KIIT Polytechnic to Be Transformed into World Class Institute : Ommtv
KIIT Polytechnic to Be Transformed into World Class Institute
ବିଶ୍ଵସ୍ତରୀୟ ହେବ କିଟ୍ ପଲିଟେକ୍ନିକ
ଭୁବନେଶ୍ୱର, ୨୦ ।୮: ଖୁବ୍ ଶୀଘ୍ର ବିଶ୍ୱ ପ୍ରସିଦ୍ଧ ସିଙ୍ଗାପୁରର ନନ୍ୟାଙ୍ଗ ପଲିଟେକ୍ନିକ ଢାଞ୍ଚାର ରୂପ ନେବ କିଟ୍ ପଲିଟେକ୍ନିକ । ଏଥିପାଇଁ କିଟ୍ ପଲିଟେକ୍ନିକର ଅଧ୍ୟାପକ ଓ କର୍ମଚାରୀମାନେ ଆଧୁନିକ ଜ୍ଞାନ କୌଶଳ ଆହରଣ ପାଇଁ ସିଙ୍ଗାପୁର ନନ୍ୟାଙ୍ଗ ପଲିଟେକ୍ନିକ ପରିଦର୍ଶନ କରିବେ ବୋଲି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସୂଚନା ଦେଇଛନ୍ତି । ରବିବାର କିଟ୍ ପଲିଟେକ୍ନିକର ୨୯ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ସାମନ୍ତ ଏହି ସୂଚନା ଦେଇଛନ୍ତି । ଚଳିତବର୍ଷ କା୍ୱଲିଟି କାଉନସିଲ୍ ଅଫ୍ ଇଣ୍ଡିଆ (କ୍ୟୁସିଆଇ)ର ନ୍ୟାସନାଲ୍ ଆକ୍ରିଡ଼ିଟେସନ୍ ବୋର୍ଡ ଫର ଏଜୁକେସନ୍ ଆଣ୍ଡ ଟ୍ରେନିଂ (ନାବେଟ୍) କ୍ୟୁସିଆଇ ର୍ୟାଙ୍କିଂ ୨୦୨୩ରେ ଉଭୟ ସରକାରୀ ଓ ବେସରକାରୀସ୍ତରରେ କିଟ୍ ପଲିଟେକନିକ୍ ଲଗାତର ଭାବେ ଦ୍ୱିତୀୟ ବର୍ଷ ପାଇଁ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିବା ଏବଂ ପ୍ରତିବର୍ଷ ରାଜ୍ୟ ବୈଷୟିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶ ପାଉଥିବା ଶ୍ରେଷ୍ଠ ଛାତ୍ରଛାତ୍ରୀ ତାଲିକାରେ ଲଗାତର କିଟ୍ ଛାତ୍ରଛାତ୍ରୀ ସ୍ଥାନ ପାଇଆସୁଥିବାରୁ ଶ୍ରୀ ସାମନ୍ତ କିଟ୍ ପଲିଟେକ୍ନିକର ଅଧ୍ୟକ୍ଷ ପ୍ରଫେସର ତନ୍ମୟ ମହାନ୍ତି ଓ ଅନ୍ୟ ସମସ୍ତ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଠାରେ ନୂଆ କନ୍ଫରେନ୍ସ ହଲ୍ ଉଦ୍ଘାଟନ କରିବା ଅବସରରେ କିଟ୍ ପଲିଟେକ୍ନିକର ନୂଆ କ୍ୟାମ୍ପସ ସହ ଅତ୍ୟାଧୁନିକ ସୁବିଧା, ପିଲାମାନଙ୍କ ପାଇଁ ଇଣ୍ଡଷ୍ଟ୍ରି ରିଲେସନ୍ସିପ୍, ଇଣ୍ଡଷ୍ଟ୍ରି ଭିଜିଟ୍ ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ଆହୁରି ଉନ୍ନତ କରାଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ । ଏହି ଅବସରରେ କିଟ୍ ଓ କିସ୍ ସମ୍ପାଦକ ଆର ଏନ୍ ଦାଶ କହିଲେ, ଆରମ୍ଭରୁ କିଟ୍ ପଲିଟେକ୍ନିକ ନିଜର ଶିକ୍ଷାଦାନର ମାନ ସର୍ବଦା ବଜାୟ ରଖିଆସିଛି । ପ୍ରତିଷ୍ଠାତାଙ୍କ ଦିଗ୍ଦର୍ଶନରେ ଶିକ୍ଷକମାନଙ୍କ ନିଷ୍ଠା, କଠିନ ପରିଶ୍ରମ ଯୋଗୁଁ କିଟ୍ ପଲିଟେକ୍ନିକ ସବୁବେଳେ ଶୀର୍ଷରେ ରହିଆସିଛି । ଖୁବ୍ ଶୀଘ୍ର ଏହା ଭାରତର ଅଗ୍ରଣୀ ପଲିଟେକ୍ନିକରେ ପରିଣତ ହେବ ବୋଲି ଶ୍ରୀ ଦାସ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିଟ୍ ପଲିଟେକ୍ନିକର ଅଧ୍ୟାପକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।
KIIT Polytechnic to Be Transformed into World Class Institute : Ommtv
Bhubaneswar, Aug 20: The KIIT Polytechnic, ranked no 1 in Odisha, will soon be modelled after the world-famous Nanyang Polytechnic of Singapore. Disclosing this during the 29th foundation day celebration of KIIT Polytechnic here on Sunday, the Founder of KIIT and KISS Dr Achyuta Samanta said the staff of the polytechnic will visit Singapore to acquire modern knowledge and skills.KIIT Polytechnic has been ranked as the best polytechnic in Odisha for the second time in a row this year among both public and private polytechnics in the state by Quality Council of India (QCI)'s National Accreditation Board for Education and Training (NABET). Students from the institute are also represented consistently in large numbers in the merit list of the State Council for Technical Education and Vocational Training.Applauding the institute’s principal Prof. Tanmay Mohanty, faculties and staff for the achievements, Dr Samanta said the polytechnic’s new campus will be upgraded with state-of-art facilities. The industry visit and industry relationship initiatives will also be strengthened, he added. On the occasion, the Founder also inaugurated a new conference hall.KIIT and KISS Secretary R N Dash said KIIT Polytechnic has always maintained the quality of its teaching and has remained the foremost polytechnic in Odisha because of the determination and hard work of the teachers under the guidance of the Founder. He said the institute will soon become India's leading polytechnic,KIIT Vice Chancellor Prof. Sasmita Samanta, Registrar J R Mohanty and others attended the foundation day celebration.