆସୁଥିବା ଅତିଥିମାନେ ଦେଖି ଆମଦପ୍ରମୋଦ କରିଥାନ୍ତି। କ୍ୟାମ୍ପସରେ ଥିବା ବିରଳ ଫୁଲମାନଙ୍କ ମଧ୍ୟରେ ସୂର୍ଯ୍ୟମୁଖୀ, ଗୋଲାପ, ୮ପ୍ରକାର ‌ଗେଣ୍ଡୁ, ଟଗର, ନୀଳ କମଳ, ତୋଫା କନିଆରୀ, ମିନି ମନ୍ଦାର,  ଡ଼ାଲି ଚମ୍ପା, ମଲି, ରଜନୀଗନ୍ଧା, ଲିଲି, ଓଲିଏଣ୍ଡର, ସଦାବାହାର, ଡ଼ାଉନି ଜସମିନ୍,ଚମ୍ପକ୍, ଜରବେରା, ଗୁଲବାହାର, ଆଷ୍ଟର, ନରଗିସ୍, କସେଡ଼୍ରା, ଗୁଲ ଦାଉଦି, ଡ଼ାଲିଆ, କ୍ୟାନନ୍, ଟିୟୁଲିପ୍, ରୁଗମିନି ଅପରାଜିତା ସହ ଭଳିକି ଭଳି ଗୋଲାପ ଶୋଭାପାଉଛି।